ଜେନିଭା: କୋଭିଡ-19 ମୁକାବିଲାରେ ମାସ୍କର ବ୍ୟବହାରକୁ ନେଇ ନୂଆ ଗାଇଡ ଲାଇନ ଜାରି କରିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ଅଧିକ ସଂକ୍ରମିତ ସ୍ଥାନରେ ରୋଗୀ ଓ ମେଡିକାଲ କର୍ମଚାରୀ ମାସ୍କ ପିନ୍ଧିବା ଜରୁରୀ । ମେଡିକାଲରେ କାମ କରୁଥିବା ସଫେଇ କର୍ମଚାରୀ ମଧ୍ୟ ମାସ୍କ ପିନ୍ଧିବାକୁ କୁହାଯାଇଛି । ସଂକ୍ରମଣ ନଥିବା ୱାର୍ଡରେ ମଧ୍ୟ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀ ମାସ୍କ ପିନ୍ଧିବା ଆବଶ୍ୟକ ବୋଲି ଡବ୍ଲ୍ୟୁଏଚଓ ।
60 ବର୍ଷରୁ ଅଧିକ କିମ୍ବା ବିଛଣାରେ ପଡି ରହୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଯଦି ସାମାଜିକ ଦୂରତା ସମ୍ଭବ ରହୁନି । ତେବେ ସ୍ଥଳରେ ମେଡିକାଲ ଗ୍ରେଡ ମାସ୍କ ପିନ୍ଧିବା ଜରୁରୀ। ସେହିପରି ଅନ୍ୟମାନେ ଥ୍ରୀ-ୱେୟର ଫ୍ରାବ୍ରିକ ମାସ୍କ ପିନ୍ଧିବା ଉଚିତ । ଏହି ମାସ୍କରୁ ଘରେ ତିଆରି କରିପାରେ ବୋଲି ଡବ୍ଲ୍ୟୁଏଚଓ କହିଛି । ଟ୍ରେନ, ବସ ଓ ଦୋକାନ କିମ୍ବା ଅନ୍ୟାନ୍ୟ ସୀମିତ କିମ୍ବା ଜନଗହଳିପୂର୍ଣ୍ଣ ସ୍ଥାନ ଗୁଡିକରେ ମାସ୍କ ନିହାତି ପିନ୍ଧିବେ ।
ଡବ୍ଲ୍ୟୁଏଚଓ ପକ୍ଷରୁ ଆହୁରି କୁହାଯାଇଛି, କପଡା ମାସ୍କଗୁଡିକ ତିନି ପରସ୍ତର ହେବା ଉଚିତ । ଭିତର ପରସ୍ତରଟି କଟନ ହେବା ଉଚିତ । କାରଣ ଛିଙ୍କିଲେ କି କାଶିଲେ ଶରୀରରୁ ନିର୍ଗତ ହେଉଥିବା ତରଳ ପଦାର୍ଥକୁ ଏହା ଶୋଷି ନେବ । ଦ୍ବିତୀୟ ପରସ୍ତଟି ଏକ ନନ-ଓଭେନ ମ୍ୟାଟେରିଆଲ ହେବା ଉଚିତ । ଯାହା ଫିଲଟର ଭାବେ କାମ କରିବ । ସେହିପରି ବାହାରଟି ପଲିଷ୍ଟର ହେଲେ ବାହାରୁ କୌଣସି କଣିକା ଶରୀର ଭିତରକୁ ପ୍ରବେଶ କରାଇଦେବ ନାହିଁ । ସେହିପରି ହାତ ନ ଧୋଇ ମାସ୍କ ଛୁଇଁବା କିମ୍ବା ବାରମ୍ବାର ଖୋଲିବା ଓ ଲଗାଇବାରୁ ଦୂରେଇ ରହିବାକୁ କହିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ।