ETV Bharat / international

କୋରୋନା ଯୋଗୁଁ ହ୍ରାସ ପାଇଛି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଲୋକପ୍ରିୟତା କମିଥିବା ଏକ ନୂଆ ସର୍ଭେରୁ ଜଣାପଡିଛି । କୋରୋନା ଭାଇରସ ସଙ୍କଟ ଏବଂ ଏହି ସଙ୍କଟ ଯୋଗୁଁ ଉପୁଜିଥିବା ଅର୍ଥନୈତିକ ଅବନ୍ନତି ଯୋଗୁଁ ନେତାନ୍ୟାହୁଙ୍କ ଲୋକପ୍ରିୟତା କମିଥିବା ସର୍ଭେରେ କୁହାଯାଇଛି ।

ବେଞ୍ଜାମିନ୍ ନେତାନ୍ୟାହୁ
ବେଞ୍ଜାମିନ୍ ନେତାନ୍ୟାହୁ
author img

By

Published : Jul 16, 2020, 3:54 PM IST

ଜେରୁସେଲମ : ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଲୋକପ୍ରିୟତା କମିଥିବା ଏକ ନୂଆ ସର୍ଭେରୁ ଜଣାପଡିଛି । ସେ ଏକ ଦୁର୍ନୀତି ଅଭିଯୋଗର ସାମ୍ନା କରୁଛନ୍ତି । ଏହା ବ୍ୟତୀତ କୋରୋନା ଭାଇରସ ସଙ୍କଟ ଏବଂ ଏହି ସଙ୍କଟ ଯୋଗୁଁ ଉପୁଜିଥିବା ଅର୍ଥନୈତିକ ଅବନ୍ନତି ଯୋଗୁଁ ନେତାନ୍ୟାହୁଙ୍କ ଲୋକପ୍ରିୟତା କମିଥିବା ସର୍ଭେରେ କୁହାଯାଇଛି । ତେବେ ଦୀର୍ଘ ସମୟରୁ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିବା ସତ୍ବେ ତାଙ୍କ ଲୋକପ୍ରିୟତା କମିବା ତାଙ୍କ ପାଇଁ ଚିନ୍ତାର ବିଷୟ ହୋଇପାରେ ବୋଲି କୁହାଯାଉଛି ।

ଇସ୍ରାଏଲର ରେଡିଓ 103 ଏଫଏମ ଦ୍ବାରା ବୁଧବାର ଜାରି କରାଯାଇଥିବା ଏହି ସର୍ଭେରେ କୁହାଯାଇଛି, ତାଙ୍କର ଦକ୍ଷିଣପନ୍ଥୀ ଲିକୁଡ ଦଳର ଭୋଟରଙ୍କ ମଧ୍ୟରେ ବି ଲୋକପ୍ରିୟତା ଧୀରେ ଧୀରେ ହ୍ରାସ ପାଉଛି । ନେତାନ୍ୟାହୁ ସରକାର ଏହି ସଙ୍କଟକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି ବୋଲି ଲିକୁଡର ପ୍ରାୟ 41 ପ୍ରତିଶତ ଭୋଟର ମତ ପ୍ରକାଶ କରିଛନ୍ତି ।

କୋରୋନା ଭାଇରସ ବିରୋଧୀ ଲଢେଇରେ ବିଫଳତା ତଥା ଆର୍ଥିକ ସଙ୍କଟ ଦୂର କରିବାରେ ତାଙ୍କ ସରକାର ବିଫଳ ହୋଇଛନ୍ତି । ଏହାକୁ ନେଇ ନେତାନ୍ୟାହୁଙ୍କୁ ଅନେକ ସମାଲୋଚନା ମଧ୍ୟ କରାଯାଉଛି । ଯାହାଫଳରେ ଇସ୍ରାଏଲରେ ଦୀର୍ଘତମ ସେବା କରିଥିବା ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ହ୍ରାସ ହେଉଛି ବୋଲି ସର୍ଭେରେ କୁହାଯାଇଛି ।

ସେପଟେ ବେରୋଜଗାର ସମସ୍ୟା 20 ପ୍ରତିଶତରୁ ଅଧିକ ବୃଦ୍ଧି ପାଉଥିବାରୁ ଅନେକ ଇସ୍ରାଏଲୀୟମାନେ ଭାବନ୍ତି ଯେ, ପ୍ରତିବନ୍ଧକ ଏବଂ ଲକଡାଉନ ଯୋଗୁଁ ଚାକିରି ଏବଂ ଜୀବିକା ହରାଇଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନେତାନ୍ୟାହୁଙ୍କ ସରକାର ଯଥେଷ୍ଟ କାର୍ଯ୍ୟ କରିନାହାଁନ୍ତି । ତେବେ ମଙ୍ଗଳବାର ରାତିରେ ହଜାର ହଜାର ଇସ୍ରାଏଲ ଲୋକ ନେତାନ୍ୟାହୁଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିଲେ ।

ସେମାନଙ୍କ ମଧ୍ୟରୁ ପ୍ରାୟ 5,000 ହଜାର ଲୋକ ଜେରୁସେଲମ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ଏକତ୍ରିତ ହୋଇ ନେତାନ୍ୟାହୁଙ୍କ ଇସ୍ତଫା ଦାବି କରିଥିଲେ । ଏହାପରେ ସେମାନଙ୍କର ପୋଲିସ ସହ ସଂଘର୍ଷ ହୋଇଥିଲା । ପରେ ପ୍ରାୟ 50 ଜଣ ପ୍ରଦର୍ଶନକାରୀଙ୍କୁ ଜେରୁସେଲମରେ ଅଟକ ରଖାଯାଇଥିଲା। ତେବେ ବୁଧବାର ସୁଦ୍ଧା ସମସ୍ତଙ୍କୁ ମୁକ୍ତ କରାଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.