ETV Bharat / international

ଇସ୍ରାଏଲକୁ 5ଟନର HCQ ପଠାଇଲା ଭାରତ, ଧନ୍ୟବାଦ ଜଣାଇଲେ ନେତାନ୍ୟାହୁ - covid-19

ମହାମାରୀ କୋରୋନା କବଳର ବିଶ୍ବର ବଡ ବଡ ଓ ବହୁ ବିକଶତ ରାଷ୍ଟ୍ର । ଚିକିତ୍ସା ପାଇଁ ଭାରତ ଠାରୁ ସହଯୋଗ ପାଇ ଧନ୍ୟବାଦ ଜଣାଇଲେ ନେତାନ୍ୟାହୁ । ଅଧିକ ପଢନ୍ତୁ...

ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ନେତାନ୍ୟାହୁ
ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ନେତାନ୍ୟାହୁ
author img

By

Published : Apr 10, 2020, 10:32 AM IST

Updated : Apr 10, 2020, 10:45 AM IST

ନୂଆଦିଲ୍ଲୀ: ଇସ୍ରାଏଲକୁ ମହାମାରୀ କୋରୋନା ଯୁଦ୍ଧର ଅସ୍ତ୍ର ସାଜିଥିବା ଆଣ୍ଟି-ମ୍ୟାଲେରିଆ ଔଷଧକୁ ପଠାଇଲା ଭାରତ । 5ଟନର କ୍ଲୋରକୁଇନ ଓ ହାଇଡ୍ରୋକ୍ସି-କ୍ଲୋରକୁଇନ ପଠାଯାଇଛି । ଗୁରୁବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଟ୍ବିଟର ଯୋଗେ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ମଙ୍ଗଳବାର ଦିନ ଭାରତରୁ କରୋନା ଭାଇରସ୍ ରୋଗୀଙ୍କ ଚିକିତ୍ସା ପାଇଁ ଔଷଧ ତିଆରିରେ ବ୍ୟବହୃତ ସାମଗ୍ରୀ ବିମାନ ଯୋଗେ ଇସ୍ରାଏଲକୁ ପଠାଯାଇଥିଲା । ଯାହାକୁ ନେଇ ବେଞ୍ଜାମିନ୍ ନେତାନ୍ୟାହୁ ଭାରତକୁ ଧନ୍ୟବାଦ ଜଣାଇଛନ୍ତି। ଯାହାକୁ ବର୍ତ୍ତମାନ ସମୟରେ COVID-19 ରୋଗୀଙ୍କ ଚିକିତ୍ସାକର ସର୍ବୋତ୍ତମ ଉପଶମ ଭାବେ ବିବେଚନା କରାଯାଉଛି ।

ସୂଚନାଯୋଗ୍ୟ, ଇସ୍ରାଏଲରେ 10 ହଜାର ଲୋକେ ସଂକ୍ରମିତ ଥିବାବେଳେ 86 ଜଣଙ୍କ ଜୀବନ ନେଇଛି । ଏହା ସହ 121 ଗୁରୁତରଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ତେବେ ଗତ 3 ଏପ୍ରିଲରେ ମୋଦିଙ୍କୁ ସହ ଫୋନ ଯୋଗେ ହାଇଡ୍ରୋକ୍ସି-କ୍ଲୋରକୁଇନ ଯୋଗାଇ ଦେବା ନେଇ ଅନୁରୋଧ କରିଥିଲେ । ଯାହାକୁ ଭାରତ ମାନବିକତା ଦୃଷ୍ଟିରୁ ଇସ୍ରାଏଲକୁ ପଠାଇଛି । ତେବେ କହିରଖୁଛୁ, ଏହା ପୂର୍ବରୁ ଆମେରିକା ମଧ୍ୟ ହାଇଡ୍ରୋକ୍ସି-କ୍ଲୋରକୁଇନକୁ ପଠାଇଛି ଭାରତ ।

Last Updated : Apr 10, 2020, 10:45 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.