ETV Bharat / international

ପାକିସ୍ତାନ ରାଜନୈତିକ ସଙ୍କଟ, ଇମ୍ରାନଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ, ସନ୍ଧ୍ୟାରେ କରିବେ ସମ୍ବୋଧନ !

ପାକିସ୍ତାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଗୁରୁବାର ସୁପ୍ରିମକୋର୍ଟ ନୂଆ ରାୟ ଦେଇଥିଲେ । ତେବେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପରେ ଆଜି ଇସଲାମାବାଦରେ ଫେଡେରାଲ କ୍ୟାବିନେଟର ବୈଠକ କରୁଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଅଧିକ ପଢନ୍ତୁ

ପାକିସ୍ତାନ ରାଜନୈତିକ ସଙ୍କଟ, ଇମ୍ରାନ ଖାନଙ୍କ ଅଧ୍ୟକ୍ଷତାରେ ଫେଡେରାଲ କ୍ୟାବିନେଟର ବୈଠକ

author img

By

Published : Apr 8, 2022, 5:21 PM IST

ନୂଆଦିଲ୍ଲୀ: ପାକିସ୍ତାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଗତକାଲି (ଗୁରୁବାର) ସୁପ୍ରିମକୋର୍ଟ ନୂଆ ରାୟ ଦେଇଥିଲେ । ତେବେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପରେ ଆଜି ଇସଲାମାବାଦରେ ଫେଡେରାଲ କ୍ୟାବିନେଟର ବୈଠକ କରୁଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଏଥିସହ ଏହି ବୈଠକରେ ସେ ଅଧ୍ୟକ୍ଷତା କରୁଥିବା ଦେଖିବାକୁ ମିଳିଛି । ତେବେ ସନ୍ଧ୍ୟାରେ ଇମ୍ରାନ ଦେଶବାସୀଙ୍କୁ ସମ୍ବୋଧନ କରିବେ ବୋଲି ସୂଚନା ରହିଛି ।

  • Pakistan Prime Minister Imran Khan chairs the meeting of the Federal Cabinet in Islamabad, reports Pakistan Tehreek-e-Insaf (PTI).

    (Source: PTI party) pic.twitter.com/3ZBcgKImXL

    — ANI (@ANI) April 8, 2022 " class="align-text-top noRightClick twitterSection" data=" ">

ସେହିପରି ପାକିସ୍ତାନରେ ଜାରି ରହିଥିବା ରାଜନୈତିକ ହଟଚମଟ ଏକ ନୂଆ ଟ୍ବିଷ୍ଟ ଆଣୁଛି କି ନାହିଁ ତାହା ପରବର୍ତ୍ତୀ ସମୟରେ ଜଣାପଡିବ । ତେବେ ଗୁରୁବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ଉପବାଚସ୍ପତିଙ୍କ ଖାରଜ ନିଷ୍ପତ୍ତିକୁ ଅସାମ୍ବିଧାନିକ କହିବା ସହ ରଦ୍ଦ କରିଛନ୍ତି ପାକିସ୍ତାନର ସର୍ବୋଚ୍ଚ କୋର୍ଟ । ଏହି ନିଷ୍ପତ୍ତି ରଦ୍ଦ ହେବା ସହ ପୁଣି ଥରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବା ନେଇ ତାରିଖ ସ୍ଥିର ହୋଇଛି ।

ଏହା ବି ପଢନ୍ତୁ:Pakistan Crisis: ଇମ୍ରାନଙ୍କୁ ବଡ ଝଟକା ! ଅନାସ୍ଥା ଖାରଜ ନିଷ୍ପତ୍ତି ଅସାମ୍ବିଧାନିକ କହିଲେ ପାକ ପ୍ରଧାନ ବିଚାରପତି

ଅନ୍ୟପଟେ ସଂସଦ ଭଙ୍ଗ କରିବା ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିଶ ଦେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ । ତେବେ ଅନାସ୍ଥା ଭୋଟିଂ ଖାରଜ ହେବା ସହ ସଂସଦ ଭଙ୍ଗ ହେବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଦର୍ଶାଇ ପୁଣି ଥରେ ଭୋଟିଂ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । କୋର୍ଟଙ୍କ ନିର୍ଦ୍ଦେଶ ପରେ 9 ତାରିଖ ପୂର୍ବାହ୍ନ 10ଟାରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ଭୋଟିଂ ପାଇଁ ସମୟ ମଧ୍ୟ ସ୍ଥିର କରାଯାଇଥିବା ପାକିସ୍ତାନର ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.