ETV Bharat / international

ଅଷ୍ଟ୍ରେଲିଆ ବୁଶଫାୟାରର ଧୂଆଁ ନେଇଛି 445 ଜୀବନ: ରିପୋର୍ଟ - ଅଷ୍ଟ୍ରେଲିଆ ବୁଶଫାୟାରର ପ୍ରଭାବ

ଏବେ ବି 2019-20 ବର୍ଷର ଅଷ୍ଟ୍ରେଲିଆନ ବୁଶଫାୟାର ଘଟଣା । ଆଖି ପିଛୁଳାକେ ଜଳି ପୋଡି ଭସ୍ମ ହୋଇଥିବା କୋଟି କୋଟି ଗଛ ଓ ହଜାର ହଜାର ପଶୁପକ୍ଷୀ । ଏହି ଅଗ୍ନିକାଣ୍ଡ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଧୂଆଁ ଜନବସତିରେ ପହଞ୍ଚି ସେଠାରେ ବ୍ୟାପକ କ୍ଷୟକ୍ଷତି କରିଥିବା ଜଣାପଡିଛି ।

australia bushfire, impact of australia bushfire, 445 dead in australian bushfire, ଅଷ୍ଟ୍ରେଲିଆ ବୁଶଫାୟାର, ଅଷ୍ଟ୍ରେଲିଆ ବୁଶଫାୟାରର ପ୍ରଭାବ, ଅଷ୍ଟ୍ରେଲିଆ ବୁଶଫାୟାରରେ 445 ମୃତ
ଅଷ୍ଟ୍ରେଲିଆ ବୁଶଫାୟାରର ଧୂଆଁ ନେଇଛି 445 ଜୀବନ: ରିପୋର୍ଟ
author img

By

Published : May 26, 2020, 11:14 PM IST

କାନବେରା: ଏବେ ବି 2019-20 ବର୍ଷର ଅଷ୍ଟ୍ରେଲିଆନ ବୁଶଫାୟାର ଘଟଣା । ଆଖି ପିଛୁଳାକେ ଜଳି ପୋଡି ଭସ୍ମ ହୋଇଥିବା କୋଟି କୋଟି ଗଛ ଓ ହଜାର ହଜାର ପଶୁପକ୍ଷୀ । ଏହି ଅଗ୍ନିକାଣ୍ଡ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଧୂଆଁ ଜନବସତିରେ ପହଞ୍ଚି ସେଠାରେ ବ୍ୟାପକ କ୍ଷୟକ୍ଷତି କରିଥିବା ଜଣାପଡିଛି । ସ୍ବାସ୍ଥ୍ୟ ବିଶାରଦଙ୍କ ସୂଚନା ମୁତାବକ ଦେଶରେ ହୋଇଥିବା ଏହି ଅଗ୍ନିକାଣ୍ଡର ଧୂଆଁରେ ପ୍ରାୟ 445 ଜଣ ପ୍ରାଣ ହରାଇଛନ୍ତି ।

ୟୁନିଭର୍ସିଟି ଅଫ ତାସମାନିଆର ମେନଜିସ ଇନଷ୍ଟିଚ୍ୟୁଟ ଫର ମେଡିକାଲ ରିସର୍ଚ୍ଚର ଜଣେ ସାଧାରଣ ସ୍ବାସ୍ଥ୍ୟ ବିଶାରଦ ଫୈ ଜନଷ୍ଟନଙ୍କ ମତାନୁଯାୟୀ ତାଙ୍କ ଟିମର ଅନୁଧ୍ୟାନରୁ ଜଣାପଡିଛି କି ଦେଶରେ ମୋଟ 445 ଜଣଙ୍କ ମୃତ୍ୟୁ ହୋଇଛି । ଏହା ପଛରେ ମୁଖ୍ୟ କାରଣ ହେଉଛି ବୁଶଫାୟାର ଦ୍ବାରା ଦେଶର ପୂର୍ବାଞ୍ଚଳରେ ବ୍ୟାପିଥିବା ଧୂଆଁ । ମୋଟାମୋଟି କହିବାକୁ ଗଲେ ଏହି ଅଗ୍ନିକାଣ୍ଡ ଦ୍ବାରା ଦେଶର 80 ପ୍ରତିଶତ ଲୋକେ ପ୍ରଭାବିତ ହୋଇଥିଲେ । ଏହା ଦ୍ବାରା 3340 ଜଣ ଲୋକେ ଧୂଆଁରୁ ଅଣନିଶ୍ବାସୀ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ମଧ୍ୟ ଦେଖାଯାଇଥିଲା ।

ତେବେ ଅଷ୍ଟ୍ରେଲିଆରେ ହୋଇଥିବା ଏହି ଅଗ୍ନିକାଣ୍ଡ ଏତେ ପ୍ରଭାବଶାଳୀ ରହିଥିଲା କି ଏହାର କିଛି ଦିନ ପରେ ବି କ୍ରମାଗତ ଭାବେ ଛୋଟ ଛୋଟ ଅଗ୍ନିକାଣ୍ଡ ଜାରି ରହିଛି । ଫଳରେ ଧିରେ ଧିରେ ସୁସ୍ଥ ହେଉଥିବା ଲୋକେ ପୁଣି ଅସୁସ୍ଥତାର ଦ୍ବାରକୁ ଠେଲି ହୋଇଯାଉଛନ୍ତି । ଏହା ନା ଯେ କେବଳ ପ୍ରାକୃତିକ ସମ୍ପଦ ନଷ୍ଟ କରୁଛି, ବରଂ ଏହା ଜନବସତିର ସ୍ଥିତିକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.