ETV Bharat / international

‘ଶାନ୍ତି ବଜାୟ ପାଇଁ ଇସ୍ରାଏଲର କବଜା ଉପରେ ଲାଗୁ ରୋକ’

ଇସ୍ରାଏଲ ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକ ଉପରେ ଆଧିପତ୍ୟ ବିସ୍ତାର ନେଇ ଶନିବାର ସ୍ପଷ୍ଟ କରିବାବେଳେ ରବିବାର ଏହାକୁ କଡା ବିରୋଧ କରିଛି ପାଲେଷ୍ଟାଇନ ବରିଷ୍ଠ ଅଧିକାରୀ । ସେମାନଙ୍କ କହିବା ଅନୁଯାୟୀ ଇସ୍ରାଏଲ ଏପରି କାର୍ଯ୍ୟକଳାପରୁ ବର୍ତ୍ତିଲେ ହିଁ ଶାନ୍ତି ବଜାୟ ରହିପାରିବ ।

Israeli occupation, israel-palestine peace deal, israel-palestine face off, ଇସ୍ରାଏଲ ଆଧ୍ୟପତ୍ୟ ବିସ୍ତାର, ଇସ୍ରାଏଲ-ପାଲେଷ୍ଟାଇନ ଶାନ୍ତି ଚୁକ୍ତି, ଇସ୍ରାଏଲ-ପାଲେଷ୍ଟାଇନ ମୁହାଁମୁହିଁ
‘ଶାନ୍ତି ବଜାୟ ପାଇଁ ଇସ୍ରାଏଲର କବଜା ଉପରେ ଲାଗୁ ରୋକ’
author img

By

Published : Jun 29, 2020, 9:58 AM IST

ରାମାଲାହ: ଇସ୍ରାଏଲ ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକ ଉପରେ ଆଧିପତ୍ୟ ବିସ୍ତାର ନେଇ ଶନିବାର ସ୍ପଷ୍ଟ କରିବାବେଳେ ରବିବାର ଏହାକୁ କଡା ବିରୋଧ କରିଛି ପାଲେଷ୍ଟାଇନ ବରିଷ୍ଠ ଅଧିକାରୀ । ସେମାନଙ୍କ କହିବା ଅନୁଯାୟୀ ଇସ୍ରାଏଲ ଏପରି କାର୍ଯ୍ୟକଳାପରୁ ବର୍ତ୍ତିଲେ ହିଁ ଶାନ୍ତି ବଜାୟ ରହିପାରିବ । ସାମରିକ ବ୍ୟାପାର ମନ୍ତ୍ରୀ ହୁସେନ ଅଲ-ଶେଖ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ବେନି ଗାଣ୍ଟଜଙ୍କ ମନ୍ତବ୍ୟରେ ପ୍ରତିକ୍ରିୟା ଦେଇ କହିଥିଲେ କି ଇସ୍ରାଏଲକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟପୂର୍ବ ଶାନ୍ତି ଚୁକ୍ତି ଅନୁଯାୟୀ ନିଜ କାର୍ଯ୍ୟକଳାପରୁ ନିବୃତ୍ତ ରହିବାକୁ ହେବ ।

ସେପଟେ ଗାଣ୍ଟଜ ପାଲେଷ୍ଟାଇନର ଶାନ୍ତି ବଜାୟ ରଖିବା କଥାରେ କହିଥିଲା କି ଆବଶ୍ୟକ ହେଲେ ସେ ତୁରନ୍ତ ରାମାଲାହ ପହଞ୍ଚି ପାଲେଷ୍ଟାଇନ ଅଧିକାରୀଙ୍କ ସହ ଆଲୋଚନା କରିବେ । ଏହାର ଜବାବ ଦେଇ ହୁସେନ କହିଥିଲେ କି ରାମାଲାହ ଆସି ଆଲୋଚନା କରିବା ବଦଳରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସାଧାରଣ ଜନତା ଉପରେ କରୁଥିବା ଜବରଦସ୍ତି, ସୀମାରେ ଅଧିକ ସଂଖ୍ୟକ ସେନା ନିୟୋଜନ ଓ ପରିସର ବୃଦ୍ଧି ନେଇ ଧମକ ଆଦି ପ୍ରଥମେ ବନ୍ଦ କରିବା ଦରକାର ।

ସୂଚନା ଅନୁଯାୟୀ 2014 ମସିହାରେ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଶାନ୍ତି ତୁକ୍ତି ପ୍ରତିହତ ହୋଇଥିଲା । ଏହାର କାରଣ ଥିଲା ଜୀୱିସ ରାଜିନାମା ଓ ଜେରୁସେଲମ । ଏହାପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେରୁସେଲମକୁ ଇସ୍ରାଏଲର ନୂଆ ରାଜଧାନୀ ବୋଲି 2017ରେ ଘୋଷଣା କରିଥିଲେ । ଏହାପରେ ବିଧିବଦ୍ଧ ଭାବେ 2018ରେ ଟେଲ ଅଭିଭରୁ ଜେରୁସେଲମକୁ ଇସ୍ରାଏଲରୁ ରାଜଧାନୀ ସ୍ଥାନାନ୍ତର କରାଯାଇଥିଲା । ହେଲେ ଇସ୍ରାଏଲ ଏଯାବତ୍‌ ଜେରୁସେଲମକୁ ନିଜ ବାହ୍ୟ ରାଜଧାନୀ ବୋଲି ମାନି ଆସୁଛି ।

ଇସ୍ରାଏଲ ବର୍ତ୍ତମାନ ପଶ୍ଚିମ ତଟର 30 ପ୍ରତିଶତ ଅଞ୍ଚଳକୁ ନିଜ ପରିସର ଭୁକ୍ତ କରିବା ପାଇଁ ଯୋଜନା ଆରମ୍ଭ କରିଛି । ଜୋର୍ଡାନ ଉପତ୍ୟକା ସମେତ ଆହୁରି ଅନେକ ଅଞ୍ଚଳକୁ ଇସ୍ରାଏଲ ହସ୍ତଗତ କରିବା ନେଇ ଆହ୍ବାନ ଦେଇଥିଲା । ତେବେ ଏହି ପ୍ରକ୍ରିୟା ଜୁଲାଇ 1ରୁ ଆରମ୍ଭ ହେବା ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଘୋଷଣା କରିବା ପରେ ପାଲେଷ୍ଟାଇନ ଏହାର ବିରୋଧ କରିବା ସହ ଉଭୟ ଦେଶ ମଧ୍ୟରେ ତିକ୍ତତା ପୁଣି ଆରମ୍ଭ ହୋଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.