ଜେରୁସେଲମ: ଗତ ସପ୍ତାହେ ମଧ୍ୟରେ ଇରାନରେ ହୋଇଥିବା ଦୁଇ ନ୍ୟୁକ୍ଲିୟର ସାଇଟ ଅଗ୍ନିକାଣ୍ଡ ପଛରେ ଇସ୍ରାଏଲର ହାତ ରହିଥିବା ସନ୍ଦେହ ପ୍ରକାଶ ପାଇଛି । ଇସ୍ରାଏଲର ସାଇବର ଆଟାକ ଏହା ପଛରେ ମୁଖ୍ୟ କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଗତ ସପ୍ତାହେ ମଧ୍ୟରେ ଇରାନର ୟୁରାନିୟମ ସାଇଟ ଓ ଏକ ମିସାଇଲ ଉତ୍ପାଦନକାରୀ ସାଇଟରେ ଅଗ୍ନିକାଣ୍ଡ ହୋଇଥିଲା ।
ଏକ ଅଜ୍ଞାତ ସୂତ୍ରରୁ ଏହି ବିସ୍ଫୋରଣ ଓ ଅଗ୍ନିକାଣ୍ଡ ପଛରେ ଇସ୍ରାଏଲ ଦାୟୀ ଥିବା କୁହାଯାଉଛି । ଇସ୍ରାଏଲ ନିଜ ସାଇବର ଆଟାକ ଦ୍ବାରା ସମ୍ପୃକ୍ତ ସାଇଟଗୁଡିକରେ ବିସ୍ଫୋରଣ ସହ ଅଗ୍ନିକାଣ୍ଡ ଘଟାଇଥାଇପାରେ । ଭୂତଳ ନାତାଞ୍ଜ ନ୍ୟୁକ୍ଲିୟର ଦ୍ବାରା ଏହି ବିସ୍ଫୋରଣ ସମ୍ଭବପର ବୋଲି ସୂତ୍ରରେ ସ୍ପଷ୍ଟ କରାଯାଇଛି । ଗତ ଦୁଇ ମାସ ଧରି ଇରାନରେ ନ୍ୟୁକ୍ଲିୟର ସାଇଟରେ ବିକାଶ କାର୍ଯ୍ୟ ଜାରି ରହିଥିବା ବେଳେ ଏଥିରେ ବାଧା ସୃଷ୍ଟି କରିବା ପାଇଁ ଇସ୍ରାଏଲ ଏପରି ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି ।
ତେବେ ତେହେରାନଠାରୁ 250 କିଲୋମିଟର ଦୂରରେ ଭୂପୃଷ୍ଠରୁ 25 ଫୁଟ ତଳେ ନାତାଞ୍ଜା ଖଞ୍ଜା ଯାଇଛି । ଏହା ଏୟାରଷ୍ଟ୍ରାଇକରୁ ସୁରକ୍ଷା ପାଇଁ ମୁଖ୍ୟତଃ ବ୍ୟବହୃତ ହେଉଥିବା ବେଳେ ଏହାକୁ ପରିଚାଳିତ କରିବା ପାଇଁ ଇନ୍ଧନର ଆବଶ୍ୟକତା ରହିଥାଏ । ତେବେ ବିସ୍ଫୋରଣର ଫଟୋରୁ ଦେଖିବାକୁ ମିଳିଛି କି ନାତାଞ୍ଜା ଖଞ୍ଜାଯାଇଥିବା ସ୍ଥାନରେ ହିଁ ଅଧିକ କ୍ଷୟକ୍ଷତି ହୋଇଛି । ଏପରିକି ପାଖାପାଖି କୋଠା ମଧ୍ୟ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଦେଖାଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଏନେଇ ଇସ୍ରାଏଲ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।
@IANS