ETV Bharat / international

ଚୀନରୁ 23 ମାନବ ଚାଲାଣ ଅଭିଯୁକ୍ତ ଗିରଫ - trafficing

ୟୁନାନ ଏବଂ ହେନାନ ପ୍ରାନ୍ତର 23 ଅଭିଯୁକ୍ତଙ୍କ ନାମରେ ଭିଏତନାମା ମହିଳାଙ୍କୁ ଚୀନକୁ ଚାଲାଣ କରୁଥିବାର ଅଭିଯୋଗ ଥିଲା । ଏହି ଅଭିଯୋଗ ଆଧାରରେ ଚୀନ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଫାଇଲ ଫଟୋ
author img

By

Published : May 15, 2019, 10:40 AM IST

ବେଜିଂ: ମାନବ ଚାଲାଣ କରୁଥିବା 23 ଅଭିଯୁକ୍ତଙ୍କୁ ଗିରଫ କଲା ଚୀନ ପୋଲିସ। ୟୁନାନ ଏବଂ ହେନାନ ପ୍ରାନ୍ତର ଏହି 23 ଅଭିଯୁକ୍ତଙ୍କ ନାମରେ ଭିଏତନାମା ମହିଳାଙ୍କୁ ଚୀନକୁ ଚାଲାଣ କରୁଥିବାର ଅଭିଯୋଗ ଥିଲା । ଏହି ଅଭିଯୋଗ ଆଧାରରେ ଚୀନ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ଚୀନ ପୋଲିସ ଏକ ମହିଳାଙ୍କୁ ସନ୍ଦେହ କରି ତାଙ୍କ ପଛରେ ରେଳ ଷ୍ଟେସନ ଆସିଥିଲେ । ଏହାପରେ ମହିଳାଙ୍କ ସହିତ ଯାଉଥିବା ଜଣେ ବ୍ୟକ୍ତି ମହିଳାଙ୍କୁ ପୋଲିସ ସହ କଥା ହେବା ପାଇଁ ରୋକିଥିଲେ । ଏହାପରେ ପୋଲିସର ସନ୍ଦେହ ବଢିଯାଇଥିଲା ।

ଅଧିକ ତଦନ୍ତ ପରେ ଏହା ଜଣାପଡିଥିଲା ଯେ, ଉକ୍ତ ବ୍ୟକ୍ତି ଜଣଙ୍କ ତାଙ୍କ ସହ ଯାଉଥିବା ମହିଳା ଜଣଙ୍କୁ ୟୁନାନ ପ୍ରାନ୍ତର ଦୁଇଜଣ ଲୋକଙ୍କ ଠାରୁ କିଣିଥିଲା । ତେବେ ପୋଲିସର ଅଧିକ ତଦନ୍ତ ପରେ 11 ଭିଏତନାମା ମହିଳାଙ୍କୁ ପୋଲିସ ରକ୍ଷା କରିଥିଲା । ତେବେ ଏହି ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Intro:Body:

prabir 1

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.