ETV Bharat / international

ଲେବାନନ ବିସ୍ଫୋରଣ ଘଟଣା: 100 ଟପିଲା ମୃତ୍ୟୁ ସଂଖ୍ୟା, 3 ଲକ୍ଷ ବାସହରା - ବେରୁଟ୍‌ରେ ବିସ୍ଫୋରଣ

ଲେବାନନ୍ ରାଜଧାନୀ ବେରୁଟ୍ ସହରରେ ମଙ୍ଗଳବାର ଦୁଇଟି ବଡ଼ ଧରଣର ବିସ୍ଫୋରଣ ହୋଇଛି। ଘଟଣାରେ ବର୍ତ୍ତମାନ ସୁଦ୍ଧା 100 ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ପ୍ରାୟ 4,000 ଆହତ ହୋଇଛନ୍ତି ।

ବେରୁଟ୍ ବିସ୍ଫୋରଣ
ବେରୁଟ୍ ବିସ୍ଫୋରଣ
author img

By

Published : Aug 5, 2020, 7:34 PM IST

ବେରୁଟ୍: ଲେବାନନ୍ ରାଜଧାନୀ ବେରୁଟ୍ ସହରରେ ମଙ୍ଗଳବାର ଦୁଇଟି ବଡ଼ ଧରଣର ବିସ୍ଫୋରଣ ହୋଇଛି। ବିସ୍ଫୋରଣ ମାତ୍ରା ଏତି ଅଧିକ ଥିଲା ଯେ ସ୍ଥାନୀୟ ଅଞ୍ଚଳ ଥରି ଉଠିବା ସହ କୋଠା ଗୁଡିକ ବାଲିଘର ଭଳି ଭୁଶୁଡ଼ି ପଡ଼ିଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା 100 ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଘଟଣାରେ ପ୍ରାୟ 4,000 ଆହତ ହୋଇଛନ୍ତି ।

ସେପଟେ ଅନେକ ଏବେସୁଦ୍ଧା ନିଖୋଜ ଅଛନ୍ତି । ବଞ୍ଚିଥିବା ଲୋକଙ୍କୁ ଖୋଜିବା ପାଇଁ ଜରୁରୀକାଳୀନ କର୍ମଚାରୀମାନେ ଅଳିଆ ଗଦାରେ ଖୋଜୁଛନ୍ତି । ତେବେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ଏହି ଘଟଣାରେ ପ୍ରାୟ 3 ଲକ୍ଷ ବାସହରା ହୋଇଛନ୍ତି ବୋଲି ବେରୁଟ୍ ସହରର ରାଜ୍ୟପାଳ ମାରୱାନ୍ ଆବବୁଦ୍ କହିଛନ୍ତି । ସେମାନଙ୍କୁ ଖାଦ୍ୟ, ଜଳ ଏବଂ ଆଶ୍ରୟ ଯୋଗାଇବା ପାଇଁ କର୍ତ୍ତୃପକ୍ଷ କାର୍ଯ୍ୟ କରୁଛନ୍ତି।

ବେରୁଟ୍ ବିସ୍ଫୋରଣ

ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ଏହି ବିସ୍ଫୋରଣ ଘଟିଥିଲା। ସାର ଏବଂ ବୋମାରେ ବ୍ୟବହୃତ 2,750 ଟନ୍ ଆମୋନିଅମ୍ ନାଇଟ୍ରେଟ୍ ବନ୍ଦରରେ 6 ବର୍ଷ ଧରି ସୁରକ୍ଷା ବ୍ୟବସ୍ଥା ବିନା ସଂରକ୍ଷିତ ହୋଇ ରହିଥିଲା। ଅତ୍ୟାଧିକ ଚାପ ଏବଂ ଗରମ ଯୋଗୁଁ ଏହା ବିସ୍ଫୋରଣ ଘଟିଥିବା ରାଷ୍ଟ୍ରପତି ମାଇକେଲ ଆଉନ କହିଛନ୍ତି । ତେବେ ଏହା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି ।

ତେବେ ଇରାନ ଲେବାନନ୍‌କୁ ସହାୟତାର ହାତ ବଢାଇଛି । ଏହି ବିସ୍ଫୋରଣରେ ବେରୁଟ୍‌ରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତେଣୁ ଇରାନ ଲେବାନନ୍‌କୁ ସହାଯ୍ୟ କରିବ ବୋଲି ଇରାନର ବୈଦେଶିକ ମନ୍ତ୍ରୀ ମହମ୍ମଦ ଜାଭଦ ଜରିଫ କହିଛନ୍ତି ।

ତୁର୍କୀ ମଧ୍ୟ ବିସ୍ଫୋରଣରେ ହୋଇଥିବା କ୍ଷୟକ୍ଷତିକୁ ନେଇ ଦୁଃଖ ପ୍ରକାଶ କରିଛି। ଏହି ବିସ୍ଫୋରଣରେ ଦୁଇ ତୁର୍କୀ ନାଗରିକ ସାମାନ୍ୟ ଆହତ ହୋଇଛନ୍ତି ବୋଲି ତୁର୍କୀ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି।

ଇଜିପ୍ଟର ରାଷ୍ଟ୍ରପତି ଅବଦେଲ-ଫତ୍ତାହ ଅଲ-ସିସି ବିସ୍ଫୋରଣ ଘଟଣାରେ ଲେବାନନ୍‌କୁ ସମବେଦନା ଜଣାଇଛନ୍ତି। ସେ ଲେବାନନ୍‌ ସରକାର ଏବଂ ମୃତକ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

ବେରୁଟରେ ହୋଇଥିବା ବଡ଼ ଧରଣର ବିସ୍ଫୋରଣ ପରେ ପାଲେଷ୍ଟାଇନ ମଧ୍ୟ ଲେବାନନ ପ୍ରତି ସମବେଦନା ଜଣାଇଛି । ପାଲେଷ୍ଟାଇନର ରାଷ୍ଟ୍ରପତି ମହମୁଦ ଅବ୍ବାସ କହିଛନ୍ତି, ତାଙ୍କ ଦେଶ ଲେବାନନକୁ ଏହି ଦୁର୍ଘଟଣାରୁ ମୁକ୍ତି ପାଇବାରେ ସାହାଯ୍ୟ କରିବାକୁ ପ୍ରସ୍ତୁତ ।

ସେପଟେ ଲେବାନାନର ରାଷ୍ଟ୍ରପତି ବୁଧବାର ଏକ ଜରୁରୀକାଳୀନ କ୍ୟାବିନେଟ ବୈଠକ ଡାକିଛନ୍ତି । ବେରୁଟରେ ଏକ ବଡ଼ ଧରଣର ବିସ୍ଫୋରଣ ପରେ ଦୁଇ ସପ୍ତାହ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯିବା ଉଚିତ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.