ETV Bharat / international

ରାଜପରିବାର ଛାଡିବେ ପ୍ରିନ୍ସ-ମେଘନା !

ଯୁବରାଜ ପ୍ରିନ୍ସ ଓ ତାଙ୍କ ପତ୍ନୀ ମେଘନା ମର୍କେଲ ଆର୍ଥିକ ଭାବେ ସ୍ବାଧୀନ ହେବାକୁ ଏକ ନୂଆ ନିଷ୍ପତ୍ତି ନେଇଛନ୍ତି । ଯାହା ସମଗ୍ର ରାଜପରିବାର ସହ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି ।

author img

By

Published : Jan 10, 2020, 5:22 AM IST

Updated : Jan 10, 2020, 7:53 AM IST

ରାଜପରିବାରର ଛାଡିବେ ପ୍ରିନ୍ସ-ମେଘନା !
ରାଜପରିବାରର ଛାଡିବେ ପ୍ରିନ୍ସ-ମେଘନା !

ଲଣ୍ଡନ(ୟୁକେ): ଲଣ୍ଡନ ରାଜପରିବାରରେ ଏକ ଘଟଣା ବର୍ତ୍ତମାନ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି । ଯୁବରାଜ ପ୍ରିନ୍ସ ଓ ତାଙ୍କ ପତ୍ନୀ ମେଘନା ମର୍କେଲ ଆର୍ଥିକ ଭାବେ ସ୍ବାଧୀନ ହେବାକୁ ଏକ ନୂଆ ନିଷ୍ପତ୍ତି ନେଇଛନ୍ତି । ଯାହା ସମଗ୍ର ରାଜପରିବାର ସହ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଉଭୟଙ୍କ ନିଷ୍ପତ୍ତି ଅନୁସାରେ ସେମାନେ ରାଜପରିବାର ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜପରିବାରର ସମସ୍ତ ପଦବୀରୁ ଉଭୟ ଓହରିଛନ୍ତି । ଏହାସହ ସେମାନେ ନିଜେ କୌଣସି ନୂଆ ଚାକିରୀ ଆରମ୍ଭ କରିବାକୁ ସ୍ଥିର କରିଛନ୍ତି । ଫଳରେ ସେମାନେ ନିଜେ ଅର୍ଥ ଉପାର୍ଜନ କରିପାରିବେ । ଉଭୟଙ୍କୁ ଆଉ ରାଜପରିବାର ଉପରେ ନିର୍ଭର ହେବାକୁ ପଡିବନି ।

ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ସମ୍ବନ୍ଧରେ ହ୍ୟାରୀ ଓ ମେଘନା ଉଲ୍ଲେଖ କରିଛନ୍ତି । ଏହାସହ ସେମାନେ ନିଜ ଫ୍ୟାନ୍ସଙ୍କ ଲାଗି ଏକ ପ୍ରଶ୍ନୋତ୍ତର ଲିଷ୍ଟ ଜାରି କରିଛନ୍ତି । ଯେଉଁଥିରେ ତାଙ୍କ ନିଷ୍ପତ୍ତି ସମ୍ପର୍କରେ ମନରେ ଉପୁଜିବାକୁ ଥିବା ସମସ୍ତ ପ୍ରଶ୍ନର ଉତ୍ତର ଦିଆଯାଇଛି । ନିଜର ଆଗାମୀ ଦାୟିତ୍ବ ଲାଗି ସେମାନେ ପ୍ରସ୍ତୁତ ଥିବା ଏଥିରେ ଲେଖିଛନ୍ତି । ସେମାନେ ରାଜପରିବାରର କୌଣସି ଫଣ୍ଡ ଗ୍ରହଣ କରିବେନି ବୋଲି ସ୍ପଷ୍ଟ କରିଛନ୍ତି ।

ତେବେ ସେମାନଙ୍କ ଏହି ନିଷ୍ପତ୍ତିରେ ରାଜପରିବାର ସମେତ ସମଗ୍ର ଇଂଲଣ୍ଡବାସୀ ଆଶ୍ଚର୍ଯ୍ୟ ହୋଇଛନ୍ତି । ହଠାତ ଏପରି ନିଷ୍ପତ୍ତି ଯୋଗୁଁ ସମସ୍ତେ ମେଘନାଙ୍କ ଅଭିନେତ୍ରୀ ହେବା ଆଶାକୁ ଦାୟୀ କରିଛନ୍ତି । ପୂର୍ବରୁ ସେ ଆକ୍ଟ୍ରେସ ଥିବାରୁ ପୁଣିଥରେ ଏହି ଲାଇନକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଶୁଣାଯାଉଛି । ତେବେ ରାଜପରିବାର ଲାଗି ସେମାନେ ସମସ୍ତ ସମୟ ଦେବା ସହ ରାଣୀ ଏଲିଜାବେଥଙ୍କୁ ସବୁ ପ୍ରକାର ସହାୟତା ଯୋଗାଇବେ ବୋଲି କହିଛନ୍ତି ।

Intro:Body:

cv

Conclusion:
Last Updated : Jan 10, 2020, 7:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.