ETV Bharat / international

ଆଗାମୀ 28 ଦିନରେ ଭାରତ ଫେରିବ ପଳାତକ ବିଜୟ ମାଲ୍ୟା - ଭାରତ ଫେରିବ ବିଜୟ ମାଲ୍ୟା

ମଦ ସମ୍ରାଟ ତଥା ଭାରତୀୟ ପଳାତକ ବିଜୟ ମାଲ୍ୟାଙ୍କ ଭାରତ ଫେରିବା ବାଟ ପରିସ୍କାର ହୋଇଛି । ଭାରତ ବିରୋଧରେ ପ୍ରତ୍ୟାର୍ପଣ ମାମଲାକୁ ମାଲ୍ୟା ବ୍ରିଟେନ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ଯାହାକୁ ଗୁରୁବାର ଖାରଜ କରି ମାଲ୍ୟାର ଭାରତ ଫେରିବା ସୁନିଶ୍ଚିତ କରିଛନ୍ତି ବ୍ରିଟେନ ସୁପ୍ରିମକୋର୍ଟ । ଅଧିକ ପଢ଼ନ୍ତୁ...

vijay mallya, vijay mallya's plea rejected in london, vijay mallya to extradict india, fugitive vijay mallya, ବିଜୟ ମାଲ୍ୟା, ଲଣ୍ଡନରେ ବିଜୟ ମାଲ୍ୟାର ଆବେଦନ ଖାରଜ, ଭାରତ ଫେରିବ ବିଜୟ ମାଲ୍ୟା, ପଳାତକ ବିଜୟ ମାଲ୍ୟା
ଆଗାମୀ 28 ଦିନରେ ଭାରତ ଫେରିବ ପଳାତକ ବିଜୟ ମାଲ୍ୟା
author img

By

Published : May 14, 2020, 11:24 PM IST

ନୂଆଦିଲ୍ଲୀ/ଲଣ୍ଡନ: ମଦ ସମ୍ରାଟ ତଥା ଭାରତୀୟ ପଳାତକ ବିଜୟ ମାଲ୍ୟାଙ୍କ ଭାରତ ଫେରିବା ବାଟ ପରିସ୍କାର ହୋଇଛି । ଭାରତ ବିରୋଧରେ ପ୍ରତ୍ୟର୍ପଣ ମାମଲାକୁ ମାଲ୍ୟା ବ୍ରିଟେନ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ଯାହାକୁ ଗୁରୁବାର ଖାରଜ କରି ମାଲ୍ୟାର ଭାରତ ଫେରିବା ସୁନିଶ୍ଚିତ କରିଛନ୍ତି ବ୍ରିଟେନ ସୁପ୍ରିମକୋର୍ଟ । ଯାହା ଆଧରରେ ଆଗାମୀ 28 ଦିନ ଭିତରେ ମାଲ୍ୟାକୁ ଭାରତ ଫେରିବାକୁ ହେବ ।

ପୂର୍ବତନ ସାଂସଦ ତଥା ଭାରତରେ ବୃହତ୍ତମ ସ୍ପିରିଟ କମ୍ପାନୀ ୟୁନାଇଟେଡ ସ୍ପିରିଟ୍ସ ସଂସ୍ଥାପକ ବିଜୟ ମାଲ୍ୟା ପରବର୍ତ୍ତୀ ସମରେ କିଙ୍ଗଫିସର ଏୟାରଲାଇନ୍ସର ସ୍ଥାପନା ମଧ୍ୟ କରିଥିଲେ । ହେଲେ ଏସବୁ ପରେ ତାଙ୍କ ବିରୋଧରେ ପ୍ରାୟ 1.3 ବିଲିୟନ ଡଲାରର ଅର୍ଥ ହେରଫେର ମାମଲା ଆସିଥିଲା । ଏହି ମାମଲାରେ ଫସିବା ପରେ 2016 ମସିହାରେ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଭାରତ ଛାଡିଥିଲେ । ତେବେ ଏହି ମାମଲାରେ ସେ ପ୍ରାୟ 17ଟି ଭାରତୀୟ ବ୍ୟାଙ୍କରୁ ଅର୍ଥ ହେରଫେର କରିଥିବା କୁହାଯାଇଥିଲା । ଏହି ବ୍ୟାଙ୍କ ଗୁଡିକରୁ ସେ ଧାର ନେଇ 40 ବିଦେଶୀ କମ୍ପାନୀରେ ବିନିମୟ କରୁଥିବା ପ୍ରମାଣ ମିଳିଥିଲା ।

ବର୍ତ୍ତମାନ ଲଣ୍ଡନରେ ମାଲ୍ୟାଙ୍କ ପାଇଁ ସମସ୍ତ ଦ୍ବାର ବନ୍ଦ ହୋଇସାରିଛି ତଥାପି ମାଲ୍ୟା ନିଜ ଶେଷ ଚାଲ ଚଲେଇବାରେ ହେଳା କରିବେ ନାହିଁ ବୋଲି ଆକଳନ କରାଯାଉଛି । ଏହି ଶେଷ ଦ୍ବାର ହେଉଛି ୟୁକେ ଗୃହ ସଚିବ ପ୍ରୀତି ପଟେଲ । ଯଦି ଏଠାରେ ମାଲ୍ୟାଙ୍କ ଆବେଦନ ଖାରଜ ହୁଏ ତେବେ ୟୁକେରେ ବି ମାଲ୍ୟାଙ୍କ ପାଇଁ ଆଉ ମୁଣ୍ଡ ଗୁଞ୍ଜିବାକୁ ଜାଗା ରହିବ ନାହିଁ ବୋଲି ସ୍ପଷ୍ଟ ହୋଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.