ETV Bharat / international

ବ୍ରିଟେନ ନିର୍ବାଚନରେ ବ୍ରେକ୍ସିଟ‌ର ବିଜୟ

ବ୍ରିଟେନ ନିର୍ବାଚନରେ ବ୍ରେକ୍ସିଟ‌ର ବିଜୟକୁ ନେଇ ବୈଦେଶିକ ବ୍ୟାପାର ବିଶ୍ଳେଷକ ଓ ଲେଖକ ବିଷ୍ଣୁ ପ୍ରକାଶଙ୍କ ବିଶେଷ ସମୀକ୍ଷା । ଅଧିକ ପଢନ୍ତୁ...

author img

By

Published : Dec 25, 2019, 12:47 PM IST

brexit in britain
ବ୍ରିଟେନ ନିର୍ବାଚନରେ ବ୍ରେକ୍ସିଟ‌ର ବିଜୟ

ହାଇଦ୍ରାବାଦ: ୨୦୧୭ ଜୁନରେ ହୋଇଥିବା ନିର୍ବାଚନର ମାତ୍ର ୩୦ମାସ ପରେ ୨୦୧୯ ଡିସେମ୍ବର ୧୨ ତାରିଖରେ ପୁଣିଥରେ ବ୍ରିଟେନର ନିର୍ବାଚନ ଶେଷ ହୋଇଛି । ଏହି ନିର୍ବାଚନରେ କଞ୍ଜରଭେଟିଭ୍ ପାର୍ଟି (ଟୋରି), ଲେବର ପାର୍ଟି, ଡେମୋକ୍ରାଟ୍ସ, ସ୍କଟିଶ ନ୍ୟାସନାଲ ପାର୍ଟି ସମେତ ଅନ୍ୟାନ୍ୟ ରାଜନୈତିକ ଦଳମାନେ ପ୍ରତିଦ୍ବନ୍ଦିତା କରିଥିଲେ । ଏହି ନିର୍ବାଚନରେ ‘ବ୍ରେକ୍ସିଟ’ ବିଜୟୀ ହୋଇଛି । ଭାରତର ଜ୍ବାଇଁ କୁହାଯାଉଥିବା ବୋରିସ ଜନସନଙ୍କ ନେତୃତ୍ବରେ କଞ୍ଜରଭେଟିଭ ପାର୍ଟି ବ୍ରେକ୍ସିଟ ହାୱାରେ ୬୫୦ଟି ଆସନ ମଧ୍ୟରୁ ୩୬୫ଟି ହାସଲ କରି ବିଜୟ ଲାଭ କରିଛି । ପୂର୍ବାପେକ୍ଷା ଏହି ନିର୍ବାଚନରେ କଞ୍ଜରଭେଟିଭ ପାର୍ଟି ଅଧିକ ୪୭ଟି ଆସନ ହାସଲ କରିଛି ।

ବ୍ରେକ୍ସିଟକୁ ନେଇ ଦ୍ବନ୍ଦରେ ଥିବା ୭୦ବର୍ଷ ବୟସ୍କ ଅନୁଭବୀ ନେତା ଜେରେମୀ କର୍ବିନଙ୍କ ଲେବର ପାର୍ଟି ପୂର୍ବାପେକ୍ଷା ୫୯ଟି କମ ଆସନ ପାଇଛି । ଫଳରେ ଲେବର ପାର୍ଟି ଏହି ନିର୍ବାଚନରେ ମାତ୍ର ୨୦୩ଟି ଆସନ ହାସଲ କରିଛି, ଯାହାକି ୧୯୩୫ ପରଠାରୁ ହୋଇଥିବା ନିର୍ବାଚନରେ ସବୁଠାରୁ କମ ଆସନ ବୋଲି ଜଣାପଡ଼ିଛି ।

ପ୍ରଥମ ଥର ପାଇଁ ନିର୍ବାଚନ ସର୍ବେକ୍ଷଣ ଜନସାଧାରଣଙ୍କ ମନୋଭାବକୁ ଠିକଣା ଭାବରେ ପ୍ରକାଶ କରିପାରଛି । ପ୍ରଧାନମନ୍ତ୍ରୀ ଜନସନ ଯେଉଁ ଶାନଦାର ଜନାଦେଶ ପାଇଛନ୍ତି, ୟୁରୋପିଆନ ୟୁନିୟନରୁ ବିଟ୍ରେନ ବାହାରି ଆସିବାକୁ ତାହା ହେଉଛି ଜନମତ। ଏହି ପ୍ରସଙ୍ଗ ୨୦୧୬ରୁ ଝୁଲି ରହିବା ସହିତ ଦୁଇ ଜଣ ପ୍ରଧାନମନ୍ତ୍ରୀ ସେମାନଙ୍କ ପଦବୀ ହରାଇଛନ୍ତି । ଏଥିପାଇଁ ୩୧ଜାନୁଆରୀ ୨୦୨୦କୁ ଦିନ ଧାର୍ଯ୍ୟ କରାଯାଇଛି। ୟୁରୋପିଆନ ୟୁନିୟନରୁ ବିଟ୍ରେନ ଓହରିବାର ଘୋଷଣା ହେବ କି ନାହିଁ ତାହା ସମୟ କହିବ ।

ଯଦି ବ୍ରିଟେନ ୟୁରୋପିଆନ ୟୁନିୟନରୁ ବାହାରିଯାଏ କୌଣସି ଲାଭ ହେବ ନାହିଁ। ସବୁଠାରୁ ସଫଳ ତଥା ମହତ୍ବକାଂକ୍ଷୀ ଆଞ୍ଚଳିକ ଗୋଷ୍ଠୀ ୟୁରୋପିଆନ ଇକନୋମିକ କମିଟି (ଇଇସି) ଛଅଟି ରାଷ୍ଟ୍ରଙ୍କୁ ନେଇ ୧୯୫୭ରେ ଗଠିତ ହୋଇଥିଲା । ବିଟ୍ରେନ ଏହି ଇଇସିରେ ୧୯୭୩ରେ ଯୋଗଦେଇଥିଲା । ବିଗତ ୬ଦଶନ୍ଧି ମଧ୍ୟରେ ୟୁରୋପିଆନ ୟୁନିୟନ ୨୮ଟି ଦେଶକୁ ନେଇ ମୁଖ୍ୟତଃ ଖ୍ରୀଷ୍ଟିୟାନ କ୍ଳବରେ ପରିଣତ ହୋଇଥିଲା। ଏଥିରେ ନିଜକୁ ଧର୍ମ ନିରପେକ୍ଷ କହୁଥିବା ମୁସଲିମ ରାଷ୍ଟ୍ର ତୁର୍କୀକୁ ସାମିଲ କରିବାକୁ ସମସ୍ତେ କହୁଥିଲେ ହେଁ ପରେ ଦୂରେଇ ଯାଇଛନ୍ତି ।

ୟୁରୋପିଆନ ୟୁନିୟନରୁ ଓହରିବା ପରେ ମଧ୍ୟ, ବ୍ରିଟେନ ଉତ୍ସବ ପାଳନ କରିବାର କୌଣସି କାରଣ ପରିଲକ୍ଷିତ ହେଉନାହିଁ। ପ୍ରକୃତରେ ଏହା ବ୍ରିଟେନକୁ ଏକ ମଧ୍ୟ ବର୍ଗୀୟ ବିଶ୍ବ ଶକ୍ତିରେ ପରିଣତ କରିବ ବୋଲି ଜଣେ ପୂର୍ବତନ କୁଟନୀତିଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି । କାରଣ ୟୁରୋପିଆନ ୟୁନିୟନକୁ ସମର୍ଥନ କରୁଥିବା ସ୍କଟଲ୍ୟାଣ୍ଡ ସ୍ବାଧୀନ ହେବାକୁ ଜନମତ ସଂଗ୍ରହ ଉପରେ ଜୋର ଦେଇପାରେ ବୋଲି ବାସ୍ତବିକ ଆଶଙ୍କା କରାଯାଉଛି । ସ୍କଟିଶ ନ୍ୟାସନାଲ ପାର୍ଟି ଗତ ୧୨ ତାରିଖର ନିର୍ବାଚନରେ ପୂର୍ବାପେକ୍ଷା ୧୩ଟି ଅଧିକ ଆସନ ପାଇ ୪୮ରେ ପହଞ୍ଚିଛି । କ୍ଷମତା ହାସଲ କରିଥିବା କଞ୍ଜରଭେଟିଭ ପାର୍ଟି ସ୍କଟଲ୍ୟାଣ୍ଡରେ ୭ଟି ଆସନ ହରାଇଥିବାବେଳେ ମାତ୍ର ୬ଟିରେ ବିଜୟୀ ହୋଇଛି । ଲେବର ପାର୍ଟି ମଧ୍ୟ ୬ଟି ଆସନ ହରାଇ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଛି ।

୨୦୧୪ରେ ହୋଇଥିବା ଜନମତ ସଂଗ୍ରହରେ ୪୫ପ୍ରତିଶତ ସ୍କଟଲ୍ୟାଣ୍ଡର ଅଧିବାସୀ ସ୍ବାଧୀନତା ସପକ୍ଷରେ ମତଦାନ କରିଥିଲେ। ଲଣ୍ଡନ ବିରୁଦ୍ଧରେ ସ୍କଟଲ୍ୟାଣ୍ଡବାସୀଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ସେହିଭଳି ବ୍ରିଟେନ ୟୁରୋପିଆନ ୟୁନିୟନରୁ ଓହରି ଆସି ସୀମା ନିୟନ୍ତ୍ରଣ ଆରମ୍ଭ କଲେ ଉତ୍ତର ଆୟରଲ୍ୟାଣ୍ଡରେ ଅସନ୍ତୋଷ ପୁଣି ଆରମ୍ଭ ହୋଇପାରେ। ଆୟରଲ୍ୟାଣ୍ଡ ଗଣରାଜ୍ୟ ସହିତ ସୀମା ନ ରଖିବାକୁ ବ୍ରିଟେନ ଆଗ୍ରହ ପ୍ରକାଶ କରୁଛି ।

ୟୁରୋପିଆନ ୟୁନିୟନରୁ ବ୍ରିଟେନ ଓହରି ଆସିବା ନେଇ ଅଫିସର ମହଲରେ ଅନେକ ଗୋଲାପୀ ଚିତ୍ର ଅଙ୍କା ଯାଇଛି। କିନ୍ତୁ ବ୍ରେକ୍ସିଟ ଯୋଗୁଁ ବ୍ରିଟେନ ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ବିଶ୍ଳେଷକମାନେ ସହମତ ହୋଇଛନ୍ତି। ଲଣ୍ଡନର ଇନଷ୍ଟିଚ୍ୟୁଟ ଅଫ ଫିସକାଲ ଷ୍ଟଡ଼ିଜ ଅନୁସାରେ ଏହାର ଜିଡ଼ିପି ୩ପ୍ରତିଶତକୁ ହ୍ରାସ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଥିବାବେଳେ ଅନ୍ୟାନ୍ୟ ସଂସ୍ଥା ଅଧକ ହେବ ବୋଲି କହୁଛନ୍ତି।

ଆହୁରି ମଧ୍ୟ ନୂତନ ଅର୍ଥନୀତି ପାଇଁ ୟୁରୋପିଆନ ୟୁନିୟନ, ଆମେରିକା, ଚୀନ, ଭାରତ ଓ ଅନ୍ୟାନ୍ୟ ଦେଶମାନଙ୍କ ସହିତ ବ୍ରିଟେନ ଉତ୍ତମ ସମ୍ପର୍କ ରଖିବାକୁ ପ୍ରସ୍ତୁତ ହେବା ଆବଶ୍ୟକ, ଯାହାକି ବ୍ରିଟେନ ପାଇଁ ନୂଆ ହେଲେ ମଧ୍ୟ ସହଜ । ବର୍ତ୍ତମାନର ସଂରକ୍ଷଣବାଦୀ ବାତାବରଣରେ ବ୍ରିଟେନର ଆବଶ୍ୟକତା ଅନୁସାରେ ଅନୁକୂଳ ସର୍ତ୍ତ ସହିତ ଫ୍ରି ଟ୍ରେଡ଼ ଏଗ୍ରିମେଣ୍ଟ ତୁରନ୍ତ ହୋଇନପାରେ ।

୨୦୨୦ ଡିସେମ୍ବରର ୩୧ ସୁଦ୍ଧା ୟୁରୋପିଆନ ୟୁନିୟନରୁ ବାହାରି ଆସିବ। ଏ ନେଇ ବ୍ରିଟିଶ ପ୍ରଧାନମନ୍ତ୍ରୀ ଜନସନ ଓ ୟୁରୋପିଆନ ୟୁନିୟନ ମଧ୍ୟରେ ୨୦୧୯ ଅକ୍ଟୋବର ୧୭ ତାରିଖରେ ଅସ୍ଥାୟୀ ବୁଝାମଣା ହୋଇଛି। କିନ୍ତୁ ଏହି ବୁଝାମଣାକୁ ପୂର୍ବର ହାଉସ ଅଫ କମନ୍ସ ଯେଉଁଥିରେ ଟୋରି ପାର୍ଟିର ବହୁମତ ନଥିଲା, ଅସ୍ବୀକାର କରିଛି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଜନସନଙ୍କ ପାର୍ଟି ବହୁମତ ପାଇଥିବାରୁ ଏସମ୍ପର୍କରେ ପୁଣି ଥରେ ଆଲୋଚନା ହୋଇପାରେ।

ବ୍ରେକ୍ସିଟ ଯୋଗୁଁ ୟୁରୋପିଆନ ୟୁନିୟନର କୁଶଳୀ ଓ ଅଣକୁଶଳୀ ଲୋକମାନେ ବ୍ରିଟେନକୁ ଖୋଲାଖୋଲି ଯିବା ଆସିବା କରିପାରିବେ ନାହିଁ, ଯାହାକି ବ୍ରିଟିଶ ଲୋକମାନଙ୍କର ଅପ୍ରିୟ ଦାବି ବୋଲି କୁହାଯାଉଛି। ଏହାପରେ ୟୁରୋପିଆନ ୟୁନିୟନର କୁଶଳୀ ଲୋକମାନଙ୍କ ପାଇଁ ଅନ୍ୟ ଦେଶର ଲୋକମାନଙ୍କ ଭଳି ଅପ୍ରବାସ ନିୟମ ଲାଗୁହେବ। ଯାହାଫଳରେ ଭାରତୀୟମାନଙ୍କୁ ୟୁରୋପିଆନଙ୍କ ଭଳି ସମାନ ମାନ୍ୟତା ମିଳିବ। ବର୍ତ୍ତମାନ ଭାରତୀୟ ଓ ଅଣ ୟୁରୋପିଆନ ଲୋକମାନଙ୍କୁ ଟାୟାର-୨ (କୁଶଳୀ) ଭିସା ମିଳୁଥିଲା।

ନିର୍ବାଚନରେ ବୋରିସ ଜନସନ ବିଜୟୀ ହେବାପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ତୁରନ୍ତ ଅଭିନନ୍ଦନ ଜଣାଇବା ସହିତ ଭାରତ ଗସ୍ତରେ ଆସିବାକୁ ଆମନ୍ତ୍ରଣ କରିଛନ୍ତି। ଡିସେମ୍ବର ୧୩ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି କହିଛନ୍ତି, ପ୍ରଚଣ୍ଡ ବହୁମତ ପାଇ କ୍ଷମତାକୁ ପୁଣିଥରେ ଫେରିଥିବାରୁ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଅଭିନନ୍ଦନ ଜଣାଉଛି। ମୁଁ ତାଙ୍କର ମଙ୍ଗଳକାମନା କରିବା ସହିତ ଭାରତ-ବ୍ରିଟେନ ମିଳିତ ଭାବରେ କାମ କରିବାକୁ ଆଶାବାଦୀ। ଦୀର୍ଘ ୨୫ବର୍ଷ ତଳେ ସେ ମାରିନା ହ୍ୱିଲର (ତାଙ୍କ ମାଆ ଭାରତରେ ଜନ୍ମିତ ଶିଖ)ଙ୍କୁ ବିବାହ କରିଛନ୍ତି। ସେ ବିଭିନ୍ନ ପଦପଦବୀରେ ଥାଇ ଅନେକ ଥର ଭାରତ ଆସିଛନ୍ତି। ସେ ଖୁବ ଶୀଘ୍ର ଭାରତ ଗସ୍ତରେ ଆସିବେ ବୋଲି ଆଶା କରାଯାଉଛି।

ବ୍ରିଟେନର ହାଉସ ଅଫ କମନ୍ସରେ ବର୍ତ୍ତମାନ ୧୫ଜଣ ସାଂସଦ ହେଉଛନ୍ତି ଭାରତର ମୂଳବାସିନ୍ଦା । ସେମାନଙ୍କ ମଧ୍ୟରୁ ୭ଜଣ ଶାସକ କଞ୍ଜରଭେଟିଭ ଦଳ ତରଫରୁ ପ୍ରତିନିଧିତ୍ବ କରୁଛନ୍ତି । ଅତୀତରେ ୧.୫ ମିଲିୟନ ପ୍ରବାସୀ ଭାରତୀୟ ଲେବର ପାର୍ଟିର ଦୃଢ଼ ସମର୍ଥକ ଥିଲେ । କାଶ୍ମୀର ବିଭାଜନ ଉପରେ କର୍ବିନଙ୍କ ଅଜ୍ଞତା ଓ ସମର୍ଥନ ଯୋଗୁଁ ଭାରତୀୟମାନେ ଲେବର ପାର୍ଟିଠାରୁ ଦୂରେଇ ଯାଇ କଞ୍ଜରଭେଟିଭ ପାର୍ଟିକୁ ସମର୍ଥନ କରିଛନ୍ତି ବୋଲି ଭାରତୀୟମାନଙ୍କର କଞ୍ଜରଭେଟିଭ ବନ୍ଧୁର ଅଧ୍ୟକ୍ଷ ଟୋରୀ ପିର, ରମି ରେଞ୍ଜର ପ୍ରକାଶ କରିଛନ୍ତି । କାଶ୍ମୀର ଉପରେ ଲେବର ପାର୍ଟିର ନୀତି ଯୋଗୁଁ ଭାରତୀୟ ମତଦାତାମାନେ ଯେପରି ଏକାଠି ହୋଇଛନ୍ତି ପୂର୍ବରୁ କେବେ ଦେଖାଯାଇନଥିଲା।

କାଶ୍ମୀର ନୀତି ପାଇଁ ନିର୍ବାଚନରେ ଲେବର ପାର୍ଟିକୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ, ପ୍ରବାସୀ ସଂଘ, ଭାରତୀୟ ଉଚ୍ଚାୟୁକ୍ତ ଟାର୍ଗେଟ କରିଥିଲେ। ଯାହାଫଳରେ ଲେବର ପାର୍ଟି ପ୍ପଲେବର ଫ୍ରେଣ୍ଡସ ଅଫ ଇଣ୍ଡିଆଡ୍ଗର ସଦସ୍ୟ ଥିବା ଲେବର ପାର୍ଟି ସାଂସଦ, ସରକାରୀ ଅଧିକାରୀ ଓ ସମର୍ଥକମାନଙ୍କ ପାଇଁ ପାରମ୍ପରିକ ରାତ୍ରିଭୋଜକୁ ବାତିଲ କରିଦେଇଥିଲେ। ଲେବର ପାର୍ଟିକୁ ଅପମାନ ଦେବା ପାଇଁ ଭାରତୀୟ ସମୁଦାୟ ଦ୍ବାରା ସେପ୍ଟେମ୍ବର ୨୯ ତାରିଖରେ ଭାରତୀୟ ଉଚ୍ଚାୟୁକ୍ତଙ୍କ ସହଯୋଗରେ ଆୟୋଜିତ ହୋଇଥିବା ଇଣ୍ଡିଆ ଡେ ଉତ୍ସବକୁ ପାର୍ଟିର କୌଣସି ସଦସ୍ୟଙ୍କୁ ନିମନ୍ତ୍ରଣ କରାଯାଇନଥିଲା। ଏହା ଫଳରେ ଭାରତୀୟ ମତଦାତାଙ୍କର ସଂକେତ ସ୍ପଷ୍ଟ ଥିଲା। ଭାରତୀୟ ପ୍ରବାସୀମାନେ ନିର୍ବାଚନ ସମୟରେ ମୂଲଚାଲ କରିବାରେ ନିଜର ପରିପକ୍ବତା ପ୍ରଦର୍ଶନ କରିଥିଲେ ।

ୟୁରୋପିଆନ ୟୁନିୟନରେ ବ୍ରିଟେନ ବିଳମ୍ବରେ ଯୋଗ ଦେଇଥିଲାବେଳେ ପ୍ରଥମେ ଏଥିରୁ ବାହାରି ଯିବାକୁ ବସିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ଼ କାମେରୁନଙ୍କ ସମୟରେ ବ୍ରେକ୍ସିଟ ନେଇ ଜନମତ ସଂଗ୍ରହ ହୋଇଥିଲେ ହେଁ ଏହାକୁ ରୋକିବାରେ ଅସମର୍ଥ ହୋଇଥିଲେ । ଏହା ବ୍ରିଟେନବାସୀଙ୍କୁ ବିଭାଜିତ କରିଥିବାବେଳେ ୟୁରୋପିଆନ ୟୁନିୟନକୁ ବହିଷ୍କାର ପର୍ଯ୍ୟନ୍ତ କଥା ଯାଇଥାଆନ୍ତା । ସମାଲୋଚକମାନଙ୍କ ମତରେ ଏହା ବ୍ରିଟେନର ଅଂହକାର ଯେ ‘ସେମାନଙ୍କ ସାମ୍ରାଜ୍ୟର ସୂର୍ଯ୍ୟ କେବେ ବି ଅସ୍ତ ହୁଏ ନାହିଁ’, କେବଳ ଇଂଲଣ୍ଡ ହେଲେ ତାହା ସଂକୁଚିତ ହୋଇପାରେ ।

ହାଇଦ୍ରାବାଦରୁ ବିଷ୍ଣୁ ପ୍ରକାଶ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.