ETV Bharat / international

ଘରୋଇ ମାସ୍କର ସୁରକ୍ଷା ବଢାଇବ ତିନୋଟି ପରସ୍ତ - କୋରୋନା ସଂକ୍ରମଣ

ସାରା ବିଶ୍ବରେ ଭୟଙ୍କର ପରିବେଶ ସୃଷ୍ଟି କରିଥିବା କୋରୋନା ମହାମାରୀରୁ ରକ୍ଷା ପାଇଁ ଡାକ୍ତର ତଥା ବିଶେଷଜ୍ଞମାନେ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଉଛନ୍ତି । ତେବେ ଘରୋଇ ମାସ୍କକୁ କିପରି ଅଧିକ ସୁରକ୍ଷିତ କରାଯାଇପାରିବ ପଢନ୍ତୁ...

home made mask, home made mask against corona virus, mask, corona contamination, safety from corona contamination, ଘରୋଇ ମାସ୍କ, କୋରୋନା ସଂକ୍ରମଣରୁ ବଞ୍ଚାଇବ ଘରୋଇ ମାସ୍କ, ମାସ୍କ, କୋରୋନା ସଂକ୍ରମଣ, କୋରୋନା ସଂକ୍ରମଣରୁ ରକ୍ଷା
ଘରୋଇ ମାସ୍କର ସୁରକ୍ଷା ବଢାଇବ ତିନୋଟି ପରସ୍ତ
author img

By

Published : Jul 25, 2020, 7:49 AM IST

ସିଡନୀ: ସାରା ବିଶ୍ବରେ ଭୟଙ୍କର ପରିବେଶ ସୃଷ୍ଟି କରିଥିବା କୋରୋନା ମହାମାରୀରୁ ରକ୍ଷା ପାଇଁ ଡାକ୍ତର ତଥା ବିଶେଷଜ୍ଞମାନେ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଉଛନ୍ତି । ଲୋକେ ଅଳ୍ପେ ବହୁତ ଏହି ନିୟମକୁ ମାନୁଛନ୍ତି ମଧ୍ୟ । ହେଲେ ଏହାକୁ ସଠିକ୍‌ ଭାବେ ବ୍ୟବହାର ଖୁବ କମ ଲୋକେ କରୁଥିବା ଦେଖାଯାଉଛି । ଏହା ପଛରେ ଉଦ୍ଦେଶ୍ୟ ହେଉଛି କୋରୋନା ସଂକ୍ରମଣର ଭୂତାଣୁକୁ ବ୍ୟାପିବାରେ ରୋକିବା । ମୁଖ୍ୟତଃ କଥା ହେବା ସମୟରେ କିମ୍ବା ଛିଙ୍କିବା ଓ କାଶିବା ସମୟରେ କୋରୋନା ଭୂତାଣୁ ବାୟୁରେ ମିଶିଥାଏ । ଯାହା ଅନ୍ୟ ସୁସ୍ଥ ବ୍ୟକ୍ତିଙ୍କ ଶରୀରରେ ପ୍ରବେଶ କରି ତାଙ୍କୁ ସଂକ୍ରମିତ କରିଥାଏ ।

ଏଥିପାଇଁ ସୁସ୍ଥ ବ୍ୟକ୍ତି ମାସ୍କ ବ୍ୟବହାର କଲେ ସେ ବାୟୁରୁ ଭୂତାଣୁକୁ ଗ୍ରହଣ କରିପାରିବେ ନାହିଁ ଓ ଅନ୍ୟପଟେ ସଂକ୍ରମିତ ମାସ୍କ ବ୍ୟବହାର କଲେ ତାଙ୍କଠାରୁ ସଂକ୍ରମଣ ବ୍ୟାପିବ ନାହିଁ । ତେବେ ଅନେକ ସମୟରେ ଘର ତିଆରି ବା ହାତ ତିଆରି ମାସ୍କ ପିନ୍ଧିବା ପାଇଁ ମଧ୍ୟ ବିଶେଷଜ୍ଞମାନେ ମତ ଦେଉଥିବା ଦେଖାଯାଉଛି । ତେବେ ନିଡ ଘରେ ତିଆରି ମାସ୍କକୁ ଅଧିକ ସୁରକ୍ଷିତ କରିବା ପାଇଁ ଏହାକୁ ଦୁଇରୁ ତିନି ପରସ୍ତ ରଖିବା ନିହାତି ଦରକାର ବୋଲି ଗବେଷକମାନେ ମତ ଦେଇଛନ୍ତି । ଏହାଦ୍ବାରା ଭୂତାଣୁ ଶରୀରରେ ପ୍ରବେଶ କରିପାରିବ ନାହିଁ ।

ଏନେଇ ଥୋରାକ୍ସ ଜର୍ଣ୍ଣାଲରେ ପ୍ରକାଶିତ ଅଷ୍ଟ୍ରେଲିଆନ ଗବେଷକ ଦଳର ରିପୋର୍ଟରେ ଘର ତିଆରି ମାସ୍କର ବିଭିନ୍ନ ପରସ୍ତ କେତେ ସୁରକ୍ଷିତ ତାହା ଆଲୋଚନା କରାଯାଇଥିଲା । ଏଥିରେ କୁହାଯାଇଥିଲା କି ମାସ୍କକୁ ତିନି ପରସ୍ତ ରଖିବା ଦ୍ବାରା ଏହା ସବୁଠାରୁ ଅଧିକ ସୁରକ୍ଷିତ ହୋଇପାରିଥାଏ । ଏହାଦ୍ବାରା ମୁହଁରୁ ନିର୍ଗତ ଭୂତାଣୁ ବାୟୁରେ ମିଶିପାରେ ନାହିଁ ବା ବାୟୁରୁ ଶରୀରରେ ପ୍ରବେଶ କରିପାରେ ନାହିଁ । ସେହିପରି ଦୁଇ ପରସ୍ତର ମାସ୍କ ମଧ୍ୟ ସାମାନ୍ୟ ସୁରକ୍ଷିତ ବୋଲି ଗବେଷକମାନେ ସ୍ପଷ୍ଟ କରିଛନ୍ତି ।

ତେଣୁ ଯଦି ଲୋକେ ଘରେ ମାସ୍କ ପ୍ରସ୍ତୁତ କରୁଛନ୍ତି ତେବେ ସେମାନେ କଟନ କପଡାର ବା ଟିସାର୍ଟର ବ୍ୟବହାର କରି ତିନି ପରସ୍ତର ମାସ୍କ ପ୍ରସ୍ତୁତ କଲେ ଏହା ସେମାନଙ୍କୁ ସଂକ୍ରମଣରୁ ଅନେକାଂଶରେ ରକ୍ଷା କରିପାରିବ ବୋଲି କୁହାଯାଇଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.