ETV Bharat / international

ଋଷର ରକେଟ ମାଡରେ ୟୁକ୍ରେନ ଅଭିନେତ୍ରୀଙ୍କ ମୃତ୍ୟୁ

author img

By

Published : Mar 18, 2022, 11:03 AM IST

ୟୁକ୍ରେନ ଉପରେ ଜାରି ରହିଛି ଋଷର ଘନଘନ ଆକ୍ରମଣ । ଋଷର ରକେଟ ମାଡରେ ୟୁକ୍ରେନ ଅଭିନେତ୍ରୀ ଓକ୍ସାନାଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଋଷିଆର ରକେଟ ମାଡରେ ୟୁକ୍ରେନ ଅଭିନେତ୍ରୀଙ୍କ ମୃତ୍ୟୁ

କିଭ: ୟୁକ୍ରେନ ଉପରେ ଜାରି ରହିଛି ଋଷର ଘନଘନ ଆକ୍ରମଣ । ଋଷର ଆକ୍ରମଣରେ ୟୁକ୍ରେନର ଅଭିନେତ୍ରୀ ଓକ୍ସାନା ସିଭେଟ ପ୍ରାଣ ହରାଇଛନ୍ତି । କିଭରେ ଥିବା ଏକ ଆବାସିକ ଗୃହ ଉପରେ ଋଷ ରକେଟ ମାଡ କରିବାରୁ ଅଭିନେତ୍ରୀ ଜଣଙ୍କର ମୃତ୍ୟୁ ଘଟିଥିବା ୟଙ୍ଗ ଥିଏଟର ଏକ ବିବୃତ୍ତି ଜାରି କରି କହିଛି । ଦ ହଲିଉଡ ରିପୋର୍ଟର ସୂଚନା ଅନୁଯାୟୀ ମୃତ୍ୟୁ ବେଳକୁ ଅଭିନେତ୍ରୀଙ୍କୁ ୬୭ ବର୍ଷ ହୋଇଥିଲା । ତାଙ୍କୁ ୟୁକ୍ରେନର ସବୁଠାରୁ ସମ୍ନାନଜନକ 'ୟୁକ୍ରେନର ମେରିଟେଡ୍ ଆର୍ଟିଷ୍ଟ ଆୱାର୍ଡ' ପ୍ରଦାନ କରାଯାଇଥିଲା।

ଏହା ମଧ୍ୟ ପଢନ୍ତୁ:-ସ୍କୁଲରେ ମାଡ ହେଲା ଋଷ ମିସାଇଲ, ୨୧ ମୃତ

ସୂଚନା ଅନୁଯାୟୀ ଫେବୃଆରୀ ୨୪ରେ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ଋଷିଆ । ଯୁଦ୍ଧ ବନ୍ଦ ପାଇଁ ଉଭୟ ଦେଶ ମଧ୍ୟରେ ୪ଥର ବୈଠକ ବସିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଫଳରେ ଦିନକୁ ଦିନ ୟୁକ୍ରେନ ଉପରେ ଋଷର ଆକ୍ରମଣ ଆହୁରି ତୀବ୍ର ହେବାରେ ଲାଗିଛି । ଗତକାଲି ଖାର୍କିଭ ସହର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଏକ ସ୍କୁଲ ଓ ସାଂସ୍କୃତିକ କେନ୍ଦ୍ରରେ ଋଷ ସେନାର କ୍ଷେପଣାସ୍ତ୍ର ମାଡ କରିଥିଲା । ଯେଉଁଥିରେ ୨୧ଜଣ ପ୍ରାଣ ହରାଇଥିବା ସହ ପ୍ରାୟ ୧୦ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.