ETV Bharat / international

ବ୍ରେନ ଟ୍ୟୁମର ଅପରେସନ ବେଳେ ମହିଳା ବଜାଉଥିଲେ ଭାଓଲିନ

author img

By

Published : Feb 20, 2020, 10:33 PM IST

ବ୍ରିଟେନର ଏକ ହସ୍ପିଟାଲରେ ଏଭଳି କିଛି ଆଶ୍ଚର୍ଯ୍ୟ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି । ବ୍ରେନ ଟ୍ୟୁମର ଅପରେସନ ସମୟରେ 53 ବର୍ଷିୟ ମହିଳା ଡାଗମର ଟର୍ଣ୍ଣର ଭାଓଲିନ ବଜାଇଛନ୍ତି । ଭାଓଲିନ ବଜାଇବାର କ୍ଷମତା ଓ ସାଧନା ତାଙ୍କୁ ନୂଆ ଜୀବନ ଦେଇଥିବା କହିଛନ୍ତି ଅପରେସନ କରୁଥିବା ଡାକ୍ତରୀ ଦଳ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: କଷ୍ଟ, ଯନ୍ତ୍ରଣାରୁ ଉପଶମ ପାଇଁ ମନୁଷ୍ୟକୁ ଅନେକ ସମୟରେ ସଂଗୀତର ସାହାରା ନେଇଥାଏ । ମାତ୍ର ଅପରେସନ ରୁମରୁ ଆସିଛି ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା । ଜଣେ ମହିଳାଙ୍କ ବ୍ରେନ ଟ୍ୟୁମର ଅପରେସନ ସମୟରେ ସେ ଭାଓଲିନ ବଜାଇବା ଓ ସଫଳତାର ସହ ଅପରେସନ ସଫଳ ହେବା ଚିକିତ୍ସା ବିଜ୍ଞାନରେ ନୂଆ ଘଟଣା ।

ବ୍ରେନ ଟ୍ୟୁମର ଅପରେସନ ବେଳେ ମହିଳା ବଜାଉଥିଲେ ଭାଓଲିନ

ବ୍ରିଟେନର ଏକ ହସ୍ପିଟାଲରେ ଏଭଳି କିଛି ଆଶ୍ଚର୍ଯ୍ୟ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି । ବ୍ରେନ ଟ୍ୟୁମର ଅପରେସନ ସମୟରେ 53 ବର୍ଷିୟ ମହିଳା ଡାଗମର ଟର୍ଣ୍ଣର ଭାଓଲିନ ବଜାଇଛନ୍ତି । ଭାଓଲିନ ବଜାଇବାର କ୍ଷମତା ଓ ସାଧନା ତାଙ୍କୁ ନୂଆ ଜୀବନ ଦେଇଥିବା କହିଛନ୍ତି ଅପରେସନ କରୁଥିବା ଡାକ୍ତରୀ ଦଳ । ତାଙ୍କ ବ୍ରେନର ଡାହାଣ ପାଖରୁ ଟ୍ୟୁମର ହଟାଇବା ପାଇଁ ଅପରେସନ ସମୟରେ ସେ ଭାଓଲିନ ବଜାଇଥିଲେ । ଏହି ସମୟରେ ତାଙ୍କ ବାମ ହାତର ଭାରସାମ୍ୟ ମଧ୍ୟ ସନ୍ତୁଳିତ ଥିଲା ଫଳରେ ଅପରେସନରେ କୌଣସି ପ୍ରକାର ସମସ୍ୟା ଉପୁଜିନଥିଲା ।

ଅପରେସନ ସମୟରେ ଭାଓଲିନ ବଜାଇବା ପାଇଁ ତାଙ୍କ ଇଚ୍ଛାକୁ ସମ୍ମାନ ଦେବା ସହ ଡାକ୍ତରୀଦଳ ଏକ ପ୍ଲାନ ପ୍ରସ୍ତୁତ କରିବା ସହ ତଦନୁଯାୟୀ କାମ କରିଥିଲେ । ତାଙ୍କ ବ୍ରେନର ନକ୍ସା ପ୍ରସ୍ତୁତ କରିବା ସହ ଖପୁରୀକୁ ଖୋଲିବା ପରେ ଟ୍ୟୁମର କାଢିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଓ କିଭଳି ଭାବରେ ଭାଓଲିନ ବଜାଇବେ ସେ ନେଇ ଗାଇଡ କରାଯାଇଥିଲା ।

ତାଙ୍କ ଅପରେସନ କରୁଥିବା କିଙ୍ଗ୍ସ କଲେଜ ଓ ହସ୍ପିଟାଲର ସ୍ନାୟୁବିଶେଷଜ୍ଞ ପ୍ରଫେସର କେୟୋମାର୍ସ ଆସ୍କାନ ଏହା ସେମାନଙ୍କ ପାଇଁ ନୂଆ ଏକ ଅନୁଭୂତି ଥିବା କହିଛନ୍ତି । ତାଙ୍କ ବାମ ହାତରେ ଭାଓଲିନ ବଜାଇବା ଜାରି ରହୁଥିବା ସମୟରେ ବ୍ରେନର 90 ପ୍ରତିଶତ ଟ୍ୟୁମର ବାହାର କରି ଦିଆଯାଇଥିଲା ।

ଅପରେସନ ସଫଳ ହେବା ପରେ ଡାକ୍ତରଙ୍କୁ ଧନ୍ୟବାଦ ଦେଇଥିଲେ ଡାଗମର । ଏହାସହ 10 ବର୍ଷ ବୟସରୁ ସେ ଭାଓଲିନ ବଜାଇ ଆସୁଥିବା କହିଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.