ନୂଆଦିଲ୍ଲୀ: ୟୁକ୍ରେନ ବିରୁଦ୍ଧରେ ଋଷର ରୂପ ଆହୁରି ଉଗ୍ର ହେବାରେ ଲାଗିଛି। ଏହାରି ମଧ୍ୟରେ ୟୁକ୍ରେନର ରାଜଧାନୀ କିଭ୍ ପଶିଛି ଋଷ ସେନା । ଏଥିପାଇଁ ୟୁକ୍ରେନ ସେନା ସାଧାରଣ ନାଗରିକଙ୍କୁ ଗୋଳା ବାରୁଦ ସହ ୧୮ ହଜାର ବନ୍ଧୁକ ଯୋଗାଇ ଦିଆଯାଇଛି । ଖାଲି ସେତିକି ନୁହେଁ ଦେଶର କୌଣସି ପୁରଷଙ୍କୁ ଦେଶ ଛାଡ଼ି ଯିବା ଉପରେ କଟକଣା ଜାରି କରାଯାଇଛି ।
ସେପଟେ ଏହାକୁ ନେଇ ୟୁକ୍ରେନର ଚିଫ୍ ଅଫ୍ ଷ୍ଟାଫ୍ କହିଛନ୍ତି ଯେ, 'ଖୁବଶୀଘ୍ର ଆମକୁ ଆମ ସହଯୋଗୀ ଦେଶଗୁଡ଼ିକଠାରୁ ଆଧୁନିକ ଅସ୍ତ୍ରଶସ୍ତ୍ର ପ୍ରାପ୍ତ ହେବ । ତାସହ ଅନ୍ୟାନ୍ୟ ସମର୍ଥନ ମିଳିବ ଆମେ ଲଢ଼ିବା ଜାରି ରଖିବୁ । ଗୁରୁବାର ଋଷର ଆକ୍ରମଣ ପରେ ୟୁକ୍ରେନ ରାଷ୍ଟ୍ରପତି ସେନା ବାହିନୀକୁ ବିସ୍ତାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏଥିପାଇଁ ଦେଶର ୧୮ରୁ ୬୦ ବର୍ଷର ପୁରୁଷଙ୍କୁ ଦେଶ ଛାଡ଼ିବା ଉପରେ ପ୍ରତିବନ୍ଧ ଜାରି କରାଯାଇଛି । ଏହାସହ ୟୁକ୍ରେନ୍ର ସଶସ୍ତ୍ର ବାହିନୀକୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦେଶର ସାମରିକ ୟୁନିଟ ସହ ଅନ୍ୟାନ୍ୟ ସେବାରେ ନିୟୋଜିତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।
@IANS