ETV Bharat / international

ବୁଡିଲା ଦୁବାଇ ଏୟାରପୋର୍ଟ ରନୱେ, ଫସି ରହିଛନ୍ତି ଶତାଧିକ ଭାରତୀୟ

author img

By

Published : Jan 12, 2020, 9:07 AM IST

Updated : Jan 12, 2020, 9:33 AM IST

ଦୁବାଇରେ ଗଲା 24 ଘଣ୍ଟା ଧରି ଲଗାତାର ଭୀଷଣ ବର୍ଷା ଫଳରେ ବିମାନ ଦୁବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବିମାନ ବନ୍ଦରର ଚତୁର୍ଦ୍ଦିଗ ଜଳବନ୍ଦୀ । ବିମାନ ବନ୍ଦର ବଢି କାରଣରୁ ପାଖାପାଖି 300ରୁ ଉର୍ଦ୍ଧ୍ବ ଭାରତୀୟ ଫସି ରହିଥିବା ସୂଚନା ରହିଛି । ଅଧିକ ପଢନ୍ତୁ...

Flooding at Dubai airport delays
ଡିଜାଇନ ଫଟୋ

ଦୁବାଇ: ବିଶ୍ବର ସବୁଠାରୁ ବ୍ୟସ୍ତବହୁଳ ଅନ୍ତର୍ଜାତୀୟ ବିମାନବନ୍ଦର ଜଳ ପ୍ଲାବିତ । ଦୁବାଇରେ ଗଲା 24 ଘଣ୍ଟା ଧରି ଲଗାତାର ଭୀଷଣ ବର୍ଷା ଫଳରେ ବିମାନ ଦୁବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବିମାନ ବନ୍ଦରର ଚତୁର୍ଦ୍ଦିଗ ଜଳବନ୍ଦୀ । ବିମାନ ବନ୍ଦର ବଢି କାରଣରୁ ପାଖାପାଖି 300ରୁ ଉର୍ଦ୍ଧ୍ବ ଭାରତୀୟ ଫସି ରହିଥିବା ସୂଚନା ରହିଛି ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ

ବିମାନ ବନ୍ଦରର ଜଳମୟ ପ୍ରଭାବରେ ଏକାଧିକ ବିମାନ ଉଡାଣକୁ ରଦ୍ଦ କରିଦିଆଯାଇଛି । ସେହପରି ଅନେକ ପ୍ଲେନର ରୁଟରେ ପରିବର୍ତ୍ତନ କରାଯାଇଛି । ଏଥିସହ ଅନେକ ଫ୍ଲାଇଟ 12ରୁ 14 ଘଣ୍ଟା ବିଳମ୍ବରେ ଉଡାଣ ଭରିଥିବା ସୂଚନା ରହିଛି । ଅନ୍ୟପଟେ ଏୟାର ଇଣ୍ଡିଆ ମୁଖପାତ୍ର ଧନଞ୍ଜୟ କୁମାର କହିଛନ୍ତି, ପ୍ରବଳ ବର୍ଷା ଫଳରେ ଦୁବାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ଜଳାର୍ଣ୍ଣବ । ଏହାକୁ ଆଖି ଆଗରେ ରଖି ଏୟାର ଇଣ୍ଡିଆ ଦୁବାଇ ଯିବାକୁ ଥିବା ଏୟାର ଇଣ୍ଡିଆର 4ଟି ବିମାନ ଉଡାଣକୁ ବାତିଲ କରିଥିବା ସୂଚନା ଦେଇଛନ୍ତି ।

ଦୁବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଫସି ରହିଥିବ ଅନେକ ଭାରତୀୟଙ୍କୁ ଆମେରିକା ଯିବା ପାଇଁ ବିମାନ ସେବା ଉପଲବ୍ଧ ହୋଇପାରିନାହିଁ । ଏମିରେଟସ୍‌ ନିଜ ଯାତ୍ରୀଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରିଛି । ପ୍ରବଳ ବର୍ଷା ଫଳରେ ବିମାନ ଚଳାଚଳ ବାଧାଗ୍ରସ୍ତ ରହିଛି । ଯାତ୍ରୀ ମାନଙ୍କ ନିମନ୍ତେ ବୈକଳ୍ପିକ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି । ସୋସିଆଲ ମିଡିଆରେ ଏୟାରପୋର୍ଟର ରନୱେ ବୁଡି ଯାଇଥିବା ଭିଡିଓ ଅପଲୋଡ କରାଯାଇଛି ।

Intro:Body:

BLANK

Conclusion:
Last Updated : Jan 12, 2020, 9:33 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.