ETV Bharat / international

ଆରମ୍ଭ ହେଲା ହଜ ଯାତ୍ରା, 1 ହଜାର ତୀର୍ଥଯାତ୍ରୀଙ୍କୁ ମିଳିଲା ଅନୁମତି

author img

By

Published : Jul 30, 2020, 5:48 PM IST

ଜୁଲାଇ 29ରୁ ଆରମ୍ଭ ହୋଇଯାଇଛି ମୁସଲମାନ ସମ୍ପ୍ରଦାୟର ପବିତ୍ର ଯାତ୍ରା ହଜ ଯାତ୍ରା । ହେଲେ କୋରୋନା କାରଣରୁ ଚଳିତବର୍ଷ ଫିକା ପଡିଲା ଏହି ଯାତ୍ରା । କୋଭିଡ କଟକଣା ସହ ହଜାରେ ଯାତ୍ରୀଙ୍କୁ ମିଳିଲା ଅନୁମତି । ଅଧିକ ପଢନ୍ତୁ...

ଆରମ୍ଭ ହେଲା ହଜ ଯାତ୍ରା, 1 ହଜାର ତୀର୍ଥଯାତ୍ରୀଙ୍କୁ ମିଳିଲା ଅନୁମତି
ଆରମ୍ଭ ହେଲା ହଜ ଯାତ୍ରା, 1 ହଜାର ତୀର୍ଥଯାତ୍ରୀଙ୍କୁ ମିଳିଲା ଅନୁମତି

ରିୟାଦ: ସାରା ବିଶ୍ୱରେ କୋରୋନା ସଂକ୍ରମଣ ବୃଦ୍ଧି ହେତୁ ହଜ ତୀର୍ଥଯାତ୍ରା ଜୁଲାଇ 29 ବୁଧବାର ଠାରୁ ଆରମ୍ଭ ହୋଇଛି । ଯେଉଁଠାରେ ପୂର୍ବରୁ ପାଦ ରଖିବାକୁ ସ୍ଥାନ ମିଳେନି ସେଠାରେ ଚଳିତଥର ଖାଁ ଖାଁ ରହିଛି । କୋରୋନା କାରଣରୁ ହଜ ତୀର୍ଥଯାତ୍ରା ସୀମିତ ପରିମାଣରେ ଏହି ଯାତ୍ରା କରୁଛନ୍ତି । ସାଉଦି ଆରବ ଚଳିତ ବର୍ଷ କେବଳ ଏକ ହଜାର ତୀର୍ଥଯାତ୍ରୀଙ୍କୁ ଏହି ଯାତ୍ରା ପାଇଁ ଅନୁମତି ଦେଇଛି । ଶତାବ୍ଦୀରେ ପ୍ରଥମ ଥର ପାଇଁ ଏହା ଘଟିଛି ଯେ କୌଣସି ବାହାର ଦେଶର ଲୋକ ହଜରେ ଯୋଗ ଦେଉ ନାହାଁନ୍ତି।

ଏଥର କୋରୋନା ମହାମାରୀ ଯୋଗୁଁ ହଜ ତୀର୍ଥଯାତ୍ରା ଏକ ପ୍ରତୀକାତ୍ମକ ଢଙ୍ଗରେ କରାଯାଉଛି । ଅନେକ ଦିନ ଧରି ଏକାନ୍ତ ବାସ କରିବା ପରେ ହଜରେ ଯୋଗଦେବା ପାଇଁ ଅନୁମତି ଦିଆଯାଇଛି । 20 ଯାତ୍ରୀଙ୍କ ଏକ ଛୋଟ ଗୋଷ୍ଠୀ ଇସଲାମର ସବୁଠାରୁ ପବିତ୍ର ସ୍ଥାନ ମକ୍କାରେ ପହଞ୍ଚିବା ଆରମ୍ଭ କରିଛନ୍ତି। ହଜ କରିବାକୁ ଆସିଥିବା ସମସ୍ତଙ୍କ ହାତରେ ଇଲେକ୍ଟ୍ରୋନିକ ବ୍ୟାଣ୍ଡ ବନ୍ଧା ହୋଇଛି, ଯାହା ସେମାନଙ୍କ ଉପରେ ନଜର ରଖିବାରେ କର୍ତ୍ତୃପକ୍ଷଙ୍କ ପାଇଁ ସହଜ ହେବ । ଏହା ସହିତ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ମୁସଲମାନ ସମ୍ପ୍ରଦାୟ ପାଇଁ ହଜ ଏକ ପ୍ରକାର କର୍ତ୍ତବ୍ୟ ଅଟେ । ପ୍ରତ୍ୟେକ ମୁସଲମାନ ତାର ଜୀବନରେ ଥରେ ହେଲେ ହଜକୁ ଯାତ୍ରା କରିଥାଏ । ପ୍ରତିବର୍ଷ ଭାରତ, ପାକିସ୍ଥାନ, ବାଂଲାଦେଶ ଏବଂ ଇଣ୍ଡୋନେସିଆର ବହୁ ସଂଖ୍ୟକ ମୁସଲମାନ ହଜ ପରିଦର୍ଶନ କରନ୍ତି। ଗତ ବର୍ଷ ସାରା ବିଶ୍ୱରେ 2.5 ଲକ୍ଷ ଯାତ୍ରୀ ହଜ ଯାତ୍ରା କରିଥିଲେ। କିନ୍ତୁ କୋରୋନା ମହାମାରୀ ହେତୁ ଏଥର କେବଳ ଏକ ହଜାର ଲୋକଙ୍କୁ ଏଥିପାଇଁ ଅନୁମତି ଦିଆଯାଇଛି । ଗତ ବର୍ଷ ଏହି ସମୟରେ କେବଳ ଭାରତରୁ ଦୁଇ ଲକ୍ଷ ଲୋକ ହଜ ତୀର୍ଥଯାତ୍ରାରେ ଭାଗ ନେଇଥିଲେ।

ପ୍ରତ୍ୟେକ ମୁସଲମାନ ହାଜି ହେବାର ସ୍ୱପ୍ନ ଦେଖନ୍ତି, କିନ୍ତୁ ଏହି ବର୍ଷ କେବଳ ସାଉଦି ଆରବରେ ରହୁଥିବା ମୁସଲମାନମାନେ ହଜ ସ୍ୱପ୍ନକୁ ସାକାର କରୁଛନ୍ତି। ଏଥର କେବଳ 70 ପ୍ରତିଶତ ସାଉଦି ଏବଂ ସାଉଦି ଆରବରେ ରହୁଥିବା 30 ପ୍ରତିଶତ ଅଣ ସାଉଦି ଲୋକଙ୍କୁ ହଜ କରିବାକୁ ଅନୁମତି ଦିଆଯାଇଛି । ତେବେ ଏଥିରେ ସ୍ୱାସ୍ଥ୍ୟ କର୍ମୀ ଏବଂ ସୁରକ୍ଷା କର୍ମୀଙ୍କୁ ପ୍ରାଥମିକତା ଦିଆଯାଇଛି ।

ମୁସଲମାନ ମାନଙ୍କ ଜୀବନରେ ଥରେ ମକ୍କା ଏବଂ ମଦିନା ଯିବା ଜରୁରୀ ଅଟେ। ମୁସଲମାନମାନଙ୍କର ବିଶ୍ୱାସ ହଜ ଇସଲାମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବା ଉଚିତ। ସେଥିପାଇଁ ପ୍ରତ୍ୟେକ ମୁସଲମାନ ହଜ ରୀତିନୀତି ସମାପ୍ତ କରିବାକୁ ଜୀବନରେ ମକ୍କା ଏବଂ ମଦିନା ଯିବାକୁ ଚାହାଁନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.