ETV Bharat / international

କୋରୋନା ପ୍ରଭାବ: ଇସ୍ରାଏଲରେ 10 ଲକ୍ଷରୁ ଅଧିକ ନୂଆ ବେକାରୀ - ଇସ୍ରାଏଲରେ କୋରୋନା ଅପଡେଟ

ଇସ୍ରାଏଲରେ ମୋଟ 10 ଲକ୍ଷ 11 ହଜାର 205 ବେକାରୀ ସ୍ପଷ୍ଟ ହୋଇଛନ୍ତି । ପ୍ରତିଦିନ ବେରୋଜଗାରଙ୍କ ପାଇଁ ଉପଲବ୍ଧ ସରକାରୀ ସୁବିଧା ପାଇବାକୁ ହଜାର ହଜାର ଲୋକ ଆବେଦନ କରୁଛନ୍ତି । ଅଧିକ ପଢନ୍ତୁ...

କୋରୋନା ପ୍ରଭାବ: ଇସ୍ରାଏଲରେ 10 ଲକ୍ଷରୁ ଅଧିକ ନୂଆ ବେକାରୀ

author img

By

Published : Apr 27, 2020, 7:28 PM IST

ଜେରୁଜେଲମ: କୋରୋନା ଯୋଗୁଁ ସାରା ବିଶ୍ବ ଲକଡାଉନ ଘୋଷଣା କରିଛି । ଏପରି ସ୍ଥିତିରେ ଅନେକ କ୍ଷେତ୍ରରେ ଏହାର ପ୍ରଭାବ ପଡିଛି । ତେବେ ଏଥିଯୋଗୁଁ ବିଶ୍ବରେ ବେକାରୀଙ୍କ ସମସ୍ୟା ଅଧିକ ବଢିବାରେ ଲାଗିଛି । ରବିବାର ଇସ୍ରାଏଲ ରୋଜଗାର ସଂସ୍ଥା ପକ୍ଷରୁ ଏନେଇ ଏକ ତଥ୍ୟ ପ୍ରକାଶ ପାଇଛି ।

ଏହା ଅନୁସାରେ କୋରୋନା ଆରମ୍ଭ ହେବା ପରଠାରୁ ଏବେ ଯାଏଁ ଦେଶରେ 10 ଲକ୍ଷରୁ ଅଧିକ ବେରୋଜଗାର ସୃଷ୍ଟି ହୋଇଛନ୍ତି । ଇସ୍ରାଏଲରେ ପ୍ରଥମ କୋରୋନା ବାହାରିବାର 3 ଦିନ ପରଠାରୁ ଆଜି ଯାଏଁ ଏହି ଗଣନା ହୋଇଛି । ଏଥିରେ କୁହାଯାଇଛି ଦେଶରେ ଏପର୍ଯ୍ୟନ୍ତ ମୋଟ 10 ଲକ୍ଷ 11 ହଜାର 205 ବେକାରୀ ସ୍ପଷ୍ଟ ହୋଇଛନ୍ତି । ପ୍ରତିଦିନ ବେରୋଜଗାରଙ୍କ ପାଇଁ ଉପଲବ୍ଧ ସରକାରୀ ସୁବିଧା ପାଇବାକୁ ହଜାର ହଜାର ଲୋକ ଆବେଦନ କରୁଛନ୍ତି ।

ରବିବାର ମୋଟ 11 ହଜାର 930 ଲୋକ ଏଥିପାଇଁ ଆବେଦନ କରିଥିଲେ । ଯାହା ଏପ୍ରିଲ 5 ପରେ କୌଣସି ଗୋଟିଏ ଦିନରେ ସର୍ବାଧିକ ଆବେଦନ ବୋଲି ଜଣାପଡିଛି । ତେବେ ବେକାରୀଙ୍କ ମଧ୍ୟରୁ 87.9 ପ୍ରତିଶତ ମାର୍ଚ୍ଚ 1ରୁ ବିନା ଦରମାରେ ଛୁଟିରେ ଅଛନ୍ତି । ସେହିପରି 7.25 ପ୍ରତିଶତଙ୍କୁ ଏହି ଅବଧି ମଧ୍ୟରେ ଚାକିରୀରୁ ବାହାର କରାଯାଇଛି । ବାକି ଲୋକ ନିଜେ ଚାକିରୀ ଛାଡିଛନ୍ତି ଅଥବା ବେରୋଜଗାର ସୁବିଧା ପାଇଁ ଆବେଦନ କରିନାହାନ୍ତି ।

ବର୍ତ୍ତମାନ ଦେଶରେ ବେରୋଜଗାର ହାର 27.4 ପ୍ରତିଶତ ରହିଛି । ଯେବେକି ମାର୍ଚ୍ଚ 1ରେ ଏହା ମାତ୍ର 4 ପ୍ରତିଶତ ଥିଲା । ଇସ୍ରାଏଲରେ ଏବେ 1.14 ମିଲିୟନରୁ ଅଧିକ ବେକାରୀ ଲୋକ ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.