ମେଲବର୍ଣ୍ଣ: ଅଷ୍ଟ୍ରେଲିଆନ ଅଧିକାରୀ ମଙ୍ଗଳବାର ମେଲବର୍ଣ୍ଣରେ 4 ସପ୍ତାହର ବାଧ୍ୟତାମୂଳକ ଲକଡାଉନ ଲାଗୁ କରିବା ନେଇ ଘୋଷଣା କରିଛନ୍ତି । ମେଲବର୍ଣ୍ଣରେ କୋରୋନା ସଂକ୍ରମଣ ମାତ୍ରା ବଢିବାରେ ଲାଗିଥିବାବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସହରର 10ଟି ସ୍ଥାନରେ ଲକଡାଉନ କଡାକଡି ହେବ ବୋଲି ସୂଚନା ରହିଛି । ଏନେଇ ବୁଧବାର ରାତି 11ଟା 59 ମିନିଟରେ ସମସ୍ତ ବାସିନ୍ଦାଙ୍କ ପାଇଁ ‘ଷ୍ଟେ-ଆଟ୍-ହୋମ’ ନିର୍ଦ୍ଦେଶ ଜାରି କରାଯିବ ।
ଭିକ୍ଟୋରିଆ ପ୍ରମୁଖ ଡାନିଏଲ ଆଣ୍ଡ୍ରିୟୁସ ମଙ୍ଗଳବାର ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି । ଏହି ବିବରଣୀରେ ଡାନିଏଲ ଏହା ମଧ୍ୟ କହିଛନ୍ତି କି ରାଜ୍ୟରେ ଜାରି ରହିଥିବା ହୋଟେଲ କ୍ବାରେଣ୍ଟାଇନ ବ୍ୟବସ୍ଥାକୁ ମଧ୍ୟ ସେ ସମୀକ୍ଷା କରିବା ନେଇ ଘୋଷଣା କରିଛନ୍ତି । ତେବେ ମେ’ ମାସ ଶେଷରୁ ଜୁନ ମାସ ଆରମ୍ଭ ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ପଛରେ ସଂକ୍ରମଣ ନିୟନ୍ତ୍ରଣ ନିୟମରେ ଉଲଙ୍ଘନ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି ଡାନିଏଲ ।
ସେପଟେ ଉତ୍ତର ମେଲବର୍ଣ୍ଣରେ ଚିହ୍ନଟ ଆକ୍ରାନ୍ତଙ୍କ ପାଇଁ ହୋଟେଲରେ ସଂକ୍ରମଣ ନିୟନ୍ତ୍ରଣର ନିୟମରେ ଉଲଙ୍ଘନ ଦାୟୀ ହୋଇଥାଇପାରେ ବୋଲି ଡାନିଏଲ ଆଶଙ୍କା ପ୍ରକାଶ କରିଛନ୍ତି । ତେବେ ମେଲବର୍ଣ୍ଣରେ ବିଗିଡିବାରେ ଲାଗିଥିବା ପରିସ୍ଥିତିକୁ ନଜରରେ ରଖି ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ମେଲବର୍ଣ୍ଣକୁ ସମସ୍ତ ଅନ୍ତର୍ଜାତୀୟ ବିମାନ ସେବା ରବ୍ଦ କରିବାକୁ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କୁ ଡାନିଏଲ ଜଣାଇଛନ୍ତି ।
@IANS