ETV Bharat / international

ସ୍ପେନରେ ସଙ୍କଟ: କୋରୋନା ମୃତ୍ୟୁ ରିପୋର୍ଟରେ ତୃତୀୟ ସ୍ଥାନ

author img

By

Published : Mar 22, 2020, 9:28 PM IST

ରବିବାର ସ୍ପେନ୍ 394 ଟି କୋରୋନା ଭାଇରସ ମୃତ୍ୟୁ ରିପୋର୍ଟ ମିଶାଇ ଜାତୀୟ ସ୍ଥରରେ ସମୁଦାୟ ମୃତ୍ୟୁ ସଂଖ୍ୟା 1,720 ରେ ପହଞ୍ଚିଛି । ଏହାସହ ଇରାନଠାରୁ ମୃତ୍ୟୁହାରରେ ଆଗରେ ପହଞ୍ଚି ତାଲିକାରେ ତୃତୀୟ ସ୍ଥାନକୁ ଆସିଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମାଦ୍ରିଦ: ସାରା ବିଶ୍ବରେ କୋରୋନା ବିତ୍ପାତ୍ତ ଜାରି ରହିଛି । ମାହାମାରୀ ଭାଇରସ ଏବେ ବିଶ୍ବ ପାଇଁ ସର୍ବବୃହତ ସମସ୍ୟା ଭାବରେ ଉଭା ହୋଇଛି । କୋରୋନା ପ୍ରକୋପରେ ଏବେ ବିଶ୍ବରେ ଯେଉଁ କେତୋଟି ରାଷ୍ଟ୍ର ଅତ୍ୟନ୍ତ ପ୍ରଭାବିତ ରହିଛନ୍ତି ସେଥିମଧ୍ୟରୁ ଚୀନ, ଇଟାଲୀ, ସ୍ପେନ, ଆମେରିକା, ଜର୍ମାନୀ , ଇରାନ, ଫ୍ରାନ୍ସ ପଛକୁ ଫଛ ରହିଛନ୍ତି । ଏପରିସ୍ଥଳେ ଚୀନରେ ସ୍ଥିତି ଧିରେ ଧିରେ ସାମାନ୍ୟ ହେବାକୁ ଥିବା ବେଳେ ଇଟାଲୀ, ସ୍ପେନ ଅବସ୍ଥା ଅଣାୟତ୍ତ । ଏବେ ମୃତ୍ୟୁ ରିପୋର୍ଟରେ ଇଟାଲୀ ପ୍ରଥମ, ଚୀନ ଦ୍ବିତୀୟ ସ୍ପେନ ତୃତୀୟ ସ୍ଥାନରେ ପହଞ୍ଚିଛି ।

ରବିବାର ସ୍ପେନ୍ 394 ଟି କୋରୋନା ଭାଇରସ ମୃତ୍ୟୁ ରିପୋର୍ଟ ମିଶାଇ ଜାତୀୟ ସ୍ଥରରେ ସମୁଦାୟ ମୃତ୍ୟୁ ସଂଖ୍ୟା 1,720 ରେ ପହଞ୍ଚିଛି । ଏହାସହ ଇରାନଠାରୁ ମୃତ୍ୟୁହାରରେ ଆଗରେ ପହଞ୍ଚି ତାଲିକାରେ ତୃତୀୟ ସ୍ଥାନକୁ ଆସିଛି ।

ଶନିବାର ଦେଶରେ 324 ମୃତ୍ୟୁ ସଂଖ୍ୟା ରହିଥିଲା । ଇଟାଲୀ (4,825) ଏବଂ ଚୀନରେ (3 261) ମୃତ୍ୟୁ ହୋଇଥିବା ସୂଚନା ରହିଛି । ସେହିପରି ଇରାନ (1,556) ବର୍ତ୍ତମାନ ଚତୁର୍ଥ ସ୍ଥାନ ରହିଛି ।

ସ୍ପେନରେ 3,600 ରୁ ଅଧିକ ନୂତନ ରିପୋର୍ଟ ସାମ୍ନାକୁ ଆସି, ମୋଟ ସଂଖ୍ୟା 28,572ରେ ପହଞ୍ଚିଛି । ସେହପରି କୋରୋନା କବଳରୁ 2152 ସୁସ୍ଥ ହୋଇଥିବା ରିପୋର୍ଟ ସାମ୍ନାକୁ ଆସିଛି ।

ଏଠାରେ ସୂଚନା ଯୋଗ୍ୟ ଯ, ଦେଶରେ ରବିବାର ଗୋଟିଏ ଦିନରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଛି । ମୋଟ ମୃତ୍ୟୁ ସଂଖ୍ୟା 7 । ଏହାସହ 395 ସଂକ୍ରମଣ ରିପୋର୍ଟ ଆସିଛି ସମଗ୍ର ଦେଶରୁ ।

ସେହପରି ସମଗ୍ର ବିଶ୍ବରେ କୋରୋନା ସଂକ୍ରମଣ ରିପୋର୍ଟ 317308ରେ ପହଞ୍ଚିଛି । 13642 ମୃତ୍ୟୁ ରିପୋର୍ଟ ରହିଛି । ଅନ୍ୟପଟେ 96010 ଜଣ କୋରୋନା କବଳରୁ ଆରୋଗ୍ୟ ହୋଇ ଫେରିଛନ୍ତି ।

@IANSଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.