ଲଣ୍ଡନ: ବ୍ରେକ୍ସିଟ ସ୍ଥାନାନ୍ତରଣ ଅବଧି ଶେଷ ହେବା ପର୍ଯ୍ୟନ୍ତ ୟୁରୋପିଆନ ୟୁନିଅନ ସୀମାରେ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରିବା ନେଇ ଘୋଷଣା କରିଛି ୟୁକେ । ଶୁକ୍ରବାର ୟୁକେ ଏନେଇ ସୂଚନା ଦେଇ କହିଛି କି ଅବଧି ଶେଷ ହେବା ପର୍ଯ୍ୟନ୍ତ ସୀମାରେ ଆମଦାନୀ ଦ୍ରବ୍ୟର ଯାଞ୍ଚ ପୂର୍ବ ତୁଳନାରେ କଡାକଡି କରାଯିବ । ବାଣିଜ୍ୟରେ ଚାପ ବୃଦ୍ଧି ଯୋଗୁଁ ଏପରି ନିଷ୍ପତ୍ତି ନିଆଯାଇଥିବା ୟୁକେ ସ୍ପଷ୍ଟ କରିଛି ।
ଏହି କ୍ରମରେ ଆସନ୍ତାବର୍ଷ ଜାନୁଆରୀରୁ ୟୁକେ ଆମଦାନୀ ଦ୍ରବ୍ୟ ଉପରେ ଯାଞ୍ଚ କଡାକଡି କରିବ । ସେପଟେ ସରକାରୀ ସୂତ୍ର ମୁତାବକ କୋରୋନା ସଂକ୍ରମଣର ପ୍ରଭାବ ବାଣିଜ୍ୟ ଉପରେ ଦେଖିବାକୁ ମିଳିଛି । ଏହାର ପ୍ରଭାବ ଏତେ ଅଧିକ ରହିଛି କି ବାଣିଜ୍ୟ କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନକୁ ସହଜରେ ଗ୍ରହଣ କରାଯାଇପାରୁନାହିଁ । ତେଣୁ ବାଣିଜ୍ୟ ବ୍ୟବସାୟକୁ ସ୍ବାଭାବିକ କରିବା ପାଇଁ ସୀମାରେ ଆମଦାନୀ ଦ୍ରବ୍ୟର ଯାଞ୍ଚ ପ୍ରକ୍ରିୟା କଡାକଡି କରାଯାଇଛି ।
ସୂଚନା ଅନୁଯାୟୀ ଚଳିତବର୍ଷ ଜାନୁଆରୀ ଶେଷରେ ୟୁରୋପିଆନ ୟୁନିଅନର ହାତ ଛାଡିଥିଲା ୟୁକେ । କିନ୍ତୁ ବ୍ରେକ୍ସିଟ ଚୁକ୍ତି ମୁତାବକ ଏହା ବର୍ଷ ଶେଷ ପର୍ଯ୍ୟନ୍ତ ସ୍ଥାନାନ୍ତରଣ ଅବଧିରେ ରହିଛି । ଏହି ସ୍ଥାନାନ୍ତରଣ ଅବଧିକୁ ସରକାର ଆଗକୁ ବଢାଇବେ କି ନାହିଁ ତାହା ଖୁବ ଶୀଘ୍ର ସରକାର ସ୍ପଷ୍ଟ କରିବେ । ତେଣେ ଫେବୃଆରୀ ମାସରେ କ୍ୟାବିନେଟ ମନ୍ତ୍ରୀ ମାଇକେଲ ଗୁଭଙ୍କ କହିଥିଲେ କି ଦେଶର ସୁରକ୍ଷା ପାଇଁ ଆମଦାନୀରେ ନିୟନ୍ତ୍ରଣ ଅତି ଜରୁରୀ । ତେବେ ଏହି ନିୟମ କେବଳ ଆମଦାନୀ ପାଇଁ ଲାଗୁ ହେବ ଯାହା ୟୁକେ ନିର୍ଦ୍ଧାରିତ କରିବ ବୋଲି ଜଣା ପଡିଛି ।
@IANS