ETV Bharat / international

ଇରାନରେ ସାମୟିକ ଭାବେ 1000 ବିଦେଶୀ କଏଦୀ ମୁକ୍ତ

author img

By

Published : Apr 22, 2020, 7:01 AM IST

ମିଳିତ ଜାତିସଙ୍ଘର ସମାଲୋଚନା ପରେ ବିଦେଶୀ ଅପରାଧୀଙ୍କୁ ଛାଡିଛି ଇରାନ । ବର୍ତ୍ତମାନ ସାମୟିକ ଭାବେ 1000ରୁ ଅଧିକ ବିଦେଶୀ କଏଦୀଙ୍କୁ ମୁକ୍ତି ଦିଆଯାଇଛି । ଅଧିକ ପଢନ୍ତୁ...

ଇରାନରେ ସାମୟିକ ଭାବେ 1000 ବିଦେଶୀ କଏଦୀ ମୁକ୍ତ
ଇରାନରେ ସାମୟିକ ଭାବେ 1000 ବିଦେଶୀ କଏଦୀ ମୁକ୍ତ

ତେହରାନ: କୋରୋନାର ଭୟଙ୍କର ପ୍ରଭାବ ସବୁ କ୍ଷେତ୍ରରେ ଦେଖିବାକୁ ମିଳିଛି । ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ଦେଶ ନିଜର ଅପରାଧୀଙ୍କୁ ମୁକ୍ତ କରିଦେଇଛନ୍ତି । ଅନେକ ଦେଶରେ ବନ୍ଦୀ ଥିବା ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଅପରାଧୀଙ୍କୁ କୋରୋନା ମୁକାବିଲା ପାଇଁ ରିଲିଜ କରିଦିଆଯାଇଛି । ଏପରି କ୍ଷେତ୍ରରେ ଇରାନର ବିଭିନ୍ନ ଜେଲରୁ ବିଦେଶୀ କଏଦୀ ମୁକ୍ତ ହୋଇଛନ୍ତି ।

ମିଳିତ ଜାତିସଙ୍ଘର ସମାଲୋଚନା ପରେ ବିଦେଶୀ ଅପରାଧୀଙ୍କୁ ଛାଡିଛି ଇରାନ । ଏନେଇ ଦେଶର ନ୍ୟାୟିକ ମୁଖପାତ୍ର ଘୋଲାମହୋସେନ ସୂଚନା ଦେଇଛନ୍ତି । ବର୍ତ୍ତମାନ ସାମୟିକ ଭାବେ 1000ରୁ ଅଧିକ ବିଦେଶୀ କଏଦୀଙ୍କୁ ମୁକ୍ତି ଦିଆଯାଇଛି ।

ଅନ୍ୟ ଦେଶ ତୁଳନାରେ ଇରାନରେ କଏଦୀଙ୍କ ସ୍ବାସ୍ଥ୍ୟବସ୍ଥାର ସଠିକ ଭାବେ ତଦାରଖ କରାଯାଉଛି । ଦେଶ ଓ ବିଦେଶର ଥିବା ଅପରାଧୀଙ୍କୁ କୋରୋନାମୁକ୍ତ ରଖିବାର ସମସ୍ତ ପ୍ରୟାସ କରାଯାଉଛି ବୋଲି ମୁଖପାତ୍ର କହିଛନ୍ତି । ପୂର୍ବରୁ ମାର୍ଚ୍ଚରେ 1 ଲକ୍ଷ କଏଦୀଙ୍କୁ ଛାଡିଥିଲା ଇରାନ । ଏମାନଙ୍କ ମଧ୍ୟରେ ଆମେରିକା ଓ ବ୍ରିଟେନର ନାଗରିକ ଥିବା ଜଣାପଡିଛି ।

ମୁକ୍ତ ଅପରାଧୀଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ପର୍ଯ୍ୟନ୍ତ ଛାଡି ଦିଆଯାଇଛି । ଏହାପରେ ସେମାନେ ପୁଣି ଜେଲକୁ ଫେରିବେ ବୋଲି ସେମାନଙ୍କ ଓକିଲଙ୍କ ସହ ସର୍ତ୍ତ ରଖାଯାଇଥିବା ସୂଚନା ରହିଛି । ଆଗକୁ ଇରାନ ନୂଆବର୍ଷ ଅବସରରେ 10 ହଜାର ଇରାନ କଏଦୀଙ୍କୁ ମୁକ୍ତ କରାଯିବ ବୋଲି ସରକାର ସୂଚନା ଦେଇଛନ୍ତି ।

ନିକଟରେ ଜାତିସଙ୍ଘ ପକ୍ଷରୁ ଇରାନକୁ ଅପରାଧୀଙ୍କୁ ଛାଡିନଥିବାରୁ ସମାଲୋଚନା କରାଯିବ ସହ ରିପୋର୍ଟ ମଗାଯାଇଥିଲା । କୋରୋନା ମହାମାରୀ ଦ୍ବାରା ଇରାନ ଅଧିକ ପ୍ରଭାବିତ ହୋଇଛି । ଆମେରିକା, ଇଟାଲୀ, ସ୍ପେନ ପରେ ଏଠାରେ ଅଧିକ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.