ETV Bharat / international

ବିମାନ ଯାତ୍ରା କଟକଣାକୁ କୋହଳ କଲେ UAE ସରକାର

author img

By

Published : Jun 20, 2021, 10:34 AM IST

ବିମାନ ଯାତ୍ରା କଟକଣାକୁ କୋହଳ କଲେ UAE ସରକାର । ସାଉଥ ଆଫ୍ରିକା, ନାଇଜେରିଆ ଓ ଭାରତର ଯାତ୍ରୀ ମାନେ RTPCR ନେଗେଟିଭ ରିପୋର୍ଟ ଦେଖାଇ ଦୁବାଇକୁ ଏବେ ଯାତ୍ରା କରିପାରିବେ । ଅଧିକ ପଢନ୍ତୁ...

COVID-19: Dubai eases travel restrictions from certain countries including India
ବିମାନ ଯାତ୍ରା କଟକଣାକୁ କୋହଳ କଲେ UAE ସରକାର

ଦୁବାଇ: ସଂକ୍ରମଣ ପାଇଁ ବିମାନ ଯାତ୍ରା ଉପରେ ଲଗାଯାଇଥିବା କଟକଣାକୁ କୋହଳ କରିଛନ୍ତି UAE ସରକାର । ସାଉଥ ଆଫ୍ରିକା, ନାଇଜେରିଆ ଓ ଭାରତର ଯାତ୍ରୀ ମାନେ ଦୁବାଇକୁ ଏବେ ଯାତ୍ରା କରିପାରିବେ । କିନ୍ତୁ ସେଥିପାଇଁ କିଛି ଗାଇଡଲାଇନ ଜାରି କରାଯାଇଛି । ଯାହାକି ଜୁନ 23ରୁ କାର୍ଯ୍ୟକାରୀ କରାଯିବ ।

ଭାରତରୁ ଯାତ୍ରା କରିବାକୁ ଥିବା ଯାତ୍ରୀ କେବଳ ଆବାସିକ ଭିସା ସହ UAE ଅନୁମୋଦିତ ସିନୋଫାରମ, ଫାଇଜର-ବାୟୋଟେକ, ସ୍ପୁଟନିକ ଭି ଏବଂ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାର ଯେ କୌଣସି କମ୍ପାନୀର 2ଟି ଡୋଜ ନେଇଥିବା ବ୍ୟକ୍ତି ଦୁବାଇ ଯାତ୍ରା କରିପାରିବେ । ସେହିପରି, ଦକ୍ଷିଣ ଆଫ୍ରିକା ଏବଂ ନାଇଜେରିଆରୁ ଆସୁଥିୂବା ଯାତ୍ରୀ କେବଳ 48 ଘଣ୍ଟା ପୂର୍ବରୁ ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି ।

ଭାରତରୁ ଯାତ୍ରୀମାନେ ଦୁବାଇ ଯିବାର ଚାରି ଘଣ୍ଟା ପୂର୍ବରୁ ଆରଟିପିସିଆର ପରୀକ୍ଷା ଦେବାକୁ ପଡିବ । ଦୁବାଇରେ ପହଞ୍ଚିବା ପରେ ସେମାନଙ୍କୁ ଅନ୍ୟ ଏକ ଆରଟିପିସିଆର ପରୀକ୍ଷା ମଧ୍ୟ କରିବାକୁ ମଧ୍ୟ ପଡିବ । ଏହା ସହିତ ସେଠାରେ ପହଞ୍ଚିବା ପରେ ସେମାନଙ୍କ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ପଡିବ । ସଂକ୍ରମଣ ବୃଦ୍ଧି କାରଣରୁ ଏପ୍ରିଲ ଶେଷରୁ ଭାରତୀୟଙ୍କ ପାଇଁ ୟୁଏଇ ସରକାର ବିମାନଯାତ୍ରା ଉପରେ କଟକଣା ଲଗାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.