ETV Bharat / international

ଇରାକରେ ISIS ଆକ୍ରମଣ, ୧୩ ପୋଲିସ ମୃତ

ଇରାକ କିରକୁକ ସହରର ଏକ ଚେକପଏଣ୍ଟରେ ଆକ୍ରମଣ କରିଛି ଆଇଏସଆଇଏସ । ୧୩ ପୋଲିସକର୍ମୀଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା । ଅଧିକ ପଢନ୍ତୁ...

author img

By

Published : Sep 5, 2021, 4:18 PM IST

ଇରାକରେ ISIS ଆକ୍ରମଣ, ୧୩ ପୋଲିସ ମୃତ
ଇରାକରେ ISIS ଆକ୍ରମଣ, ୧୩ ପୋଲିସ ମୃତ

ବାଗଦାଦ: ଇରାକରେ ବିଶ୍ବର କୁଖ୍ୟାତ ଆତଙ୍କୀ ସଂଗଠନ ଇସଲାମିକ ଷ୍ଟେଟ୍‌(ISIS)ର ଆକ୍ରମଣ । କିରକୁକ ସହରର ଏକ ଚେକପଏଣ୍ଟରେ ଆକ୍ରମଣ କରିଛି ଆଇଏସଆଇଏସ । ଆକ୍ରମଣରେ ୧୩ ପୋଲିସକର୍ମୀଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି ।

ସମ୍ବାଦ ସରବରାହ ସଂସ୍ଥା ଅନୁଯାୟୀ, ଉତ୍ତର ଇରାକର କିରକୁକ ସହର ନିକଟରେ ଆଇଏସଆଇଏସ ଏକ ଚେକପଏଣ୍ଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣରେ ଏପର୍ଯ୍ୟନ୍ତ 13 ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ନିକଟରେ ପୁନର୍ବାର ଇରାକରେ ବୃଦ୍ଧି ପାଇଛି ଇସଲାମିକ ଷ୍ଟେଟର ଆକ୍ରମଣ ।

2017 ଶେଷରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସକୁ ପରାସ୍ତ କରାଯାଇଥିବା ଘୋଷଣା କରିଥିଲେ ଇରାକ ସରକାର । ହେଲେ ଆତଙ୍କୀଙ୍କ ଅନେକ ସ୍ପିପର ସେଲ ଏବେ ବି ସକ୍ରିୟ ଅଛନ୍ତି, ଯେଉଁମାନେ ସୁରକ୍ଷା ବାହିନୀ ଉପରେ କ୍ରମାଗତ ଆକ୍ରମଣ ଜାରି ରଖିଛନ୍ତି । ଆତଙ୍କବାଦୀମାନେ ନିୟମିତ ଭାବରେ ଇରାକର ସୈନ୍ୟ ଏବଂ ପୋଲିସକୁ ଟାର୍ଗେଟ କରିଆସୁଛନ୍ତି, କିନ୍ତୁ ଏହି ଆକ୍ରମଣ ଚଳିତ ବର୍ଷ ସବୁଠାରୁ ବଡ ଆକ୍ରମଣ ବୋଲି କୁହାଯାଉଛି ।

ଏହାପୂର୍ବରୁ ଜୁଲାଇ 19ରେ, ଆଇଏସଆଇଏସ ସାଦର ସହରର ଅଲ-ୱୋହେଲାଟ ବଜାର ଉପରେ ଆକ୍ରମଣ କରିଥିଲା ​​ । ଏହି ଆକ୍ରମଣରେ ୩୦ ଜଣ ପ୍ରାଣ ହରାଇଥିଲେ । ଆନୁଷ୍ଠାନିକ ଭାବେ ଆକ୍ରମଣ ନେଇ ନିଜକୁ ଦାୟୀ କରିଥିଲା ଆଇଏସଆଇଏସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.