ETV Bharat / international

ଆମେରିକାର ମିସାଇଲ ପ୍ରତିରକ୍ଷା ପ୍ରଣାଳୀକୁ ନିୟୋଜିତ କରିବନି ଜାପାନ

author img

By

Published : Jun 25, 2020, 4:58 PM IST

ଆମେରିକୀୟ ମିସାଇଲ ପ୍ରତିରକ୍ଷା ପ୍ରଣାଳୀ ଏଜିସ ଏସୋରକୁ ସୀମାରେ ନିୟୋଜିତ କରିବାର ନିଷ୍ପତ୍ତିକୁ ରଦ୍ଦ କରାଯାଇଥିବା ଜାପାନର ପ୍ରତିରକ୍ଷାମନ୍ତ୍ରୀ ତାରୋ କୋନୋ ସୂଚନା ଦେଇଛନ୍ତି । ଜାଣନ୍ତୁ କାହିଁକି ?

 ଜାପାନ
ଜାପାନ

ଟୋକିଓ: ଉତ୍ତର କୋରିଆରୁ ଲଗାତାର ମିଳୁଥିବା ଧମକ ପରେ ଦେଶର କ୍ଷମତା ବୃଦ୍ଧି ଉଦ୍ଦେଶ୍ୟରେ ଆମେରିକୀୟ ମିସାଇଲ ପ୍ରତିରକ୍ଷା ପ୍ରଣାଳୀ ଏଜିସ ଏସୋରକୁ ସୀମାରେ ନିୟୋଜିତ କରିବାର ନିଷ୍ପତ୍ତି ନେଇଥିଲା ଜାପାନ । ତେବେ ଗୁରୁବାର ଏହି ନିଷ୍ପତ୍ତିକୁ ରଦ୍ଦ କରାଯାଇଥିବା ଜାପାନର ପ୍ରତିରକ୍ଷାମନ୍ତ୍ରୀ ତାରୋ କୋନୋ ସୂଚନା ଦେଇଛନ୍ତି ।

ଆମେରିକାର ମିସାଇଲ ପ୍ରତିରକ୍ଷା ପ୍ରଣାଳୀକୁ ନିୟୋଜିତ କରିବନି ଜାପାନ

ଗତ ସପ୍ତାହରୁ ଏନେଇ ଆଲୋଚନା ଚାଲିଥିଲା । କୋନୋ ଗତ ସପ୍ତାହରେ ଗଣମାଧ୍ୟମକୁ ସମ୍ବୋଧିତ କରି କହିଥିଲେ, ଏକ ଗବେଷଣା ପରେ ଏଜିସ ଏସୋରର ନିୟୋଜନ ପ୍ରକ୍ରିୟା ରଦ୍ଦ କରିବାର ନିଷ୍ପତ୍ତି ନିଆଯାଇଛି । ହାର୍ଡୱେୟାରର ପୁନଃନିର୍ମାଣ ବିନା ଏହି ମିସାଇଲ ନିୟୋଜିତ ହୋଇପାରିବ ନାହିଁ । ଏଥିରେ ଅତ୍ୟଧିକ ସମୟ ଏବଂ ଅର୍ଥ ଖର୍ଚ୍ଚ ହେବ ବୋଲି ସେ କହିଥିଲେ ।

ରକେଟ ବୁଷ୍ଟର ନିରାପଦରେ ପଡିବା ନେଇ ଜାପାନ ଏବଂ ଆମେରିକାର ଅଧିକାରୀମାନଙ୍କୁ ବୈଷୟିକ ଅସୁବିଧା ଦେଖାଦେଇଥିଲା । ଏଥିପାଇଁ କେବଳ ସଫ୍ଟୱେୟାର ନୁହେଁ ବରଂ ସିଷ୍ଟମର ହାର୍ଡୱେୟାରର ମଧ୍ୟ ନୂତନ ନିର୍ମାଣ ଆବଶ୍ୟକ । ଏଥିପାଇଁ ଅଧିକ ଖର୍ଚ୍ଚ ଏବଂ ସମୟ ଲାଗିବ ବୋଲି କୋନୋ କହିଛନ୍ତି। ତେବେ ଭବିଷ୍ୟତରେ ଜାପାନରେ ମିସାଇଲ ସୁରକ୍ଷା କିପରି କରାଯିବ ସେନେଇ ଆଲୋଚନା ହେବ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.