ETV Bharat / international

ଏକ ସପ୍ତାହ ପାଇଁ ଇସ୍ରାଏଲରେ ବିମାନ ଚଳାଚଳ ବନ୍ଦ - ଇସ୍ରାଇଲରେ ବିମାନ ଚଳାଚଳ ବନ୍ଦ

ଇସ୍ରାଏଲରେ ଏକ ସପ୍ତାହ ପାଇଁ ବନ୍ଦ ହେଲା ବିମାନ ଚଳାଚଳ । କୋରୋନା ଭାଇରସକୁ ଦୃଷ୍ଟିରେ ରଖି ସରକାରଙ୍କ ପଦକ୍ଷେପ । ଅଧିକ ପଢନ୍ତୁ...

ବିମାନ ଚଳାଚଳ ବନ୍ଦ
ବିମାନ ଚଳାଚଳ ବନ୍ଦ
author img

By

Published : Jan 26, 2021, 8:47 PM IST

ନୂଆଦିଲ୍ଲୀ: ନୂଆ କୋରୋନା ଭାଇରସକୁ ଦୃଷ୍ଟିରେ ରଖି ଇସ୍ରାଏଲ ମଙ୍ଗଳବାର ଠାରୁ ସପ୍ତାହେ ପର୍ଯ୍ୟନ୍ତ ସମସ୍ତ ବିମାନ ଚଳାଚଳ ବନ୍ଦ କରିଛି । ଏନେଇ ମଙ୍ଗଳବାର ଇସ୍ରାଏଲ ପକ୍ଷରୁ ଘୋଷଣା କରାଯାଇଛି । ଦେଶରେ ନୂଆ କୋରୋନା ଭାଇରସର ପ୍ରବେଶକୁ ରୋକିବାକୁ ଇସ୍ରାଏଲ ଏପରି ପଦକ୍ଷେପ ନେଇଛି ।

ଜାନୁଆରୀ 31 ତାରିଖ ଯାଏ ଦେଶର ଅନ୍ତର୍ଜାତୀୟ ବିମାନ ବନ୍ଦର ବେନ ଗୁରିଅନ ଏୟାରପୋର୍ଟ ବନ୍ଦ ରହିବ ବୋଲି କୁହାଯାଇଛି । ତେବେ ଏନେଇ ରବିବାର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଥିଲା । ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କ୍ୟାବିନେଟରେ ବିମାନ ବନ୍ଦ ନେଇ ସୂଚନା ଦେବା ସହ ଦେଶକୁ ନୂଆ କୋରୋନା ଭାଇରସ ଭାରିଆଣ୍ଟ୍ସ କବଳରୁ ରକ୍ଷା କରିବାକୁ ଏପରି କରାଯାଇଥିବା କହିଛନ୍ତି ।

ଅନ୍ୟପଟେ ଏହି ବ୍ୟାନ ଆଗକୁ ମଧ୍ୟ ବଢିପାରେ ବୋଲି କୁହାଯାଉଛି । ଏକ ସପ୍ତାହ ବିମାନ ଚଳାଚଳ ବନ୍ଦ କଲେ ସେତେଟା ସୁଫଳ ମିଳିନପାରେ ବୋଲି ଆଶଙ୍କା କରି ସରକାର ଏହାକୁ ଆହୁରି ବଢାଇ ପାରନ୍ତି ବୋଲି କିଛି ସ୍ବାସ୍ଥ୍ୟକର୍ମୀ କହିଛନ୍ତି ।

ସୂଚନା ଥାଉକି, ଡିସେମ୍ବର 20 ତାରିଖରୁ ଇସ୍ରାଏଲରେ ଟୀକା ଦିଆଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାସହ ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଡିସେମ୍ବର 19 ତାରିଖରୁ ଲାଗିଛି । ଇସ୍ରାଏଲରେ ସମୁଦାୟ 6,06,365 ଜଣ ଆକ୍ରାନ୍ତ ହୋଇଥିବାବେଳେ 4,498 ଜଣଙ୍କ ଜୀବନ ନେଇଛି କୋରୋନା ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.