ETV Bharat / international

ସହଯୋଗୀ ଆକ୍ରାନ୍ତ ପରେ କ୍ବାରେଣ୍ଟାଇନରେ ଇସ୍ରାଏଲ ପିଏମ

author img

By

Published : Mar 30, 2020, 9:05 PM IST

ସହଯୋଗୀଙ୍କ ଠାରେ କୋରୋନା ପଜେଟିଭ ବାହାରିବା ପରେ କ୍ବାରେଣ୍ଟାଇନରେ ଇସ୍ରାଏଲ ପିଏମ । ଅଧିକ ପଢନ୍ତୁ...

ସହଯୋଗୀ ଆକ୍ରାନ୍ତ ପରେ,କ୍ବାରେଣ୍ଟାଇନରେ ଇସ୍ରାଏଲ ପିଏମ

ଜେରୁଜଲମ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କୋରୋନା ଆକ୍ରାନ୍ତ ଥିବା ସନ୍ଦେହ । ବେଞ୍ଜାମିନଙ୍କ ସହଯୋଗୀଙ୍କ ଠାରେ କୋରୋନା ପଜେଟିଭ ବାହାରିବା ପରେ ସନ୍ଦେହ ବଢିଯାଇଛି । ତେଣୁ ଆଗାମୀ ଦିନରେ ବେଞ୍ଜାମିନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ଜଣାପଡିଛି ।

ଇସ୍ରାଏଲର ଏହି 70 ବର୍ଷୀୟ ନେତାଙ୍କ ସ୍ବାସ୍ଥ୍ୟବସ୍ଥା ବାବଦରେ ଇସ୍ରାଏଲର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ । ଏପରିକି ତାଙ୍କୁ 14 ଦିନ ପାଇଁ କ୍ବାରେଣ୍ଟାଇନ ମଧ୍ୟ ରଖାଯିବ । ଇସ୍ରାଏଲ ମିଡିଆ ଅନୁସାରେ, ଗତ ସପ୍ତାହରେ ଇସ୍ରାଏଲ ସଂସଦ ଅଧିବେଶନ ଆୟୋଜିତ ହୋଇଥିଲା । ଯେଉଁଥିରେ ନେତାନ୍ୟାହୁଙ୍କ ସମେତ ଅନେକ ସାଂସଦ ଯୋଗଦେଇଥିଲେ । ଯେଉଁଥିରେ କୋରୋନା ଆକ୍ରାନ୍ତ ନେତା ମଧ୍ୟ ସାମିଲ ଥିଲେ ।

ବର୍ତ୍ତମାନ ସୁଦ୍ଧା ଇସ୍ରାଏଲରେ 4247ଟି ମାମଲା ସାମ୍ନାକୁ ଆସିଥିବାବେଳେ 15ଜଣଙ୍କ ଜୀବନ ଯାଇଛି। ଆଗାମୀ ଦିନରେ ମୃତକଙ୍କ ହଜାରେରୁ ଅଧିକ ହୋଇପାରେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଚେତାଇ ଦେଇଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.