ETV Bharat / international

Russia Ukraine War: ଋଷୀୟ ସେନାଙ୍କୁ ଦେଶ ଛାଡି ଯିବାକୁ ୟୁକ୍ରେନ ରାଷ୍ଟ୍ରପତିଙ୍କ ନିବେଦନ

author img

By

Published : Feb 28, 2022, 4:16 PM IST

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ଋଷୀୟ ସେନାଙ୍କୁ ନିବେଦନ । ୟୁକ୍ରେନ ଛାଡି ପଳାଇ ଯାଅ ଏବଂ ନିଜ ଜୀବନକୁ ବଞ୍ଚାଅ ବୋଲି ନିବେଦନ କରିଛନ୍ତି ଜେଲେନସ୍କି । ଅଧିକ ପଢନ୍ତୁ

Russia Ukraine War: ଋଷୀୟ ସେନାଙ୍କୁ ଦେଶ ଛାଡି ଯିବାକୁ ୟୁକ୍ରେନ ରାଷ୍ଟ୍ରପତିଙ୍କ ନିବେଦନ
Russia Ukraine War: ଋଷୀୟ ସେନାଙ୍କୁ ଦେଶ ଛାଡି ଯିବାକୁ ୟୁକ୍ରେନ ରାଷ୍ଟ୍ରପତିଙ୍କ ନିବେଦନ

ନୂଆଦିଲ୍ଲୀ: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ଋଷୀୟ ସେନାଙ୍କୁ ନିବେଦନ । ୟୁକ୍ରେନ ଛାଡି ପଳାଇ ଯାଅ ଏବଂ ନିଜ ଜୀବନକୁ ବଞ୍ଚାଅ ବୋଲି ନିବେଦନ କରିଛନ୍ତି ଜେଲେନସ୍କି । ଏପେଟ ଋଷ ଓ ୟୁକ୍ରେନ ପକ୍ଷରୁ ଶାନ୍ତି ପାଇଁ ଦୁଇ ଦେଶ ପକ୍ଷରୁ ଆଜି କଥାବାର୍ତ୍ତା ହେବ ।

ଆଜି ଭାରତୀୟ ସମୟ ଅନୁସାରେ ଅପରାହ୍ନ ୦୩.୩୦ରେ ଉଭୟ ଦେଶର ପ୍ରତିନିଧି ମଣ୍ଡଳ ବେଲାରୁଷ ସୀମାରେ ଶାନ୍ତି ପାଇଁ ବୈଠକ କରିବେ । ସେହିପରି ଏହି ଯୁଦ୍ଧରେ ବିରାମ ଲଗାଇବା ପାଇଁ ଋଷ ଉପରେ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଚାପ ପକା ଯାଉଥିଲା ।

ତେବେ ୟୁକ୍ରେନ ରାଷ୍ଟ୍ରପତିଙ୍କ ଏଭଳି ମନ୍ତବ୍ୟ ଯୁଦ୍ଧରେ ବିରାମ ଦେବ କି ନାହିଁ ସମସ୍ତ ମନରେ ଶଙ୍କା ସୃଷ୍ଟି ହୋଇଛି । ଅନ୍ୟପଟେ ୟୁକ୍ରେନ ସଙ୍କଟ ଉପରେ ଆଲୋଚନା କରିବା ପାଇଁ ଆଜି(ସୋମବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏହି ବୈଠକରେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଆଲୋଚନା ହୋଇଛି । ଏଥିଲାଗି ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରକୁ ୪ ଜଣ ମନ୍ତ୍ରୀଙ୍କୁ ମୋଦି ପଠାଇବେ । ଏହି ମନ୍ତ୍ରୀ ସେଠାରେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବେ ବୋଲି ଜଣାପଡିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.