ETV Bharat / international

ଆମେରିକା ପରେ ରେମଡେସିଭିର ଦ୍ବାରା କୋରୋନା ସହ ଲଢିବ ଜାପାନ

author img

By

Published : May 2, 2020, 10:05 PM IST

ଆମେରିକା ପରେ ଜାପାନ ମଧ୍ୟ ରେମଡେସିଭିର ମାଧ୍ୟମରେ କେରୋନା ସହ ଲଢିବ । ଜରୁରୀକାଳୀନ ପରିସ୍ଥିତିରେ ଆମେରିକା ରେମଡେସିଭିର ଔଷଧର ବ୍ୟବହାରକୁ ଅନୁମୋଦନ ଦେଇଥିବାବେଳେ ଜାପାନ ମଧ୍ୟ ରେମଡେସିଭିର ପାଇଁ ଏକ ସ୍ୱତନ୍ତ୍ର ଅନୁମୋଦନ ପ୍ରକ୍ରିୟା ଆରମ୍ଭ କରିଛି । ଅଧିକ ପଢନ୍ତୁ...

ରେମଡେସିଭିର ଦ୍ବାରା କୋରୋନା ସହ ଲଢିବ ଜାପାନ
ରେମଡେସିଭିର ଦ୍ବାରା କୋରୋନା ସହ ଲଢିବ ଜାପାନ

ଟୋକିଓ: କୋରୋନା ମହାମାରୀ ବିରୁଦ୍ଧ ଯୁଦ୍ଧରେ ଆଣ୍ଟି-ଭାଇରାଲ୍ ଔଷଧ ରେମଡେସିଭିର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପାରିଛି । ଆମେରିକା ସମେତ ବିଶ୍ବର ଆଖି ବର୍ତ୍ତମାନ ଏହି ଔଷଧ ଉପରେ ରହିଛି । ବାସ୍ତବରେ, ରେମଡେସିଭିରର କ୍ଲିନିକାଲ୍ ପରୀକ୍ଷଣର ତୃତୀୟ ପର୍ଯ୍ୟାୟର ସକରାତ୍ମକ ଫଳାଫଳ ପରେ, ଅନେକ ଦେଶରେ ଏହି ଔଷଧ ନେଇ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି । ଜରୁରୀକାଳୀନ ପରିସ୍ଥିତିରେ ଆମେରିକା ରେମଡେସିଭିର ଔଷଧର ବ୍ୟବହାରକୁ ଅନୁମୋଦନ ଦେଇଥିବାବେଳେ ଜାପାନ ମଧ୍ୟ ରେମଡେସିଭିର ପାଇଁ ଏକ ସ୍ୱତନ୍ତ୍ର ଅନୁମୋଦନ ପ୍ରକ୍ରିୟା ଆରମ୍ଭ କରିଛି ।

ବାସ୍ତବରେ, ରେମଡେସିଭିର ଏକ ଆଣ୍ଟି-ଭାଇରାଲ୍ ଔଷଧ, ଯାହା ଇବୋଲା ଚିକିତ୍ସା ପାଇଁ ପ୍ରସ୍ତୁତ କରାଯାଇଥିଲା । ଆମେରିକୀୟ ଫାର୍ମାସ୍ୟୁଟିକାଲ୍ ଗିଲିଆଡ୍ ସାଇନ୍ସ ଦ୍ୱାରା ଏହା ଉତ୍ପାଦିତ । ଚଳିତ ବର୍ଷ ଫେବୃଆରୀରେ ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଏବଂ ଇନଫେକସନ ରୋଗ ଘୋଷଣା କରିଛି ଯେ କୋଭିଡ-19 ବିରୋଧରେ ତଦନ୍ତ ପାଇଁ ରେମଡେସିଭିରର ପରୀକ୍ଷା ଚାଲିଛି । ସୂଚନାମୁତାବକ, ଏହି ଔଷଧ ସାର୍ସ ଏବଂ ମର୍ସ ପରି ଜୀବାଣୁ ବିରୁଦ୍ଧରେ ପଶୁ ମାନଙ୍କ ଉପରେ ହୋଇଥିବା ପରୀକ୍ଷଣରେ ଉତ୍ତମ ଫଳାଫଳ ଦେଇଛି ।

ଜାପାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ-19 ପାଇଁ ଏକ ସମ୍ଭାବ୍ୟ ଚିକିତ୍ସା ଭାବରେ ଆଣ୍ଟିଭାଇରାଲ୍ ଔଷଧ ପ୍ରତିକାର ପାଇଁ ଏକ ସ୍ୱତନ୍ତ୍ର ଅନୁମୋଦନ ପ୍ରକ୍ରିୟା ଆରମ୍ଭ କରିଛି । ବ୍ଲୁମବର୍ଗ ଅନୁଯାୟୀ, ପ୍ରାୟ ଏକ ସପ୍ତାହ ମଧ୍ୟରେ ଅନୁମୋଦନ ପ୍ରକ୍ରିୟା ଶେଷ ହୋଇପାରିବ । ଆମେରିକାର ନିୟାମକମାନେ କୋଭିଡ-19 ଆକ୍ରାନ୍ତଙ୍କ ଜରୁରୀକାଳୀନ ବ୍ୟବହାର ପାଇଁ ଔଷଧକୁ ଅନୁମୋଦନ କରିବା ପରେ ଜାପାନରେ ଏହି ପଦକ୍ଷେପ ନିଆଯାଇଛି । ଯଦି ଏହା ବ୍ୟବହାର ପାଇଁ ଅନୁମୋଦିତ ହୁଏ, ତେବେ ରେମଡେସିଭିର ଜାପାନରେ ଉପଲବ୍ଧ ପ୍ରଥମ କୋଭିଡ-19 ଚିକିତ୍ସା ଔଷଧ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.