ETV Bharat / international

ଲାଇଭ ଟିିଭିରେ କୋରୋନା ଟୀକା ନେଲେ ଇସ୍ରାଏଲ ପିଏମ - କୋଭିଡ ଟୀକା ନେଇ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ

ଇସ୍ରାଏଲର ପ୍ରଥମ ବ୍ୟକ୍ତି ଭାବେ କୋଭିଡ ଟୀକା ନେଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ । ଯାହାର ସିଧା ପ୍ରସାରଣ ଟିଭିରେ ହୋଇଛି। ଅଧିକ ପଢନ୍ତୁ...

ଲାଇଭ ଟିିଭିରେ କୋରୋନା ଟୀକା ନେଲେ ଇସ୍ରାଏଲ ପିଏମ

author img

By

Published : Dec 20, 2020, 5:47 PM IST

ଜେରୁଜେଲମ: ଇସ୍ରାଏଲର ପ୍ରଧାନମନ୍ତ୍ରୀଙ୍କୁ ଦିଆଗଲା କୋଭିଡ ଟୀକା । ଦେଶର ପ୍ରଥମ ବ୍ୟକ୍ତି ଭାବେ ଟୀକା ନେଇଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଟେଲିଭିଜନର ସିଧାପ୍ରସାରଣରେ କରାଯାଇଥିଲା ଟୀକାକରଣର ପ୍ରକ୍ରିୟା । ରବିବାର(ଆଜି) ଠାରୁ ଦେଶରେ ସମସ୍ତ ସ୍ବାସ୍ଥ୍ୟକର୍ମୀ ଓ ନର୍ସ କର୍ମଚାରୀଙ୍କୁ ଟିକାକରଣ ଆରମ୍ଭ ହୋଇଯାଇଛି ।

ପ୍ରଧାନମନ୍ତ୍ରୀ ନେତାନ୍ୟାହ୍ୟୁ ଓ ସ୍ବାସ୍ଥ୍ୟମନ୍ତ୍ରୀ ୟୁଲି ଏଡିଲଷ୍ଟେନ ତେଲ ଅଭିଭସ୍ଥିତ ଶିବା ମେଡିକାଲରେ କୋରୋନା ଟୀକା ନେଇଛନ୍ତି । ଟୀକା ନେବା ପରେ ଏହା ସମସ୍ତଙ୍କ ପାଇଁ ବଡ ଦିନ ବୋଲି କହିଥିଲେ । ନିଜ ପାଇଁ ଏକ ଉଦହାରଣ ସୃଷ୍ଟି କରିବାକୁ ସେ ପ୍ରଥମେ ଟୀକା ନେଇଛନ୍ତି । ଏହା ଦ୍ବାରା ଲୋକଙ୍କୁ ପ୍ରେରଣା ଯୋଗାଇବ ବୋଲି ନେତାନ୍ୟାହୁ କହିଛନ୍ତି ।

ଇସ୍ରାଏଲରେ ମୋଟ ଜନସଂଖ୍ୟା 9 ମିଲିୟନ ରହିଛି । ସେଥିମଧ୍ୟରୁ 372, 401 ଏହି ଭାଇରସ ଦ୍ବାରା ସଂକ୍ରମିତ ହୋଇଥିଲେ । ସେଥିରୁ 3070 ଜଣଙ୍କ ମୃତ୍ୟୁ ହୋଇଛି । ସଂକ୍ରମଣ ରୋକିବାକୁ ଦେଶରେ ଦୁଇ ଥର ଲକଡାଉନ କରାଯିବା ସହ ଆଗକୁ ଅଧିକ ସଂକ୍ରମିତ ଅଞ୍ଚଳରେ ମଧ୍ୟ କଟକଣା ଲାଗୁ ହୋଇପାରେ । ତେବେ ଇସ୍ରାଏଲ ପିଏମ କୋରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ତିନି ଥର କ୍ବାରେଣ୍ଟାଇନରେ ରହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.