ETV Bharat / international

ବାଗଦାଦ ବିମାନ ବନ୍ଦରରେ ଆମେରିକାର 'ଏୟାରଷ୍ଟ୍ରାଇକ', ଟପ କମାଣ୍ଡରଙ୍କ ସମେତ 8 ମୃତ

ଇରାକର ରାଜଧାନୀ ବାଗଦାଦ  ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଆମେରିକାର ରାତିଅଧିଆ ଏୟାରଷ୍ଟ୍ରାଇକ । ଏଥିରେ ଇରାକ ଏବଂ ଇରାନର ଟପ୍‌ କମାଣ୍ଡରଙ୍କ ସମେତ  8 ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

author img

By

Published : Jan 3, 2020, 8:21 AM IST

Updated : Jan 3, 2020, 8:33 AM IST

us-strike-baghdad-airport
ଫାଇଲ ଫଟୋ

ବାଗଦାଦ: ଇରାକର ରାଜଧାନୀ ବାଗଦାଦ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଆମେରିକାର ରାତିଅଧିଆ ଏୟାରଷ୍ଟ୍ରାଇକ । ଗୁରୁବାର ମଧ୍ୟରାତ୍ରିରେ ବିମାନ ବନ୍ଦରରେ ରକେଟ ଆକ୍ରମଣ କରିଛି ଆମେରିକା । ଏହି ଆକ୍ରମଣରେ ଇରାକ ଏବଂ ଇରାନର ଟପ୍‌ କମାଣ୍ଡରଙ୍କ ସମେତ 8 ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆକ୍ରମଣରେ ଅନେକ ଇରାକ ସୈନିକ ଆହତ ମଧ୍ୟ ହୋଇଥିବା ଜଣା ପଡିଛି । ତେବେ ଏହି ଆକ୍ରମଣ ପାଇଁ ଇରାକ ଏବଂ ଇରାନ ଆମେରିକାକୁ ଦାୟୀ କରିଛନ୍ତି ।

ଇରାକ ଟିଭି ଏବଂ ତିନି ଅଧିକାରୀଙ୍କ କହିବା ଅନୁଯାୟୀ, ବାଗଦାଦ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ହୋଇଥିବା ଏହି ଆକ୍ରମଣରେ ଇରାନର ଇସଲାମିକ ରିଭୋଲ୍ୟୁଶନାରୀ ଗାର୍ଡ ଫୋର୍ସର କ୍ବାର୍ଡ ଫୋର୍ସର କମାଣ୍ଡର ମେଜର ଜେନେରାଲ କାଶିମ ସୁଲେମାନିଙ୍କର ମୃତ୍ୟୁ ଘଟିଛି । ଏହା ବ୍ୟତୀତ ଆକ୍ରମଣରେ ଇରାନ ସମର୍ଥିତ ସେନାର ଡେପୁଟି କମାଣ୍ଡର ଅବୁ ମହଦୀ ଅଲ ମୁହାନ୍ଦିସଙ୍କର ମଧ୍ୟ ମୃତ୍ୟୁ ଘଟିଛି ।

ସୂଚନାଯୋଗ୍ୟ ଯେ, ଗୁରୁବାର ମଧ୍ୟରାତ୍ରିରେ ବାଗଦାଦସ୍ଥିତ ବିମାନବନ୍ଦର ଉପରକୁ ଏକକାଳୀନ ୩ଟି ରକେଟ ଆକ୍ରମଣ ହୋଇଥିଲା । ବିମାନବନ୍ଦର ନିକଟରେ ୨ଟି କାରକୁ ମଧ୍ୟ ବିସ୍ଫୋରଣ କରି ଉଡ଼ାଇ ଦିଆଯାଇଛି । ଆକ୍ରମଣରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Intro:Body:

BLANK FOR LINK 

Conclusion:
Last Updated : Jan 3, 2020, 8:33 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.