କାନବେରା: ଅଷ୍ଟ୍ରେଲିଆର କାନବେରାସ୍ଥିତ ହ୍ରଦ ବର୍ଲେ ଗ୍ରିଫିନରେ ଥିବା ଆସପେନ ଦ୍ବୀପକୁ ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ନାମରେ ନାମିତ କରାଯିବ (Australia's Aspen Island to be renamed to honour Queen Elizabeth II) । ଏ ନେଇ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ ଘୋଷଣା କରିଛନ୍ତି । ଜୁନରେ ଏହି କାର୍ଯ୍ୟକ୍ରମ ହେବ ବୋଲି ସୂଚନା ମିଳିଛି ।
ଜୁନରେ ଏଲିଜାବେଥ ଦ୍ବିତୀୟଙ୍କ ଯୋଗଦାନର ୭୦ ବର୍ଷ ବାର୍ଷିକୀ ପାଳନ ନିମନ୍ତେ ଆୟୋଜନ ହେବାକୁ ଥିବା ସମାରୋହରେ ଏହି ଘୋଷଣା କାର୍ଯ୍ୟକାରୀ ହେବ ବୋଲି ମରିସନ କହିଛନ୍ତି । ଅଷ୍ଟ୍ରେଲିଆକୁ ୭୦ ବର୍ଷ ଧରି ସେବା ଯୋଗାଇବା ବାସ୍ତବରେ ବହୁତ ବଡ ଉପଲବ୍ଧି । ଏହି ଉପଲକ୍ଷେ ସମସ୍ତ କମନୱେଲଥ ରାଷ୍ଟ୍ରଗୁଡିକ ଏକାଠି ସମାରୋହ ପାଳନ କରିବେ । ଏହା ଏକ ଗର୍ବର କଥା ବୋଲି କହିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ ।
୨୦୨୨ ଫେବୃଆରୀ ୬ରେ ଏଲିଜାବେଥ ଦ୍ବିତୀୟ ତାଙ୍କର ୭୦ ବର୍ଷ ପୂରଣ କରିବେ । ଖ୍ରୀଷ୍ଟମାସ ବାର୍ତ୍ତାରେ ରାଣୀ ଏଲିଜାବେଥ ଦ୍ବିତୀୟ କହିଥିଲେ 2022ରେ 70 ବର୍ଷ ଧରି ରାଣୀ ହେବାର ଏକ ପ୍ଲାଟିନମ୍ ଜୟନ୍ତୀ ପାଳନ କରିବାରେ ପ୍ରଥମ ବ୍ରିଟିଶ ।