ETV Bharat / international

ସ୍ଥିତି ସୁଧୁରିଲେ ଇସ୍ରାଏଲ ଓ ବାହାରିନ ମଧ୍ୟରେ ଚାଲିବ ସିଧାସଳଖ ବିମାନ

author img

By

Published : Sep 14, 2020, 2:17 PM IST

ନିକଟରେ ଇସ୍ରାଏଲ ଓ ବାହାରିନ ଉଭୟେ ପରସ୍ପର ସହ କୂଟନୈତିକ ସମ୍ପର୍କ ସ୍ଥାପନ ନେଇ ସହମତି ପ୍ରକାଶ କରିଥିଲେ । ଏମିତିରେ ଉଭୟ ଦେଶ ମଧ୍ୟରେ ସ୍ଥିତି ସୁଧୁରିଲେ ସିଧାସଳଖ ବିମାନସେବା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ।

israel-baharin relation, israel-baharin flight service, israel-baharin peace deal, benjamin netanyahu, ଇସ୍ରାଏଲ-ବାହାରିନ ସମ୍ପର୍କ, ଇସ୍ରାଏଲ-ବାହାରିନ ବିମାନସେବା, ଇସ୍ରାଏଲ-ବାହାରିନ ଶାନ୍ତି ଚୁକ୍ତି, ବେଞ୍ଜାମିନ ନେତାନ୍ୟାହୁ
ସ୍ଥିତି ସୁଧୁରିଲେ ଇସ୍ରାଏଲ ଓ ବାହାରିନ ମଧ୍ୟରେ ଚାଲିବ ସିଧାସଳଖ ବିମାନ

ଜେରୁସେଲମ: ନିକଟରେ ଇସ୍ରାଏଲ ଓ ବାହାରିନ ଉଭୟେ ପରସ୍ପର ସହ କୂଟନୈତିକ ସମ୍ପର୍କ ସ୍ଥାପନ ନେଇ ସହମତି ପ୍ରକାଶ କରିଥିଲେ । ଏନେଇ ଆସନ୍ତା ସେପ୍ଟେମ୍ବର 15ରେ ଆମେରିକାରେ ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହେବାର ଯୋଜନା ରହିଛି । ଏମିତିରେ ଉଭୟ ଦେଶ ମଧ୍ୟରେ ସ୍ଥିତି ସୁଧୁରିଲେ ସିଧାସଳଖ ବିମାନସେବା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ।

ଅଧିକ ସୂଚନା ଦେଇ ସେ କହିଛନ୍ତି କି ଉଭୟ ଦେଶ ମଧ୍ୟରେ ପୂର୍ବରୁ ସେପରି କୌଣସି ସମ୍ପର୍କ ନଥିବା ବେଳେ ଏହି ବିମାନସେବା ଯୋଜନା ଉଭୟଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ନେଇ ଏକ ନୂଆ ଭିତ୍ତିପ୍ରସ୍ତର ସ୍ଥାପନ କରିବ । ଏନେଇ ସାପ୍ତାହିକ କ୍ୟାବିନେଟ ବୈଠକରେ ପ୍ରକାଶ କରିଛନ୍ତି ନେତାନ୍ୟାହୁ । ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପସ୍ଥିତିରେ ଟୋଲିଫୋନିକ ଆଲୋଚନାରେ ଉଭୟ ଦେଶ କୂଟନୈତିକ ସମ୍ପର୍କ ସ୍ଥାପନ ନେଇ ସହମତି ପ୍ରକାଶ କରିଛନ୍ତି । ଏମିତିରେ ଏହି ନୂଆ ଘୋଷଣା ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ଏକ ସମ୍ପର୍କ ସ୍ଥାପନ କରିବାରେ ସହାୟକ ହେବ ବୋଲି ନେତାନ୍ୟାହୁ ପ୍ରକାଶ କରିଛନ୍ତି ।

ସୂଚନା ଅନୁଯାୟୀ ବାହାରିନ ପୂର୍ବରୁ ଅଗଷ୍ଟ ମାସରେ ୟୁଏଇ ଆମେରିକାର ମଧ୍ୟସ୍ଥିରେ ଇସ୍ରାଏଲ ସହ ସମ୍ପର୍କ ସ୍ଥାପନ ନେଇ ଚୁକ୍ତି ସ୍ବାକ୍ଷର କରିସାରିଛି । ଏହି ଚୁକ୍ତି ପରେ ସାଉଦି ଆରବ ମଧ୍ୟ ଇସ୍ରାଏଲକୁ ସିଧାସଳଖ ବିମାନ ସେବା ନେଇ ଘୋଷଣା କରିଥିବା ଜଣା ପଡିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.