ETV Bharat / international

‘10 ବର୍ଷ ତଳର ଆର୍ଥିକ ଅନଟନ ସ୍ଥିତିକୁ ପୁଣି ଫେରିବନି ୟୁକେ’

author img

By

Published : Jun 29, 2020, 9:59 AM IST

କୋରୋନା ମହାମାରୀ ପ୍ରଭାବରେ ବ୍ରିଟିଶ ଅର୍ଥନୀତି ଦୁର୍ବଳ ହୋଇ ପଡିଥିବା ବେଳେ ଧିରେ ଧିରେ ସ୍ଥିତିରେ ସୁଧାର ଆସିବା ସହ ଅର୍ଥନୀତିକୁ ସଳଖିବା ପାଇଁ ଯୋଜନା ପ୍ରସ୍ତୁତିରେ ଲାଗି ପଡିଛନ୍ତି ପ୍ରଧାନମନ୍ତ୍ରୀ ବୋରିଶ ଜନଶନ ।

Boris johnson, uk economy, corona effect on uk, corona update in uk, ବୋରିଶ ଜନଶନ, ୟୁକେ ଅର୍ଥନୀତି, ୟୁକେରେ କୋରୋନା ପ୍ରଭାବ, ୟୁକେରେ କୋରୋନା ଅପଡେଟ
‘10 ବର୍ଷ ତଳର ଆର୍ଥିକ ଅନଟନ ସ୍ଥିତିକୁ ପୁଣି ଫେରିବନି ୟୁକେ’

ଲଣ୍ଡନ: କୋରୋନା ମହାମାରୀ ପ୍ରଭାବରେ ବ୍ରିଟିଶ ଅର୍ଥନୀତି ଦୁର୍ବଳ ହୋଇ ପଡିଥିବା ବେଳେ ଧିରେ ଧିରେ ସ୍ଥିତିରେ ସୁଧାର ଆସିବା ସହ ଅର୍ଥନୀତିକୁ ସଳଖିବା ପାଇଁ ଯୋଜନା ପ୍ରସ୍ତୁତିରେ ଲାଗି ପଡିଛନ୍ତି ପ୍ରଧାନମନ୍ତ୍ରୀ ବୋରିଶ ଜନଶନ । 10 ବର୍ଷ ତଳେ ଦେଶରେ ସରକାରୀ ଯୋଜନା ବିଫଳ ହେବାରୁ ଆର୍ଥିକ ଅନଟନ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ଯେପରି ପୁଣି ନ ଦୋହରେ ସେଥିପାଇଁ ବୋରିଶ ଦୃଢ ପ୍ରତିଜ୍ଞାବଦ୍ଧ ବୋଲି ରବିବାର ସ୍ପଷ୍ଟ କରିଛନ୍ତି ।

ବର୍ତ୍ତମାନ ସମୟରେ ଅର୍ଥନୀତିକୁ ସଳଖିବା ପାଇଁ ନୂଆ ଯୋଜନାର ପ୍ରସ୍ତୁତି ଓ ଭିତ୍ତିଭୂମିରେ ପରିବର୍ତ୍ତନ କରିବାର ଆବଶ୍ୟକ ଥିବା ବୋରିଶ କହିଛନ୍ତି । ଏପ୍ରିଲ ମାସରେ ଦେଶଚର ଅର୍ଥନୀତିରେ 20.4 ପ୍ରତିଶତ ହ୍ରାସ ପରିଲକ୍ଷିତ ହେବା ପରେ ବୋରିଶ ଅଧିକ ସଚେତନା ହୋଇ ଏ ଦିଗରେ ଗୁରୁତ୍ବାରୋପ କରିଥିବା ଦେଖାଯାଇଛି । ଦେଶରେ କୋରାନ ବିତ୍ପାତ୍ତ ସତ୍ତ୍ବେ ସରକାର ଯେପରି ପୁଣି ଅଣ୍ଟା ସଳଖିଛି ସେଥିପାଇଁ ପ୍ରତ୍ୟେକ ବିଭାଗୀୟ ଅଧିକାରୀ ଓ ଦେଶବାସୀଙ୍କୁ ବୋରିଶ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ବୋରିଶ ଦେଶବାସୀଙ୍କୁ ଆଶ୍ବସ୍ତ କରି କହିଛନ୍ତି କି ଦେଶରେ 10 ବର୍ଷ ପୁରୁଣା ସ୍ଥିତି ପୁଣି ସୃଷ୍ଟି ହେବ ନାହିଁ । ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଛି । ସ୍ବାସ୍ଥ୍ୟ, ଶିକ୍ଷା ଓ ଅନ୍ୟ ଆବଶ୍ୟକୀୟ ଅଧିକାର କ୍ଷେତ୍ରରେ ଦେଶବାସୀ କିପରି ଭରପୂର ସୁବିଧା ପାଇପାରିବେ ସେନେଇ ଆଲୋଚନା ଜାରି ରହିଛି । ଖୁବଶୀଘ୍ର ଏନେଇ ଯୋଜନା ପ୍ରସ୍ତୁତ ହେବ ବୋଲି ମଧ୍ୟ ବୋରିଶ ସ୍ପଷ୍ଟ କରିଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.