ତେହେରାନ: ଗୋଟେ ପଟେ ଭାଇରସର ଆତଙ୍କ ଓ ଅନ୍ୟପଟେ ଗୁଜବ ପ୍ରଚାର । ଇରାନରେ କିଛି ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ରାସ୍ତାରେ ଉପରେ ଇରାନର ସ୍ବାସ୍ଥ୍ଯ କର୍ମଚାରୀ ଠିଆ ହୋଇ ଲୋକଙ୍କୁ ଗୁଜବ ପ୍ରଚାର ଉପରେ ବିଶ୍ବାସ ନକରି ରସାୟନିକ ଆଲକୋହଲ ନ ପିଇବାକୁ ଅନୁରୋଧ କରୁଛନ୍ତି ।
ଇରାନରେ ବର୍ତ୍ତମାନ ଗୁଜବ ପ୍ରଚାର କାରଣରୁ ପ୍ରାୟ 300 ଲୋକଙ୍କ ଜୀବନ ଗଲାଣି । 1000ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି । ରସାୟନିକ ମିଥାନଲ୍ ପିଇ ମୃତ୍ୟୁର ଶିକାର ହେଉଛନ୍ତି ଇରାନବାସୀ । ଦେଶରେ ଆଲକୋହଲ ବ୍ୟାନ ହୋଇଯାଇଥିଲେ ସୁଦ୍ଧା ମିଥାନଲ୍ କେଉଁଠି ମିଳୁଛି ସେନେଇ ପ୍ରଶ୍ନ ଉଠିଛି ।
ବିଶାକ୍ତ ମିଥାନଲ୍ ପିଇ ଜଣେ ଶିଶୁ ବର୍ତ୍ତମାନ ଆଖି ହରାଇଛି । ସୋସିଆଲ ମିଡିଆରେ ମିଥ୍ୟା ଗୁଜବ ପ୍ରଚାର ହେଉଛି କି, ମିଥାନଲ୍ ପିଇଲେ ଭାଇରସ୍ ଆକ୍ରାନ୍ତ କରିପାରିବନି । ବାସ୍ ଏହାପରେ ଶିଶୁର ପିତା-ମାତା ଶିଶୁକୁ ମିଥାନଲ୍ ପିଆଇଥିଲେ ।
ଇରାନର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି,‘ ପ୍ରତ୍ୟେକ ଦେଶ ଗୋଟିଏ ସମସ୍ୟା ସହ ଲଢେଇ କରୁଥିବା ବେଳେ ଆମେ ଦୁଇଟି ସମସ୍ୟା ଦେଇ ଗତି କରୁଛୁ । ଆମେ ଉଭୟ ବିଶାକ୍ତ ଆଲକୋହଲ ଓ କୋରୋନା ଭାଇରସ ସହ ଲଢୁଛୁ ’ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ