ETV Bharat / international

ମେଲିଟିପୋଲ ମେୟର ଅପହରଣ, ଇସ୍ରାଏଲକୁ ସହାୟତା ମାଗିଲେ ଜେଲେନସ୍କି - ମେଲିଟୋପୋଲ ମେୟର ଅପହରଣ

ୟୁକ୍ରେନର ମେଲିଟିପୋଲ ସହର ମେୟରଙ୍କୁ ଅପହରଣ । ଋଷ ସେନା କବଳରୁ ମେୟରଙ୍କୁ ମୁକ୍ତ କରିବାକୁ ଇସ୍ରାଏଲକୁ ସହାୟତା ମାଗିଲେ ୟୁକ୍ରେନ ରାଷ୍ଟ୍ରପତି । ଅଧିକ ପଢନ୍ତୁ

ମେଲିଟିପୋଲ ମେୟର ଅପହରଣ, ଇସ୍ରାଇକୁ ସହାୟତା ମାଗିଲେ ଜେଲେନସ୍କି

author img

By

Published : Mar 13, 2022, 7:23 AM IST

କିଭ୍: ୟୁକ୍ରେନର ମେଲିଟିପୋଲ ସହର ମେୟରଙ୍କୁ ଅପହରଣ କରିନେଇଛି ଋଷ ସେନା । ଦକ୍ଷିଣ ୟୁକ୍ରେନ ସହର ମେଲିଟୋପୋଲକୁ ଋଷ ଦଖଲ କରିବା ପରେ ଏହାର ମେୟର ଇଭାନ ଫେଡୋରୋଭଙ୍କୁ ଅପହରଣ କରିଛି । ତୁରନ୍ତ ମେୟରଙ୍କୁ ଛାଡିବାକୁ ଦାବି କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ଶନିବାର ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫ୍ଟାଲି ବେନେଟ୍ଟ(naftali bennett)ଙ୍କ ସହ ଦେଶରେ ଯୁଦ୍ଧ ସ୍ଥିତି ଆଲୋଚନା କରିବା ସଙ୍ଗେ ସଙ୍ଗେ ଅପହୃତ ମେୟରଙ୍କୁ ଋଷ ସେନା କବଳରୁ ମୁକ୍ତ କରିବା ପାଇଁ ସହାୟତା କରିବାକୁ ନିବେଦନ କରିଛନ୍ତି ।

ଏନେଇ ଜେଲେନସ୍କି ଟ୍ବିଟ୍ କରିଛନ୍ତି, ଋଷର ଆକ୍ରମଣ ସମ୍ପର୍କରେ ଆମେ ଇସ୍ରାଇଲ ପିଏମ୍ ବେନେଟ୍ଟଙ୍କ ସହ କଥାବର୍ତ୍ତା କରିଛୁ । ନାଗରିକଙ୍କ ଉପରେ ଆକ୍ରମଣ ବନ୍ଦ ହେବା ଦରକାର । ଆମେ ମେଲିଟିପୋଲ ମେୟରଙ୍କୁ ଋଷ କବଳରୁ ମୁକ୍ତ କରିବା ପାଇଁ ଇସ୍ରାଇଲର ସାହାଯ୍ୟ ମାଗିଛୁ । ଏହାପୂର୍ବରୁ ଜେଲେନସ୍କି ଜର୍ମାନ ଚାନସେଲର ଓଲାଫ ସ୍କୋଲଜ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଆଲୋଚନା କରିଥିଲେ ଏବଂ ମେୟର ଇଭାନ ଫେଡୋରୋଭଙ୍କୁ ଫେରାଇ ଆଣିବାରେ ସାହାଯ୍ୟ କରିବାକୁ କହିଥିଲେ ।

ଶନିବାର ୟୁକ୍ରେନ ରାଷ୍ଟ୍ରପତି ଋଷିଆ ଆକ୍ରମଣରେ ୟୁକ୍ରେନର ୧୩୦୦ ସୈନିକଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି । ପ୍ରଥମ ଥର ପାଇଁ ଜେଲେନସ୍କି ସୈନିକଙ୍କ ମୃତାହାତ ସମ୍ପର୍କରେ ସୂଚନା ଦେଇଛନ୍ତି । ସେହିପରି ୟୁକ୍ରେନ ସେନାର ପାଲଟା ଜବାବରେ ପ୍ରାୟ ୧,୨୦୦ ଋଷ ସେନା ପ୍ରାଣ ହରାଇଥିବା ସେ ଆକଳନ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ମେଲିଟୋପୋଲ ସହରକୁ କବଜା କରିବା ପରେ ୧୦ ଜଣିଆ ଦଖଲକାରୀ ଗ୍ରୁପ ମେଲିଟୋପୋଲର ମେୟର ଇଭାନ ଫେଡୋରୋଭଙ୍କୁ ଅପହରଣ କରି ନେଇଛନ୍ତି। ସେ ଋଷ ସହ ବୁଝାମଣା କରିବାକୁ ମନା କରିବା ପରେ ତାଙ୍କୁ ଅପହରଣ କରି ନେଇଥିବା ୟୁକ୍ରେନ ସାଂସଦ ପକ୍ଷରୁ ଟ୍ବିଟକରି ସୂଚନା ଦିଆଯାଇଛି । ଶୁକ୍ରବାର ରାତିରେ ଭିଡିଓ ବାର୍ତ୍ତା ଦେଇ ଜେଲେନ୍‌ସ୍କି ଅପହରଣ ଘଟଣା ନେଇ ମୁହଁ ଖୋଲିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.