ETV Bharat / international

ଆମେରିକା ନେତୃତ୍ବାଧୀନ ମିଳିତ ସେନାର ଆକ୍ରମଣରେ ଇସଲାମିକ ଷ୍ଟେଟର 3 ଶିବିର ଧ୍ବଂସ - is camp

ଆମେରିକା ନେତୃତ୍ବାଧୀନ ମିଳିତ ସେନାର ଆକ୍ରମଣରେ ଇସଲାମିକ ଷ୍ଟେଟର 3ଟି ଶିବିର ନଷ୍ଟ ହୋଇଥିବା ଜଣା ପଡିଛି ।

 ଇସଲାମିକ ଷ୍ଟେଟ
ଇସଲାମିକ ଷ୍ଟେଟ
author img

By

Published : Jun 21, 2020, 3:16 PM IST

ବାଗଦାଦ: ଇରାକରେ ଆମେରିକା ସେନାର ବଡ କାର୍ଯ୍ୟାନୁଷ୍ଠାନ । ଆମେରିକା ନେତୃତ୍ବାଧୀନ ମିଳିତ ସେନାର ଆକ୍ରମଣରେ ଇସଲାମିକ ଷ୍ଟେଟର 3ଟି ଶିବିର ନଷ୍ଟ ହୋଇଥିବା ଜଣା ପଡିଛି । ଇରାକ ସରକାରଙ୍କ ସହ ସମନ୍ବୟରେ ମିଳିତ ସେନାର ବିମାନ ଇରାକର ବାଦି ଅଲ ଶାଇ ସ୍ଥିତ ଆଇଏସଆଇଏସର ଶିବିର ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ 3ଟି ଶିବିର ଧ୍ବଂସ ହୋଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି ।

ଏହି ଆକ୍ରମଣ ଜୁନ 19 ତାରିଖରେ କରାଯାଇଥିଲା । ଇରାକରେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଇରାକ ସରକାର ଏହି ମିଶନରେ ସାମିଲ ହୋଇଥିବା କମ୍ବାଇଟ ଜଏଣ୍ଟ ଟାଷ୍କ ଫୋର୍ସର ମୁଖପାତ୍ର କର୍ଣ୍ଣଲ ମାଇଲସ କହିଛନ୍ତି । ସେ କହିଛନ୍ତି, ଆଇଏସଆଇଏସର ଶିବିରରେ ଧମାକା କରିବା ଦ୍ବାରା ସହର ଏବଂ ଗ୍ରାମରେ କିଛିଟା ସୁରକ୍ଷା ଅନୁଭବ ହୁଏ ।

ତେବେ ଆଇଏସଆଇଏସ ଯୋଗୁଁ ଇରାକବାସୀ ଦେଶରୁ ଆମେରିକା ସେନା ପ୍ରତ୍ୟାହାର ଚାହୁଁନଥିବା ମଧ୍ୟ କମାନର ଜେନେରାଲ କେ କେନେଥ ମୈକଞ୍ଜୀ ଗୁରୁବାର ଦିନ କହିଥିଲେ । ଅନ୍ୟପକ୍ଷରେ ଇରାକରେ ବିଦେଶୀ ସୈନିକଙ୍କ ନିୟୋଜିତ ଉପରେ ଚର୍ଚ୍ଚା ଜୋର ଧରିଛି । ଖାସ କରି ଆମେରିକାର ଏୟାର ଷ୍ଟ୍ରାଇକରେ ଇରାକର କମାଣ୍ଡର ଅବୁ ମହଦି ଅଲ ମୁହାନ୍ଦିସଙ୍କ ମୃତ୍ୟୁପରେ । ଏହି ଘଟଣାପରେ ଇରାକ ସଂସଦରେ ଏକ ପ୍ରସ୍ତାବ ମଧ୍ୟ ଆଗତ ହୋଇଥିଲା, ଯେଉଁଥିରେ ଦେଶରୁ ବିଦେଶୀ ସୈନ୍ୟଙ୍କ ପ୍ରତ୍ୟାହାର ପାଇଁ ଦାବି କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.