ETV Bharat / international

ଚୀନର ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, 10 ମୃତ

ଚୀନର ଉରୁମ୍କିରେ ଭୟଙ୍କର ଅଗ୍ନିକାଣ୍ଡ । ଆପାର୍ଟମେଣ୍ଟରେ ନିଆଁ ଲାଗି 10ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

author img

By

Published : Nov 25, 2022, 10:02 AM IST

ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ
ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ବେଜିଂ: ଚୀନର ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ 10ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 9ଜଣ ଆହତ ହୋଇଛନ୍ତି । ଏନେଇ ଶୁକ୍ରବାର ସ୍ଥାନୀୟ ଅଧିକାରୀଙ୍କ ତରଫରୁ ସୂଚନା ଦିଆଯାଇଛି ।

ସୂଚନାଅନୁସାରେ, ଉତ୍ତର ପଶ୍ଚିମ ଚୀନର ଜିନଜିଆଙ୍ଗ ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିଯାଇଥିଲା । ଫଳରେ 10ଜଣଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ରହିଛି । ଗୁରୁବାର ରାତିରେ ଉରୁମ୍କିରେ ଏହି ନିଆଁ ଲାଗିଯାଇଥିଲା । ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ । ନିଆଁର ପ୍ରକୋପ ଏତେ ମାତ୍ରାରେ ରହିଥିଲା ଯେ ନିଆଁ ଲିଭାଇବା ପାଇଁ 3 ଘଣ୍ଟା ଲାଗିଥିଲା । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଗ୍ନିକାଣ୍ଡର ତଦନ୍ତ ଚାଲିଥିବା ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ଚୀନର କପଡା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, 38 ମୃତ

ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର 22 ତାରିଖରେ ଚୀନର ଏକ କପଡା କାରଖାନାରେ ନିଆଁ ଲାଗି 38 ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାର ପରଦିନ ପୁଣି ଚୀନରୁ ଦୁଃଖଦ ଖବର ସାମ୍ନାକୁ ଆସିଛି । ଗତ 23 ତାରିଖରେ ଆପାର୍ଟମେଣ୍ଟରେ ନିଆଁ ଲାଗି 10ଜଣଙ୍କ ମୃତ୍ୟୁ ହୋଇଛି । ଗତ ସୋମବାର ଅପରାହ୍ନ 4ଟା 22 ସମୟରେ ଏକ କପଡା ଉତ୍ପାଦନକାରୀ କାରଖାନାରେ ନିଆଁ ଲାଗିଥିଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ । ରାତି ପ୍ରାୟ 11ଟାରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ । ଉଦ୍ଧାରକାର୍ଯ୍ୟରେ 63ଟି ଗାଡ଼ି ଏବଂ 240 ଅଗ୍ନିଶମ ବାହିନୀଙ୍କ ସମେତ ଅନ୍ୟ ଉଦ୍ଧାରକାରୀ ମୁତୟନ ହୋଇଥିଲେ । ଏହି ଅଗ୍ନିକାଣ୍ଡରେ ପ୍ରାୟ 38 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଆହତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.