ତେହରାନ: ଚୀନ ପରେ ଏବେ ଇରାନରେ ଆତଙ୍କ ଖେଳାଉଛି କୋରୋନା ଭାଇରସ । ଇରାନର ଉପସ୍ବାସ୍ଥ୍ୟମନ୍ତ୍ରୀ ଇରାଜ ହିରାଚୀଙ୍କ ପରେ ଏବେ ଉପ ରାଷ୍ଟ୍ରପତି ମାସୁମେହ ଏବ୍ତେକାର କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିଛନ୍ତି । ତେବେ ଇରାନରେ କୋରୋନା ଭାଇରସ ସଂକ୍ରମଣରେ ଏବେସୁଦ୍ଧା 26 ଜଣ ପ୍ରାଣ ହରାଇ ସାରିଲେଣି । ଚୀନ ପରେ କୋରୋନା ଭାଇରସରେ ଅଧିକ ମୃତ୍ୟୁ ଘଟିଥିବା ଦ୍ବିତୀୟ ଦେଶ ପାଲଟିଛି ଇରାନ । ଏହା ବ୍ୟତୀତ ଇରାନରେ ଏବେସୁଦ୍ଧା 245ରୁ ଉର୍ଦ୍ଧ୍ବ ବ୍ୟକ୍ତି କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।
ସେପଟେ ଚୀନରେ କୋରୋନା ଭାଇରସ ଜନିତ ମୃତ୍ୟୁସଂଖ୍ୟା 2700 ପାର କରିଛି । ଭାଇରସରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ 78,000 କୁ ବୃଦ୍ଧି ପାଇଛି । ତେବେ ଇରାନରେ ମେଡିକାଲ ସୁବିଧା ଯଥେଷ୍ଟ ପରିମାଣରେ ନାହିଁ । ସେଠାରେ ଭଲ ହସ୍ପିଟାଲ ଓ ଡାକ୍ତରଙ୍କ ଅଭାବ ରହିଛି । ଏହା ବ୍ୟତୀତ ଇରାନର ଲୋକଙ୍କ ପର୍ଯ୍ୟାପ୍ତ ପରିମାଣରେ ମାସ୍କ ମଧ୍ୟ ନଥିବା କୁହାଯାଉଛି । ଫଳରେ ଇରାନରେ କୋରୋନା ଭାଇରସ କାୟା ବିସ୍ତାର କରିବାରେ ଲାଗିଛି । ତେବେ ଇରାନରେ କୋରୋନା ବିସ୍ତାରକୁ ରୋକିବା ପାଇଁ ବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଶିକ୍ଷା କେନ୍ଦ୍ରକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି ।
@ANI