ETV Bharat / international

ପାଲେଷ୍ଟାଇନ ସହ ବୁଝାମଣା ପାଇଁ ପ୍ରସ୍ତୁତ ଇସ୍ରାଏଲ: ନେତାନ୍ୟାହୁ

author img

By

Published : Jun 29, 2020, 10:51 PM IST

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟପୂର୍ବ ଶାନ୍ତି ଚୁକ୍ତି ମୁତାବକ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପାଲେଷ୍ଟାଇନ ସହ ବୁଝାମଣା କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ଆମେରିକାସ୍ଥିତ ଇସ୍ରାଏଲ ସମର୍ଥନକାରୀ ଖ୍ରୀଷ୍ଟ ଧର୍ମାବଲମ୍ବୀ ଦଳ ଆୟୋଜିତ କରିଥିବା ‘ଖ୍ରୀଷ୍ଟିଆନ୍ସ ୟୁନାଇଟେଡ ଫର୍‌ ଇସ୍ରାଏଲ’ ଆଲୋଚନାଚକ୍ରରେ ନେତାନ୍ୟାହୁ ଏନେଇ ସ୍ପଷ୍ଟ କରିଛନ୍ତି ।

israel-palestine negotiation, middleest peace deal, israel prime minister benjamin netanyahu, israel-palestine clash, israel-palestine latest news, ଇସ୍ରାଏଲ-ପାଲେଷ୍ଟାଇନ ବୁଝାମଣା, ମଧ୍ୟପୂର୍ବ ଶାନ୍ତି ଚୁକ୍ତି, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ, ଇସ୍ରାଏଲ-ପାଲେଷ୍ଟାଇନ ବିବାଦ, ଇସ୍ରାଏଲ-ପାଲେଷ୍ଟାଇନ ଲାଟେଷ୍ଟ ନ୍ୟୁଜ୍‌
ପାଲେଷ୍ଟାଇନ ସହ ବୁଝାମଣା ପାଇଁ ପ୍ରସ୍ତୁତ ଇସ୍ରାଏଲ: ନେତାନ୍ୟାହୁ

ଜେରୁସେଲମ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟପୂର୍ବ ଶାନ୍ତି ଚୁକ୍ତି ମୁତାବକ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପାଲେଷ୍ଟାଇନ ସହ ବୁଝାମଣା କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ଆମେରିକାସ୍ଥିତ ଇସ୍ରାଏଲ ସମର୍ଥନକାରୀ ଖ୍ରୀଷ୍ଟ ଧର୍ମାବଲମ୍ବୀ ଦଳ ଆୟୋଜିତ କରିଥିବା ‘ଖ୍ରୀଷ୍ଟିଆନ୍ସ ୟୁନାଇଟେଡ ଫର୍‌ ଇସ୍ରାଏଲ’ ଆଲୋଚନାଚକ୍ରରେ ନେତାନ୍ୟାହୁ ଏନେଇ ସ୍ପଷ୍ଟ କରିଛନ୍ତି । ତେବେ ରବିବାର ବିଳମ୍ବିତ ରାତିରେ ଏନେଇ ନେତାନ୍ୟାହୁ ଆଗୁଆ ଏକ ରେକର୍ଡିଂ କରି ଏହି ସୂଚନା ଦେଇଥିବା ଜଣା ପଡିଛି ।

ଜୁଲାଇ 1ରୁ ଇସ୍ରାଏଲ ଏହାର ପଶ୍ଚିମାଞ୍ଚଳରେ ଆଧିପତ୍ୟ ବିସ୍ତାର କରିବା ନେଇ ଘୋଷଣା କରିଥିବା ବେଳେ ଏହାର ଠିକ୍‌ ଦୁଇ ଦିନ ପୂର୍ବରୁ ପାଲେଷ୍ଟାଇନ ସହ ବୁଝାମଣା ନେଇ ଇସ୍ରାଏଲ ପୁଣି ସୂଚନା ଦେଇଛି । ତେବେ ଏହି ବୁଝାମଣା ନେଇ ନେତାନ୍ୟାହୁ କହିଛନ୍ତି କି ପୁଣି ଏକ ସୁଯୋଗ ଯେପରି ହାତଛଡା ନହୁଏ ସେଥିପାଇଁ ପାଲେଷ୍ଟାଇନ ଏଥର ସାବଧାନ ହେବା ଦରକାର । ସେମାନେ ଏହି ଐତିହାସିକ ଚୁକ୍ତିର ପାଳନ ପାଇଁ କେତେକ ବୁଝାମଣା କରିବା ପାଇଁ ପ୍ରସ୍ତୁତ ରହିବା ଦରକାର । ଯାହା ଇସ୍ରାଏଲ ସମେତ ପାଲେଷ୍ଟାଇନରେ ମଧ୍ୟ ଶାନ୍ତିର ବାତାବରଣ ସୃଷ୍ଟି କରିବ ।

ନେତାନ୍ୟାହୁ ଏହା ମଧ୍ୟ କହିଛନ୍ତି କି ଇସ୍ରାଏଲ ଏହି ଆଲୋଚନା ଓ ବୁଝାମଣା ପାଇଁ ପ୍ରସ୍ତୁତ ରହିଛି । ତେବେ ସୂଚନା ମୁତାବକ ଜୁଲାଇ 1ରୁ ଇସ୍ରାଏଲ ପଶ୍ଚିମାଞ୍ଚଳର 30 ପ୍ରତିଶତ ଅଞ୍ଚଳ ଉପରେ ନିଜର ଅଧିକାର ସାବ୍ୟସ୍ତ କରିବା ଆରମ୍ଭ କରିବାର ଯୋଜନା ରଖିଥିଲା । ଏହି ଅଞ୍ଚଳ ମଧ୍ୟରେ ଗାଜା ଓ ପୂର୍ବ ଜେରୁସେଲମ ରହିଥିବା ବେଳେ ବର୍ତ୍ତମାନ ପାଲେଷ୍ଟାଇନ ଏହି ଅଞ୍ଚଳ ଉପରେ ଆଧିପତ୍ୟ ରଖିଛି । ତେଣୁ ଇସ୍ରାଏଲର ଏପରି ପ୍ରସ୍ତାବକୁ ପାଲେଷ୍ଟାଇନ କଡା ବିରୋଧ କରିଥିବା ଦେଖାଯାଇଥିଲା ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.