କିଏଭ: ୟୁକ୍ରେନରେ ଧିରେ ଧିରେ ନିଜର ରାଜନୈତିକ କାୟା ବିସ୍ତାର କରୁଛି ଋଷିଆ । ସର୍ବସାଧାରଣରେ ନହେଲେ ବି ରାଜନେତାଙ୍କ ସହାୟତାରେ ୟୁକ୍ରେନରେ ନିଜର ଆଧିପତ୍ୟ ବିସ୍ତାର କରିବାରେ ଲାଗିଛି ଋଷିଆ । ଏନେଇ ସ୍ବର ଉତ୍ତୋଳନ କରିବାରୁ ପୂର୍ବତନ ରାଷ୍ଟ୍ରପତିଙ୍କ ପ୍ରତି ପ୍ରତିଶୋଧ ପରାୟଣ ହୋଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କାଏ । ସେପଟେ ଏହି ଆକ୍ରୋଶର ଶିକାର ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ପେଟ୍ରୋ ପୋରୋସେନକୋଏ । ପେଟ୍ରୋଙ୍କ ଅଭିଯୋଗ ମୁତାବକ ତାଙ୍କୁ ତାଙ୍କ ଇଚ୍ଛା ବିରୁଦ୍ଧରେ ଯାଇ କୋର୍ଟରେ ହାଜର କରିବାକୁ ବାଧ୍ୟ କରାଯାଉଛି ।
ପେଟ୍ରୋଙ୍କ କହିବା ଅନୁଯାୟୀ ଗତବର୍ଷ ନିର୍ବାଚନ ପ୍ରଚାରରେ ଜେଲେନସ୍କାଏ ଭୋଟରଙ୍କୁ କହିଥିଲେ କି ତାଙ୍କୁ ଗୋଟିଏ ଭୋଟର ଅର୍ଥ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଗୋଟିଏ ଭୋଟ । ୟୁକ୍ରେନ ଗଣତନ୍ତ୍ରରେ ଋଷିଆର ଏପରି ହସ୍ତକ୍ଷେପ ଓ ବର୍ତ୍ତମାନର ରାଷ୍ଟ୍ରପତିଙ୍କ ଏଥିରେ ସହଯୋଗକୁ ପେଟ୍ରୋ କଡା ନିନ୍ଦା କରିଛନ୍ତି । ଏନେଇ ସେ ୟୁକ୍ରେନରେ ଋଷିଆର ପଞ୍ଚମ ସ୍ତମ୍ଭକୁ ସାମିଲ କରିବାରେ ଜେଲେନସ୍କାଏଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି । ଅତି କ୍ଷୋଭର ସହ ପେଟ୍ରୋ ଏହା ପ୍ରକାଶ କରିଛନ୍ତି କି ଦେଶରେ ଋଷିଆର ଏପରି ହସ୍ତକ୍ଷେପ ଗଣତନ୍ତ୍ରକୁ ଅପମାନ ଓ ଦେଶବାସୀଙ୍କ ଭାବନା ପ୍ରତି ଅସମ୍ମାନ ।
ପେଟ୍ରୋ ଏହା ମଧ୍ୟ କହିଛନ୍ତି କି ରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ପରାସ୍ତର ଅର୍ଥ ହେଉଛି ବଡ ବଡ ପଦବୀରେ ଋଷିଆର ୟୁକ୍ରେନ ରାଜନୀତିରେ ସିଧାସଳଖ ହସ୍ତକ୍ଷେପ । ଏହା ଆଜିର ଘଟଣା ନୁହେଁ, ଗତ 6 ବର୍ଷ ହେବ ଦେଶରେ ଋଷିଆ ସମର୍ଥିତ ବିଚ୍ଛିନ୍ନତାବାଦୀ ଦଳ ସହ ବିଭିନ୍ନ କାରଣରୁ ସଂଘର୍ଷ ଜାରି ରହିଛି । ତେବେ ଜେଲେନସ୍କାଏ ଯେ ପୁଟିନଙ୍କ ଅନୁଗାମୀ ତାହା ନୁହେଁ, କେବଳ ତାଙ୍କ ପାଖରେ ଅନୁଭବର ଅଭାବ ଥିବାରୁ ବର୍ତ୍ତମାନ ତାଙ୍କ ଚାରିପାଖେ ଋଷିଆ ସମର୍ଥିତ ନେତା ଘେରି ରହିଥିବା ନେଇ ପେଟ୍ରୋ ମତ ଦେଇଛନ୍ତି ।
ପେଟ୍ରୋଙ୍କର ରାଷ୍ଟ୍ରପତିଙ୍କ ପ୍ରତି ଏପରି ଅଭିଯୋଗ ପରେ ପ୍ରତିବଦଳରେ ଶାସକ ଦଳ ତାଙ୍କ ଉପରେ 20ଟି ମାମଲାରେ ତଦନ୍ତି ଜାରି ରଖିଛି । ସେଥିମଧ୍ୟରେ ଗୋଟିଏ ରହିଛି ରାଜନୈତିକ ପ୍ରଭାବରେ ରାଷ୍ଟ୍ରପତିଙ୍କ ଉପରେ ଏପରି ଅଭିଯୋଗ ଲଗାଇବା । ସେପଟେ ଏନେଇ ପ୍ରଧାନମନ୍ତ୍ରୀ ଡେନିସ ସ୍ମିହାଲଙ୍କୁ ପଚରାଯିବାରୁ ସେ ମଧ୍ୟ ପରୋକ୍ଷରେ ପେଟ୍ରୋଙ୍କ ସମର୍ଥନ କରିଥିବା ଦେଖାଯାଇଥିଲା । ସେ କହିଥିଲେ କି ପରୋକ୍ଷରେ ଋଷିଆ ସହ କାର୍ଯ୍ୟ କରିବାର ଅନୁଭବ ସେତେଟା ଖାସ ନୁହେଁ । ତେବେ ଏହା ପଛରେ ପ୍ରକୃତ ଦାୟୀଙ୍କୁ ଦଣ୍ଡବିଧାନ ହେବା ଦରକାର ବୋଲି ମଧ୍ୟ ସେ ଆଶା ପ୍ରକାଶ କରିଛନ୍ତି ।
@IANS