ETV Bharat / international

ବିଦେଶୀଙ୍କ ପାଇଁ କ୍ବାରେଣ୍ଟାଇନ ପିରିୟଡ୍ ହଟାଇବ ୟୁକେ - 14 ଦିନିଆ କ୍ବାରେଣ୍ଟାଇନ ପିରିୟଡ୍

ବିଦେଶରୁ ଆସୁଥିବା ଲୋକଙ୍କ ପାଇଁ କଟକଣାରେ କୋହଳ କରିଛି ୟୁକେ । ପୂର୍ବରୁ ଥିବା 14 ଦିନିଆ କ୍ବାରେଣ୍ଟାଇନ ପିରିୟଡ୍ ହଟାଇବାକୁ ଯାଉଛି ବ୍ରିଟେନ । ଅଧିକ ପଢନ୍ତୁ...

ବିଦେଶୀଙ୍କ ପାଇଁ କ୍ବାରେଣ୍ଟାଇନ ପିରିୟଡ୍ ହଟାଇବ ୟୁକେ

author img

By

Published : Jun 27, 2020, 5:21 PM IST

ଲଣ୍ଡନ: ବିଦେଶରୁ ଆସୁଥିବା ଲୋକଙ୍କ ପାଇଁ କଟକଣାରେ କୋହଳ କରିଛି ୟୁକେ । ପୂର୍ବରୁ ଥିବା 14 ଦିନିଆ କ୍ବାରେଣ୍ଟାଇନ ପିରିୟଡ୍ ହଟାଇବାକୁ ଯାଉଛି ବ୍ରିଟେନ । ତେବେ ଯେଉଁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଥିବା ଅଥବା କୋଭିଡ 19ର ପ୍ରଭାବ ଅଳ୍ପ ରହିଥିବ କେବଳ ସେହି ଦେଶର ଲୋକଙ୍କ ପାଇଁ ଏହି ନିୟମ ଲାଗୁ ହେବ ବୋଲି ସୂଚନା ରହିଛି ।

ସେହିପରି ବ୍ରିଟେସବାସୀଙ୍କ ବିଦେଶ ଗସ୍ତ ନେଇ ଥିବା କଟକଣାରେ ମଧ୍ୟ କୋହଳ କରିଛି । ସବୁପ୍ରକାର ଗସ୍ତ ଅତ୍ୟାବଶ୍ୟକ ନଥିଲେ ନକରିବା ପାଇଁ ସରକାର ପରାମର୍ଶ ଦେଇଥିଲେ । ତେବେ ଏବେ କିଛି ନିର୍ଦ୍ଦିଷ୍ଟ ଦେଶ ଓ ଅଞ୍ଚଳକୁ ଗସ୍ତ କରିବା ପାଇଁ ଲାଗିଥିବା କଟକଣା କୋହଳ କରାଯାଇଛି । ଫଳରେ ବର୍ତ୍ତମାନ ଚାଲିଥିବା ସମର ହଲିଡେରେ ବ୍ରିଟେନବାସୀ ବିଦେଶକୁ ଭ୍ରମଣ ପାଇଁ ଯାଇପାରିବେ ବୋଲି ଜଣାପଡିଛି । ତେବେ ଏପରି ପଦକ୍ଷେପ ନେଇ ସରକାର ଦେଶରେ ଦେଖାଦେଇଥିବା ଆର୍ଥିକ ଦୁରାବସ୍ଥାକୁ ଦୂର କରିବା ପାଇଁ ଉଦ୍ୟମ କରିଛନ୍ତି ।

ବିଦେଶ ରାଷ୍ଟ୍ରଙ୍କ ପାଇଁ ଏକ ଏକ୍ସପର୍ଟ ପ୍ୟାନେଲ ଗଠନ କରାଯିବ । ଏମାନେ ସମସ୍ତ ରାଷ୍ଟ୍ରଙ୍କ କୋଭିଡ 19 ପରିସ୍ଥିତି ଅନୁସାରେ ସେମାନଙ୍କୁ ତିନୋଟି କ୍ୟାଟେଗୋରୀରେ ବିଭକ୍ତ କରିବେ । ଏହା ଅନୁସାରେ ଗ୍ରୀନ ଓ ଏମ୍ବର ବିଭାଗର ରାଷ୍ଟ୍ରରୁ ଆସୁଥିବା ଲୋକଙ୍କ ପାଇଁ 14 ଦିନିଆ କ୍ବାରେଣ୍ଟାଇନ ପିରିୟଡ୍ ବ୍ୟବସ୍ଥା ନାହିଁ । ହେଲେ ରେଡ୍ ଦେଶମାନଙ୍କ ପାଇଁ ଏହା ଉପଲବ୍ଧ ରହିବ ବୋଲି ସରକାର ସୂଚନା ଦେଇଛନ୍ତି । ଏହାସହ ବ୍ରିଟେନ ସରକାର କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ସୁଧାର ଥିବାର ଦେଖି ଏପରି ନିଷ୍ପତ୍ତି ନିଆଯାଇଛି । ଥରେ ଏହା ବିଗିଡିଲା ମାତ୍ରେ ସରକାର ପୁଣି ସମସ୍ତ ପ୍ରକାର କଟକଣା ଲାଗୁ କରିବେ ।

ତେବେ ସରକାରଙ୍କ କ୍ବାରେଣ୍ଟାଇନ ନିୟମକୁ ପର୍ଯ୍ୟଟନ ସେକ୍ଟର, ଏୟାରଲାଇନ୍ସ, ଏୟାରପୋର୍ଟ ପକ୍ଷରୁ ବିରୋଧ କରାଯାଇଥିଲା । ଯେଉଁ ସମୟରେ ଏହାକୁ ପୁନଃଉଦ୍ଧାର କରିବାର ଅଛି ସେହି ସମୟରେ ଅନ୍ତର୍ଜାତୀୟ ସେବାରେ ଏହା ବାଧା ସୃଷ୍ଟି କରିବ ବୋଲି ସମାଲୋଚନା କରାଯାଇଥିଲା । ଆସନ୍ତା ସପ୍ତାହରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ଦେଶମାନଙ୍କର କ୍ୟାଟେଗୋରୀ ସମ୍ପର୍କରେ ଘୋଷଣା କରାଯିବ । ଏହା ସମ୍ପର୍କରେ ବ୍ରିଟେନ ଫ୍ରାନ୍ସ, ଗ୍ରୀସ, ସ୍ପେନ ସହ ଆଲୋଚନା କରିବ ବୋଲି ଜଣାପଡିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.