ETV Bharat / international

Ukraine Russia Crisis: ଅଧାରୁ ଭାରତ ଫେରିଲା ୟୁକ୍ରେନ ଯାଉଥିବା ବିମାନ - ଯୁକ୍ରେନ ଉପରେ ଋଷର ଯୁଦ୍ଧ ଘୋଷଣା

ୟୁକ୍ରେନ ଉପରେ ଋଷର ଯୁଦ୍ଧ ଘୋଷଣା ପରେ ଅଧା ବାଟରୁ ଫେରିଲା ୟୁକ୍ରେନ ଯାଉଥିବା ଏୟାର ଇଣ୍ଡିଆ ବିମାନ । ଅଧିକ ପଢନ୍ତୁ

Ukraine Russia Crisis: ଅଧାବାଟରୁ ଫେରିଲା ୟୁକ୍ରେନ ଯାଉଥିବା ଏୟାର ଇଣ୍ଡିଆ ବିମାନ

author img

By

Published : Feb 24, 2022, 11:51 AM IST

Updated : Feb 24, 2022, 12:29 PM IST

ମସ୍କୋ: ୟୁକ୍ରେନ୍‌-ଋଷ ମଧ୍ୟରେ ଆରମ୍ଭ ହୋଇଛି ଯୁଦ୍ଧ । ଅଧା ବାଟରୁ ଫେରିଲା ୟୁକ୍ରେନ ଯାଉଥିବା ଏୟାର ଇଣ୍ଡିଆ ବିମାନ । ୟୁକ୍ରେନରୁ ଭାରତୀୟଙ୍କୁ ଆଣିବାକୁ ଯାଉଥିବା AI1947 ବିମାନ ଯୁଦ୍ଧ ଆରମ୍ଭ ହୋଇସାରିଥିବାରୁ ଅଧାରୁ ଦିଲ୍ଲୀକୁ ଫେରିଛି । NOTAM (Notice to Air Missions) ପରାମର୍ଶଦାତାଙ୍କ ନିର୍ଦ୍ଦେଶରେ ଏହି ପଦକ୍ଷେପ ନିଆଯାଇଛି ।

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ସକାଳ ସମୟରେ ୟୁକ୍ରେମ ବିରୋଧରେ ଆଜି ଯୁଦ୍ଧ ଘୋଷଣା କରିଥିଲେ । ଏଥିରେ କେହି ଯଦି ହସ୍ତକ୍ଷପ କରିବେ ତେବେ ତା ଉପରେ ପ୍ରତିଶୋଧ ନିଆଯିବ ବୋଲି ମଧ୍ୟ କହିଥିଲେ ପୁଟିନ ।

ଗତକାଲି ୟୁକ୍ରେନ ଯାଇଥିବା ଏୟାରଇଣ୍ଡିଆ ବିମାନ ଆଜି ସକାଳ ସମୟରେ ୧୮୨ ଜଣ ଭାରତୀୟଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଛି । ତେବେ ଆଜି ପୁଣି ସେଠାରେ ଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଏୟାର ଇଣ୍ଡିଆ ବିମାନ ୟୁକ୍ରେନ ଅଭିମୁଖ୍ୟ ବାହାରି ଥିଲା । କିନ୍ତୁ ଋଷ ରାଷ୍ଟ୍ରପତିଙ୍କ ଯୁଦ୍ଧ ଘୋଷଣା ପରେ ଅଧାବାଟରୁ ଫେରିଛି ବିମାନ ।

Last Updated : Feb 24, 2022, 12:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.