ETV Bharat / international

କୋଭିଡ-19 ଟୀକାକୁ ବିକଶିତ କରିବ କୋଭିଡ ଅଣୁ: ଇସ୍ରାଏଲ ବୈଜ୍ଞାନିକ

author img

By

Published : Jun 13, 2020, 5:18 PM IST

କୋରୋନା ଭାଇରସ ଅଣୁକୁ ନେଇ ପ୍ରସ୍ତୁତ ହେବ କୋରୋନା ଭାଇରସ ଟୀକା । ଇସ୍ରାଏଲର ବାର ଇଆନ୍ ୟୁନିଭର୍ସିଟିର ବୈଜ୍ଞାନିକ ଏହି ମତ ରଖିଛନ୍ତି ।

vaccine
କୋଭିଡ-19 ଟୀକା

ଜେରୁଜେଲମ: କୋରୋନା ଭାଇରସ ଅଣୁକୁ ନେଇ ପ୍ରସ୍ତୁତ ହେବ କୋରୋନା ଭାଇରସ ଟୀକା । ଇସ୍ରାଏଲର ବାର ଇଆନ୍ ୟୁନିଭର୍ସିଟିର ବୈଜ୍ଞାନିକ ଏହି ମତ ରଖିଛନ୍ତି । ଗୁରୁବାର ଏମଡିପିଆଇ ଜର୍ଣ୍ଣାଲରେ ବୈଜ୍ଞାନିକ ଆଣ୍ଟିଜେନ ଅଣୁକୁ ପରୀକ୍ଷା କରି ଆଣ୍ଟିବଡି ଉତ୍ପାଦନରେ ବ୍ୟବହାର କରିପାରିବେ ବୋଲି ଉଲ୍ଲେଖ ରହିଛି ।

ବୈଜ୍ଞାନିକଙ୍କ ଏହି ଦଳ ଭାଇରସର ପ୍ରୋଟିନ୍ ସେଟରୁ ସମ୍ଭାବ୍ୟ ଏପିଟୋପ୍, ଆଣ୍ଟିଜେନ୍ ଅଣୁ ଗୁଡିକର ପ୍ରୋଟିନ୍ ଅଂଶ ଚିହ୍ନଟ କରିଥିଲେ । ଏହି ଏପିଟୋପ୍ ଉଭୟ ଆଣ୍ଟିବଡି ଓ ସେଲ୍-ମଧ୍ୟସ୍ଥି ପ୍ରତିରକ୍ଷା ପ୍ରତିକ୍ରିୟା ସୃଷ୍ଟି କରିପାରିବ ।

ଅନୁସନ୍ଧାନକାରୀ ଭାଇରସର ପ୍ରୋଟିନ୍ ବିଷୟବସ୍ତୁକୁ ଆକଳନ କରିବା ପାଇଁ ଏକ ବାୟୋ ଇନଫର୍ମାଟିକ୍ସ-ଆଧାରିତ ଗଣନା ପ୍ରଣାଳୀ ଗ୍ରହଣ କରିଛନ୍ତି । ପରବର୍ତ୍ତୀ ସମୟରେ ଭାଇରସର ଏପିଟୋପ୍ ଚିହ୍ନଟ କରିଛନ୍ତି ଯାହା ଅତ୍ୟଧିକ ପ୍ରତିରକ୍ଷା ପ୍ରତିକ୍ରିୟା ସୃଷ୍ଟି କରିଥାଏ ।

ଏହିପରି ଦଳ 15 ଟି ସମ୍ଭାବ୍ୟ କ୍ଷେତ୍ର ଚିହ୍ନଟ କରିଛି ଯାହା ଭାଇରସର 3ଟି ପ୍ରୋଟିନରେ ପ୍ରତିରକ୍ଷା ପ୍ରତିକ୍ରିୟା ସୃଷ୍ଟି କରିପାରିବ । ଭାଇରସର ଅନ୍ୟ ପ୍ରୋଟିନ ଉପରେ 25 ଟି ଏପିଟୋପ୍ ମ୍ୟାପ୍ କରାଯିବ । ଦଳର କହିବାନୁସାରେ, ସାରା ବିଶ୍ବରେ ଭାଇରସ ପ୍ରଭାବିତ ଜନସଂଖ୍ୟାର 87 ପ୍ରତିଶତରୁ ଅଧିକ ଏପିଟୋପ୍ ଥିବାର ବିବେଚନା କରାଯାଏ । 7 ଟି ଏପିଟୋପକୁ ସେମାନଙ୍କର ଅଣ-ଆଲର୍ଜେନିକ୍ ଓ ଅଣ-ବିଷାକ୍ତ ପ୍ରକୃତି ଯାଞ୍ଚ କରିବା ପାଇଁ ଏକାଧିକ ଉପକରଣ ବ୍ୟବହାର କରି ପରୀକ୍ଷଣ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.