ETV Bharat / international

ତାଲିବାନ ରାଜ, ମହିଳା ସାମ୍ବାଦିକାଙ୍କୁ କାମ କରିବା ମନା

author img

By

Published : Aug 20, 2021, 3:08 PM IST

ଆଫଗାନିସ୍ତାନର ମହିଳା ସାମ୍ବାଦିକ କହିଛନ୍ତି ଦେଶକୁ ନିଜ ନିୟନ୍ତ୍ରଣରେ ନେଇ ସାରିଛି ତାଲିବାନ ଆତଙ୍କୀ ସଂଗଠନ । ମହିଳାଙ୍କୁ ସାରିଆ ଆଇନ ଅନୁସାରେ କାମ କରିବାକୁ ଅନୁମତି ଦେବାକୁ ନିଶ୍ଚିତ କରାଯାଇଥିବାବେଳେ ଏବେ ମହିଳା ସାମ୍ବାଦିକଙ୍କୁ ଅଫିସରେ ବ୍ୟାନ କରାଯାଇଛି । ଅଧିକ ପଢନ୍ତୁ...

ତାଲିବାନ ଆତଙ୍କୀ ସଂଗଠନ
ତାଲିବାନ ଆତଙ୍କୀ ସଂଗଠନ

କାବୁଲ: ଆଫଗାନିସ୍ତାନରେ ଚାଲିଛି ତାଲିବାନର ତାଣ୍ଡବ । ସମଗ୍ର ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଜୀବନ ବଞ୍ଚାଇବାକୁ ଚାଲିଛି ସଂଘର୍ଷ । ଏହାରି ଭିତରେ ଆଫଗାନିସ୍ତାନର ମହିଳା ସାମ୍ବାଦିକ କହିଛନ୍ତି ଦେଶକୁ ନିଜ ନିୟନ୍ତ୍ରଣରେ ନେଇ ସାରିଛି ତାଲିବାନ ଆତଙ୍କୀ ସଂଗଠନ । ସାରିଆ ଆଇନ ଅନୁସାରେ କାମ କରିବାକୁ ଅନୁମତି ଦେବାକୁ ନିଶ୍ଚିତ କରାଯାଇଥିବାବେଳେ ଏବେ ମହିଳା ସାମ୍ବାଦିକଙ୍କୁ ଅଫିସରେ ବ୍ୟାନ କରାଯାଇଛି ।

ଏକ ନ୍ୟୁଜ ଚ୍ୟାନେଲର ଉପସ୍ଥାପିକା ସବନମ ଖାନ ଦାୱାରନ କହିଛନ୍ତି ତାଙ୍କୁ କାମ ଜାରି ରଖିବାକୁ ଅନୁମତି ଦିଆଯାଇ ନଥିଲା । ଶାସନ ବଦଳିଛି ତୁମେ ଏଠି କାମ କରିପାରିବ ନାହିଁ କହିଥିବା କହିଛନ୍ତି ସବନମ । ଏହା ପରେ ଅନ୍ୟ ଜଣେ ସହକର୍ମୀଙ୍କୁ ମଧ୍ୟ କାମ କରିବାକୁ ବାରଣ କରାଯାଇଥିବା କହିଛନ୍ତି ସବନମ ।

ଆଫଗାନିସ୍ତାନ କାବୁ କରିବା ପରେ ତାଲିବାନ ସମ୍ବାଦିକ ସମ୍ମିଳନୀ କରି କହିଥିଲା ଇସଲାମିକ ଆଇନ ଅନୁସାରେ ମହିଳାମାନଙ୍କ ଅଧିକାରକୁ ସମ୍ମାନ ଦିଆଯିବ । ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଇସଲାମ ଆଇନ ଆନୁସାରେ ମହିଳାମାନଙ୍କୁ ସେମାନଙ୍କର ଅଧିକାର ପ୍ରଦାନ କରିବାକୁ ଏହି ଗୋଷ୍ଠୀ ପ୍ରତିବଦ୍ଧ । ମହିଳାମାନେ ସ୍ବାସ୍ଥ୍ୟ କ୍ଷେତ୍ର ସହିତ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟ କରି ପାରିବେ । ମହିଳାମାନଙ୍କ ପ୍ରତି କୌଣସି ଭେଦଭାବ ରହିବ ନାହିଁ ବୋଲି କହିଥିଲା ତାଲିବାନ ।

ତାଲିବାନ ସାରିଆ ଆଇନ କଣ:

ସାରିଆ ଆଇନ ଇସଲାମଧର୍ମାବଲମ୍ବୀଙ୍କ ଆଇନ ପ୍ରଣାଳୀ । ଏହି ଆଇନ ଅନୁସାରେ ମହିଳାଙ୍କୁ ମୁଖ୍ୟତଃ ନଜରବନ୍ଦୀ କରି ରଖାଯାଉଥିଲା । ପାଠପଢାରେ ଡୋରି ଲାଗିଥାଏ । ବୁର୍ଖା ଏମିତି ପିନ୍ଧିବେ, ଯେଉଁଥିରେ ଶରୀରର କୌଣସି ଅଙ୍ଗ ଦେଖାଯିବନାହିଁ । ମୋଟାମୋଟି ଭାବରେ କହିବାକୁ ଗଲେ ମହିଳାମାନଙ୍କୁ ଘର କୋଣରେ ରହିବାକୁ ପଡିଥାଏ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.