ETV Bharat / international

73 ପ୍ରତିଶତ ମୃତ୍ୟୁ ସହ ଇରାନରେ କୋରୋନା ପ୍ରକୋପରେ ଅବନତି

author img

By

Published : Apr 18, 2020, 11:09 PM IST

ଇରାନରେ କୋରୋନାର କାୟା ଧିରେ ଧିରେ ବିସ୍ତାର ହେଉଥିବା ବେଳେ ଗତ 7 ଦିନ ହେବ ଏହି ପ୍ରଭାବରେ ସାମାନ୍ୟ ଅବନତି ଘଟୁଥିବା ଦେଖିବାକୁ ମିଳୁଛି ।

corona update, corona in iran, coronavirus news, corona update in iran, କୋରୋନା ଅପଡେଟ, ଇରାନରେ କୋରୋନା, କୋରୋନା ଭାଇରସ ନ୍ୟୁଜ୍‌, ଇରାନରେ କୋରୋନା ଅପଡେଟ
73 ପ୍ରତିଶତ ମୃତ୍ୟୁ ସହ ଇରାନରେ କୋରୋନା ପ୍ରକୋପରେ ଅବନତି

ତେହେରାନ: ଇରାନରେ କୋରୋନାର କାୟା ଧିରେ ଧିରେ ବିସ୍ତାର ହେଉଥିବା ବେଳେ ଗତ 7 ଦିନ ହେବ ଏହି ପ୍ରଭାବରେ ସାମାନ୍ୟ ଅବନତି ଘଟୁଥିବା ଦେଖିବାକୁ ମିଳୁଛି । ଶନିବାର କ୍ରମାଗତ ସାତ ଦିନ ପାଇଁ ମୃତ୍ୟୁ ସଂଖ୍ୟା ଦୁଇ ଅଙ୍କ ବିଶିଷ୍ଟ ରହିବା ସହ ପରିସ୍ଥିତିରେ ସାମାନ୍ୟ ସୁଧାର ଆସୁଥିବା କୁହାଯାଉଛି । ଶନିବାର ମୃତ୍ୟୁ ସଂଖ୍ୟା 73ରେ ସୀମିତ ରହିଛି ।

ତେବେ ଇରାନରେ ବର୍ତ୍ତମାନ ସୁଦ୍ଧା କୋରୋନା ଜନିତ ମୃତ୍ୟୁ ସଂଖ୍ୟା 5ହଜାର ଅତିକ୍ରମ କରି 5031ରେ ପହଞ୍ଚିଛି । ଏଥିସହ ଶନିବାର କ୍ରମାଗତ ପଞ୍ଚମ ଦିନ ପାଇଁ ଇରାନରେ ମୃତ୍ୟୁ ସଂଖ୍ୟାରେ ଅବନତି ଦେଖିବାକୁ ମିଳିଛି । ଏନେଇ ବିଭାଗୀୟ ଅଧିକାରୀଙ୍କ ସୂଚନା ମୁତାବକ ଇରାନରେ ଲକଡାଉନ ନିୟମ କୋହଳ ହେବା ପରେ କିଛି କିଛି ଛୋଟ ବ୍ୟବସାୟ ପୁଣି ନିଜ ଗତିକୁ ଫେରିଛି । ସେପଟେ ପୂର୍ବ ଅପେକ୍ଷା ବର୍ତ୍ତମାନ କୋରୋନା ସ୍ଥିତିରେ ନିୟନ୍ତ୍ରଣ ଆସିଛି । ଯାହା ଆଗାମୀ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଶା କରାଯାଉଛି ।

ତେବେ ବର୍ତ୍ତମାନ ଇରାନରେ 1374 ନୂଆ ମାମଲା ଚିହ୍ନଟ ସହ ମୋଟ ସଂଖ୍ୟା 80,860ରେ ପହଞ୍ଚିଛି । ଯେଉଁଥିରୁ 55,987 ଜଣ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ 3513 ଜଣ ଏବେ ବି ସଙ୍କଟାପନ୍ନ ସ୍ଥିତିରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.