ETV Bharat / international

ଏହି ଦେଶର ଯାତ୍ରୀଙ୍କ ଉପରେ କଟକଣା ଲଗାଇଲେ UAE ସରକାର... - ବିଦେଶୀ ଯାତ୍ରୀ

ବିଦେଶୀ ଯାତ୍ରୀଙ୍କ ଉପରେ କଟକଣା ଲଗାଇଲା ୟୁଏଇ ସରକାର । ଇଣ୍ତୋନେସିଆ ଓ ଆଫଗାନିସ୍ତାନରୁ ବିମାନରେ ଆସୁଥିବା ଯାତ୍ରୀଙ୍କୁ ୟୁଏଇକୁ ଯାତ୍ରା କରିବାକୁ ଆଜି ଠାରୁ ବାରଣ କରାଯାଇଛି । ଅଧିକ ପଢନ୍ତୁ...

COVID-19: UAE suspends entry of passengers from Indonesia, Afghanistan from Sunday
ସଂକ୍ରମଣ ଭୟ : ବିଦେଶୀ ଯାତ୍ରୀଙ୍କ ଉପରେ କଟକଣା ଲଗାଇଲା ୟୁଏଇ ସରକାର
author img

By

Published : Jul 11, 2021, 10:37 AM IST

ଆବୁଧାବୀ: ସଂକ୍ରମଣ ପାଇଁ ବିଦେଶୀ ଯାତ୍ରୀଙ୍କ ଉପରେ କଟକଣା ଲଗାଇଲା ୟୁଏଇ ସରକାର । ଇଣ୍ତୋନେସିଆ ଓ ଆଫଗାନିସ୍ତାନରୁ ବିମାନରେ ଆସୁଥିବା ଯାତ୍ରୀଙ୍କୁ ୟୁଏଇକୁ ଯାତ୍ରା କରିବାକୁ ଆଜିଠାରୁ ବାରଣ କରାଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ସାଧାରଣ ନାଗରିକ ବିମାନ ଚଳାଚଳ ପ୍ରାଧିକରଣ (ଜିସିଏଏ) ଏବଂ ୟୁଏଇରେ ଥିବା ଜାତୀୟ ଜରୁରୀକାଳୀନ ସଙ୍କଟ ଏବଂ ବିପର୍ଯ୍ୟୟ ଜରୁରୀକାଳୀନ ପରିଚାଳନା ପ୍ରାଧିକରଣ (ଏନସିଏମା) ଏହି ଘୋଷଣା କରିଛନ୍ତି ।

କେବଳ ସେତିକି ନୁହେଁ 14 ଦିନ ପୂର୍ବରୁ ସେହି ଦୁଇ ଦେଶରେ ଥିବା ଯାତ୍ରୀ ମଧ୍ୟ ୟୁଏଇକୁ ଯାତ୍ରା କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ଦେଶ ଗୁଡିକରେ ମାଲ ପରିବହନ ବିମାନ ପୂର୍ବପରି ଜାରି ରହିବ । ତେବେ ଯାତ୍ରା ପ୍ରତିବନ୍ଧକରୁ କିଛି ବର୍ଗଙ୍କୁ ଛାଡ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି । ସେହି ବର୍ଗର ଲୋକେ ଯାତ୍ରା କରିବା ପୂର୍ବରୁ 48 ଘଣ୍ଟା ମଧ୍ୟରେ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଥିବା ବେଳେ 10 ଦିନିଆ କ୍ବାରେଣ୍ଟାଇନରେ ରହିବାକୁ କୁହାଯାଇଛି ।

ବିମାନ ବନ୍ଦରରେ ଆରଟିପିସିଆର ଟେଷ୍ଟ ମଧ୍ୟ କରିବାକୁ ପଡିବ । ଏହାସହ ଦେଶରେ ପହଞ୍ଚିବାର ଚତୁର୍ଥ ଏବଂ ଅଷ୍ଟମ ଦିନରେ ଆଉ ଥରେ କୋରୋନା ପରୀକ୍ଷା କରିବାକୁ ବାଧ୍ୟତା ମୂଳକ କରାଯାଇଛି ।

ଏହାପୂର୍ବରୁ ଆରବ ଏମ୍ପାୟାର୍ସକୁ ପାକିସ୍ଥାନ, ବାଂଲାଦେଶ ଏବଂ ଶ୍ରୀଲଙ୍କାରୁ ଯାତ୍ରୀବାହୀ ବିମାନର ଚଳାଚଳକୁ ସ୍ଥଗିତ ରଖାଯାଇଛି । ମହାମାରୀ ପାଇଁ ୟୁଏଇ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜୁଲାଇ 15 ପର୍ଯ୍ୟନ୍ତ ଯାତ୍ରୀବାହୀ ବିମାନ ଚଳାଚଳ ଉପରେ ରୋକ ଲଗାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.