ସିଡନୀ: ଆମେରିକାରେ ହୁ ହୁ ହୋଇ ବ୍ୟାପିବାରେ ଲାଗିଛି କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁରେ ନ୍ୟାୟ ପାଇଁ ବିକ୍ଷୋଭ । ଏପଟେ ଜର୍ଜଙ୍କ ସମର୍ଥନରେ ଅଷ୍ଟ୍ରେଲିଆର ସିଡନୀରେ ହେବାକୁ ଥିବା ବିକ୍ଷୋଭରେ ଲଗାମ ଲଗାଇବା ପାଇଁ ଅଣ୍ଟା ଭିଡିଛି ପୋଲିସ ।
ଏହି ବିକ୍ଷୋଭରେ ପ୍ରାୟ 10,000 ଲୋକେ ସାମିଲ ହେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଆମେରିକା ଭଳି ସମାନ ଭାବେ ଅଷ୍ଟ୍ରେଲିଆ ପୋଲିସ ହେପାଜତରେ ମଧ୍ୟ ଅନେକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ସ୍ଥିତିରେ କୁହୁଳୁଛି ଅଷ୍ଟ୍ରେଲିଆବାସୀଙ୍କ କ୍ରୋଧ । ତେବେ ଶନିବାର ଆୟୋଜିତ ହେବାକୁ ଥିବା ବିକ୍ଷୋଭରେ ପ୍ରଦର୍ଶନକାରୀଙ୍କୁ ମାସ୍କ ଓ ପିପିଇ ପିନ୍ଧିବା ସହ ସୁରକ୍ଷିତ ଦୂରତା ବଜାୟ ରଖିବା ପାଇଁ ଆୟୋଜକମାନେ ପରାମର୍ଶ ଦେଇଛନ୍ତି । ହେଲେ ଏହାକୁ ନ୍ୟୁ ସାଉଥ ୱେଲ୍ସ ପୋଲିସ ଓ କେନ୍ଦ୍ର ସରକାର ବେଆଇନ ବୋଲି ଘୋଷଣା କରିବା ପାଇଁ ସୁପ୍ରିମକୋର୍ଟରେ ଯାଚିକା ଦାଏର କରିଛନ୍ତି ।
ଏହା ପଛରେ କେନ୍ଦ୍ର ସରକାର ଯୁକ୍ତି ବାଢି କହିଛନ୍ତି କି ଦେଶରେ ଲକଡାଉନ କଟକଣା ଧିରେ ଧିରେ କୋହଳ କରିବାକୁ ଯାଇ ଦୋକାନ ବଜାର ଖୋଲିବା ଆରମ୍ଭ ହୋଇଛି । ବାହାରେ ପ୍ରାୟ 50 ଜଣ ଏକାଠି ହୋଇପାରିବେ ବୋଲି ଅନୁମତି ମଧ୍ୟ ମିଳିଛି । ହେଲେ ଏହି ଆନ୍ଦୋଳନ ବା ବିକ୍ଷୋଭ କୌଣସି ସ୍ବାସ୍ଥ୍ୟଗତ ସୁରକ୍ଷା ଓ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଗ୍ୟାରେଣ୍ଟି ଦେଉ ନାହିଁ । ଯାହା ଦେଶରେ ପୁଣି କୋରୋନା ବିତ୍ପାତ ସୃଷ୍ଟି କରିପାରେ ବୋଲି ଭୟ ରହିଛି ।
@IANS