ଶିଅଲ: ୟୁଟ୍ୟୁବରେ 6 ବର୍ଷ ଶିଶୁର କମାଲ। ସାଉଥ କୋରିଆର ଏକ 6 ବର୍ଷର ଶିଶୁ କିଛି ଦିନ ମଧ୍ୟରେ ୟୁଟ୍ୟୁବରେ ନିଜର 3 କୋଟି ସବସ୍କ୍ରାଇବର ପୂରା କରିଛି । ବୋରମ ନାମକ ଏହି ଶିଶୁର ଦୁଇଟି ୟୁଟ୍ୟୁବ ଚ୍ୟାନେଲ ରହିଛି । ଯେଉଁଥିରୁ ସେ 55 କୋଟି ଟଙ୍କା ରୋଜଗାର କରି ନିଜର ଏକ 5 ମହଲା ବିଶିଷ୍ଟ ଘର କିଣିଛି ।
ବୋରମଙ୍କ ଟଏ ରିଭ୍ୟୁ ନାମକ ଏକ ଚ୍ୟାନେଲ ରହିଛି । ଯେଉଁଥିରେ 1.36 କୋଟି ସବସ୍କ୍ରାଇବର ଅଛନ୍ତି । ଏଥିସହ ଦ୍ବିତୀୟ ଚ୍ୟାନେଲଟି ଭିଡିଓ ବ୍ଲଗ ରହିଛି । ଯେଉଁଥିରେ 1.76 କୋଟି ସବସ୍କ୍ରାଇବର ଅଛନ୍ତି । ଏହି ସବୁ ଚ୍ୟାନେଲରେ ବୋରମ ନିଜ ପରିବାର ଦୈନନ୍ଦିନ ଜୀବନ ଉପରେ ଭିଡିଓ କରି ଅପଲୋଡ କରନ୍ତି । ବୋରମଙ୍କ ଏହି ୟୁଟ୍ୟୁବ ଚ୍ୟାନେଲ ଦକ୍ଷିଣ କୋରିଆର ସବୁଠାରୁ ପ୍ରିୟ ଚ୍ୟାନେଲ ଅଟେ । ଏଥିସହ ଏହି ଚ୍ୟାନେଲ କୋରିଆର ସବୁଠାରୁ ଅଧିକ ରୋଜଗାର କରୁଥିବା ଚ୍ୟାନେଲ ଅଟେ ।
2017ରେ ବୋରମଙ୍କ ଏକ ଭିଡିଓରେ ସେ ତାଙ୍କ ବାପାଙ୍କ ପକେଟରୁ ପଇସା ଚୋରାଇବା ପରେ କାର ଚଲାଇବା ପାଇଁ ଚେଷ୍ଟା କରୁଥିଲା । ଯାହାକୁ ନେଇ ଲୋକମାନେ ଅଭିଯୋଗ କରିଥିଲେ । ଏହାପରେ ଏକ ଫ୍ୟାମିଲି କୋର୍ଟରେ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ ହୋଇଥିଲା । ଯେଉଁଥିରେ କୋର୍ଟ ବୋରମଙ୍କ କାଉନସିଲିଂ କରିବା ନିମନ୍ତେ ଆଦେଶ ଦେଇଥିଲା । ତେବେ କିଛି ଦିନ ପରେ ଏହି ମାମଲା ଥମିଯାଇଥିଲା । ଜଣେ ୟୁଜର ବୋରମଙ୍କ ୟୁଟ୍ୟୁବ ରୋଜଗାରକୁ ନେଇ ମୁଁ ମୋ ଜୀବନରେ ଯେତିକି ଟଙ୍କା ରୋଜଗାର କରିନାହିଁ ବୋରମ ତାହା ଗୋଟିଏ ବର୍ଷରେ କରିଦେଖାଇଛନ୍ତି ବୋଲି କହିଛନ୍ତି ।